ଶ୍ୱେତପତ୍ରରେ ଲାଲ୍ ଛିଟା
୨୦୧୮ରେ ରାଜ୍ୟରେ ଲକ୍ଷେ ୭ ହଜାର ୪୦୮ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ଲକ୍ଷେ ୩ ହଜାର ୮୫୮ଟି ମାମଲାରେ ସତ୍ୟତାଥିବା ତଦନ୍ତ ବେଳେ ଜଣାପଡିଥିଲା। ସେହି ସମୟରେ ୬୯ ହଜାର ୩୧୪ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୋଲିସ ସମର୍ଥ ହୋଇଥିଲା।
ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ୮ ଜଣଙ୍କୁ ଦୁଷ୍କର୍ମ ହେଉଥିବା ବେଳେ ୪ ଜଣ ନିଜ ଜୀବନ ହରାଉଛନ୍ତି। ଓଡିଶା ପୋଲିସ ରାଜ୍ୟ ସରକାରଙ୍କ ଜରିଆରେ ବିଧାନସଭାରେ ଦେଇଥିବା ଶ୍ବେତପତ୍ରରେ ଦେଇଥିବା ତଥ୍ୟ ଏହା କହୁଛି। ଶୁକ୍ରବାର ପ୍ରକାଶ ପାଇଛି ରାଜ୍ୟ ଗୃହ ବିଭାଗର ଶ୍ୱେତପତ୍ର-୨୦୨୦। ଏହି ଶ୍ୱେତପତ୍ରରେ ଜଳଜଳ ହୋଇ ଦିଶୁଛି ବିପର୍ଯୟ ଆଇନ ଶୃଙ୍ଖଳାର ବିକଳ ଚିତ୍ର। ବିଗତବର୍ଷ ଅପେକ୍ଷା କୋରୋନା କାଳରେ ରାଜ୍ୟରେ ବଢିଛି ଅପରାଧ। ଚାର୍ଜସିଟ ଦାଖଲ କରିବାରେ ବି ପୋଲିସ ଦୁର୍ବଳ।
ଗୃହ ବିଭାଗ (Home Department) ର ଜାରି କରିଥିବା ଶ୍ୱେତପତ୍ର (Swetapatra) ଅନୁସାରେ ବର୍ଷ ୨୦୨୦ରେ ରାଜ୍ୟରେ ଲକ୍ଷେ ୩୪ ହଜାର ୨୩୦ଟି ପଞ୍ଜିକୃତ ଅପରାଧିକ ମାମଲା (criminal case) ଆସିଥିଲା। ସେଥିମଧ୍ୟରୁ ଲକ୍ଷେ ୧୦ ହଜାର ୭୪୧ଟି ମାମଲା ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ୨୦୨୦ ମସିହାରେ ୯୩ ହଜାର ୨୨୯ଟି ମାମଲାରେ ପୋଲିସ (Odisha Police) ଚାର୍ଜସିଟ୍ (Charge sheet) ଦଖଲ କରିଛି।
୨୦୨୦ରେ ରୁଜୁ ହୋଇଥିବା ମାମଲାର ବିବରଣୀ:-
ଦଙ୍ଗା- ୨୦୫୯ (ହିନ୍ଦୁ ମୁସଲିମ- ୨୭/ ହିନ୍ଦୁ ଖ୍ରୀଷ୍ଟିଆନ- ୩)
ପ୍ରତାରଣା- ୩୫୨୪
ଦୁଷ୍କର୍ମ- ୨୯୮୪ (ସତ୍ୟ- ୨୯୦୭/ ଚାର୍ଜସିଟ୍- ୨୦୫୪)
ଯୌତୁକ ଜନିତ- ୪୮୮୮
ନରହତ୍ୟା- ୧୪୭୦ (ସତ୍ୟ-୧୩୯୨/ ଚାର୍ଜସିଟ- ୬୯୪)
ଚୋରି- ୧୦୪୧୨ (ସତ୍ୟ- ୧୦୨୦୭)
ଡକାୟତି- ୫୧୪ (ସତ୍ୟ-୫୦୨/ ଚାର୍ଜସିଟ୍-୨୫୪)
ଲୁଣ୍ଠନ- ୨୧୬୬ (ଗରିଫ-୧୮୧୬)
ସନ୍ଧି ଚୋରି- ୪୫୦୦
କୋଭିଡ (Coronavirus) ପରିଚାଳନାରେ ଗୃହ ବିଭଗ ସଫଳ ହୋଇଛି। କାର୍ଯ୍ୟ ସମ୍ପାଦନ ସମୟରେ ୮୯୦୨ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଥିଲେ। କର୍ତ୍ତବ୍ୟ ସମ୍ପାଦନ ସମୟରେ ୪୮ଜଣ ପ୍ରାଣ ହରାଇଛନ୍ତି। କୋରୋନାରୁ ସୁସ୍ଥ ହେବା ପରେ ୧୦୦୨ଜଣ ପ୍ଲାଜ୍ମା ଦାନ କରିଛନ୍ତି। ୨୦୨୦-୨୧ ମସିହାରେ ପୋଲିସ ତରଫରୁ ୧୮ ଥର ଗୁଳିଚଳନା କରାଯାଇଛି। ରାଜ୍ୟର ୫ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଳା ଭାବେ ଘୋଷଣା କରାଯାଇଛି। ଏହି ସମୟ ସମଧ୍ୟରେ ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୩୪ଜଣଙ୍କୁ ଗିରଫ କରାଯାଇଛି। ୨ଟି ଉପନିର୍ବାଚନ (ବାଲେଶ୍ୱର ସଦର ଓ ତିର୍ତ୍ତୋଲ) ଓ କୋଭିଡ ମଧ୍ୟରେ ରଥଯାତ୍ରାର ସୁପରିଚାଳନା କରାଯାଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି।
୨୦୧୮ରେ ରାଜ୍ୟରେ ଲକ୍ଷେ ୭ ହଜାର ୪୦୮ଟି ଅପରାଧିକ ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ଲକ୍ଷେ ୩ ହଜାର ୮୫୮ଟି ମାମଲାରେ ସତ୍ୟତାଥିବା ତଦନ୍ତ ବେଳେ ଜଣାପଡିଥିଲା। ସେହି ସମୟରେ ୬୯ ହଜାର ୩୧୪ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୋଲିସ ସମର୍ଥ ହୋଇଥିଲା। ୨୦୧୮ ମସିହାରେ ୨୫୦୨ଟି ଦୁଷ୍କର୍ମ ଓ ୫୦୧ଟି ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇଥିଲା। ସେହିପରି ବିଭିନ୍ନ ସ୍ଥାନରେ ୩୯ଟି ସାମ୍ପ୍ରଦାୟୀକ ହିଂସା ସୃଷ୍ଟିହୋଇଥିବା ୨୦୧୮ ଶ୍ୱେତପତ୍ରରେ କହୁଯାଇଥିଲା।