ବାଲେଶ୍ୱର: ଜଳେଶ୍ଵରରେ କୁବେର BDO। ଭିଜିଲାନ୍ସ ଜାଲରେ ବିଡିଓ ଅଶ୍ଵିନୀ କୁମାର ଦାସ। ଶୁକ୍ରବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଓଙ୍କ ସରକାରୀ ବାସଭବନ ସହିତ ଏକ କାଳିନ ଛଅଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢଉ ବେଳେ BDOଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ଭିଜିଲାନ୍ସ ଆହୁରି ଖୋଳତାଡ କରୁଛି।


COMMERCIAL BREAK
SCROLL TO CONTINUE READING

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡିଓ ଅଶ୍ଵିନୀ କୁମାର ଦାସଙ୍କ ଜଳେଶ୍ଵରସ୍ଥିତ ସରକାରୀ ବାସଭବନ ସହିତ ଏକ କାଳୀନ ଛଅଟି ଜାଗାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଜଳେଶ୍ଵର ବ୍ଲକ ଅଫିସ, କେନ୍ଦ୍ରାପଡା ପୈତୃକ ଘର ସହିତ କଟକ ଓ ଭୁବନେଶ୍ଵରରେ ଥିବା ଘରେ ଚଢ଼ାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବହୁ ସମ୍ପତ୍ତିର ସୁରାକ ମିଳିଛି। ତେବେ ଭିଜିଲାନ୍ସ ଅଧିକାରୀମାନେ ବିଡିଓଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।


Also Read: ରଥଯାତ୍ରା ପୂର୍ବରୁ ପିପିଲି ପୋଲିସକୁ ବଡ଼ ସଫଳତା; କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ, ୫ ଗିରଫ


ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କ ବିପୁଳ ସମ୍ପତ୍ତି ଠାବ କାରଯାଇଛି। ଚଢ଼ାଉ ପରେ ଭିଜିଲାନ୍ସ  ଏପର୍ଯ୍ୟନ୍ତ ମିଳିଥିବା ସମ୍ପତ୍ତି ବିବରଣୀ ଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଡିଓ ଅଶ୍ୱିନୀ ଦାସଙ୍କର ୨୪ଟି ପ୍ଲଟ ଅଛି। ସେ ୨ କୋଟି ୩୨ ଲକ୍ଷ ଟଙ୍କାର ୨ଟି କୋଠାର ମାଲିକ। ବିଡିଓଙ୍କର ଗୋଟିଏ ଇଟା ଫ୍ୟାକ୍ଟ୍ରି ମଧ୍ୟ ଠାବ କରାଯାଇଛି। 


ଏହା ବ୍ୟତୀତ ବିଡିଓ ଅଶ୍ଵିନୀ କୁମାର ଦାସଙ୍କର ୪ଟି ୪ ଚକିଆ ଯାନ, ୩ଟି ୨ ଚକିଆ ଗାଡି ରହିଛି। ଘରୁ ନଗଦ ଲକ୍ଷେ ୭୦ ହଜାର ଟଙ୍କା, ୩୩୦ ଗ୍ରାମ ସୁନା, ୧.୧ କେଜି ରୁପା ଠାବ କରାଯାଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ମଧ୍ୟ ମାମଲାର ତଦନ୍ତ ଚାଲୁଛି, ତେଣୁ କୁବେର ବିଡିଓଙ୍କ ସମ୍ପତ୍ତି ତାଲିକା ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।


ଜଳେଶ୍ୱରକୁ ବଦଳି ପୂର୍ବରୁ ଅଶ୍ଵିନୀ କୁମାର, କେନ୍ଦ୍ରାପଡାର ମହାକାଳପଡା ବ୍ଲକର ବିଡିଓ ଥିଲେ। ଅନେକ ସମୟରେ ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଫଳେରେ ଦୀର୍ଘ ଦିନ ଧରି ଭିଜିଲାନ୍ସ ବିଡିଓ ଦାସଙ୍କ ଉପରେ ନଜର ରଖିଥିଲା। ଶନିବାର କରାଯାଇଥିବା ରେଡରେ ସୋମନାଥ ବାରିକଙ୍କ ସମେତ ମୋଟ ୫ ଜଣ ଭିଜିଲାନ୍ସ ଡିଏସପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ। ସ୍ୱତନ୍ତ୍ର ଭିଜିଲାନ୍ସ ଜଜ, କଟକଙ୍କ ଅନୁମତି ପରେ କୁବେର ବିଡିଓଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା।


Also Read: Naveen Patnaik Foreign Tour: ଭୁବନେଶ୍ୱର ଠାରୁ ଇଟାଲି ଭାୟା ଦିଲ୍ଲୀ


ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ସମ୍ପତ୍ତି ତାଲିକା:-


  • କଟକ ଏବଂ କେନ୍ଦ୍ରାପଡା ଜିଲ୍ଲାର ୨୪ ଟି ପ୍ଲଟ୍

  • କଟକର କାଳପଡା ଠାରେ ତିନି ମହଲା କୋଠା (ଆନୁମାନିକ ମୂଲ୍ୟ କୋଟିଏ ବାଇଶି ଲକ୍ଷ ଟଙ୍କା)

  • କଟକ ଝିଙ୍କିରିଆରେ ଦୁଇ ମହଲା କୋଠା (ଆନୁମାନିକ ମୂଲ୍ୟ କୋଟିଏ ଦଶ ଲକ୍ଷ ଟଙ୍କା)

  • କଟକର କାଳପଡା ଗୋଟିଏ ଇଟା କାରଖାନା

  • ନଗଦ ଲକ୍ଷେ ସତୁରୀ ହଜାର ଟଙ୍କା

  • ସୁନା ଅଳଙ୍କାରର ଓଜନ ପ୍ରାୟ ୩୩୦ ଗ୍ରାମ ଏବଂ ରୂପା ଅଳଙ୍କାରର ଓଜନ ୧୧୦୦ ଗ୍ରାମ

  • ଚାରି ଚକିଆ ଯାନ (Skoda-Rapid Active, Innova, Scorpio ଓ Nano) ର ମୂଲ୍ୟ ୪୧ ଲକ୍ଷରୁ ଅଧିକ ଟଙ୍କା

  • ତିନୋଟି ଦୁଇଟି ଚକିଆ ଯାନ