ରଥଯାତ୍ରା ପୂର୍ବରୁ ପିପିଲି ପୋଲିସକୁ ବଡ଼ ସଫଳତା; କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ, ୫ ଗିରଫ
Advertisement

ରଥଯାତ୍ରା ପୂର୍ବରୁ ପିପିଲି ପୋଲିସକୁ ବଡ଼ ସଫଳତା; କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ, ୫ ଗିରଫ

ଶନିବାର ସକାଳ ପ୍ରାୟ ସାଢେ ନଅଟା ବେଳେ ପୁରୀ ପୋଲିସ (Puri Police) ଟ୍ୱିଟ୍ କରି ବ୍ରାଉନ ସୁଗାର (Brown sugar) ବେପାରୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି। ଏଥିପାଇଁ ପିପିଲି ଥାନାଧିକାରୀ ଓ ତାଙ୍କ ଟିମକୁ ପ୍ରଶଂସା ମଧ୍ୟ କରାଯାଇଛି। 

 

ସୌ- ସୋସିଆଲ ମିଡିଆ

ପୁରୀ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପୂର୍ବରୁ ପୋଲିସକୁ ଏକ ବଡ ସଫଳତା ମିଳିଛି। ଶନିବାର ସକାଳେ ପ୍ରାୟ ଗୋଟିଏ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୫ ଜଣଙ୍କୁ ପିପିଲି ପୋଲିସ ଗିରଫ କରିଛି। ପୁରୀ ଏସପି ଟ୍ୱିଟ କରି ଏହି ସୂଚନା ଦେବା ସହ ପିପିଲି ପୋଲିସକୁ ପ୍ରଶଂସା କରିଛନ୍ତି।  

ପିପିଲି ପୋଲିସ (Pipili police) କବଜାରେ ଧଳା ଜହର କାରବାରର ମାଷ୍ଟର ମାଇଣ୍ଡ! ଶନିବାର ସକାଳ ସାତଟାରେ ପିପିଲି ପୋଲିସ ଉତ୍ତରା ଛକରେ ତଢଉ କରିଥିଲା। ଏହି ସମୟରେ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ  ଥିବା ଜଣା  ପଡିଛି। ଜବତ ହୋଇଥିବା ବ୍ରାଉନ ସୁଗାରର ଓଜନ ୯୭୮ ଗ୍ରାମ। ଚଢାଉ ବେଳେ ପୋଲିସ ଗୋଟିଏ ମୋଟର ସାଇକେଲ ଓ ଗୋଟିଏ ସ୍କୁଟି ଜବତ କରିଥିବା ସୂଚନା ମିଳିଛି।

Also Read: ଗର୍ଲଫ୍ରେଣ୍ଡର ହାତ ଧରି ପକାଇଥିଲେ; ୮ ବର୍ଷ ପରେ ଜେଲଦଣ୍ଡ ଶୁଣାଇଲେ କୋର୍ଟ

ଶନିବାର ସକାଳ ପ୍ରାୟ ସାଢେ ନଅଟା ବେଳେ ପୁରୀ ପୋଲିସ (Puri Police) ଟ୍ୱିଟ୍ କରି ବ୍ରାଉନ ସୁଗାର (Brown sugar) ବେପାରୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି। ଏଥିପାଇଁ ପିପିଲି ଥାନାଧିକାରୀ ଓ ତାଙ୍କ ଟିମକୁ ପ୍ରଶଂସା ମଧ୍ୟ କରାଯାଇଛି। ଜିଲ୍ଲା ପୋଲିସ ପ୍ରଶାସନ କହିଛି ଯେ, ଉତ୍ତରାଛକ ନିକଟରୁ ପିପିଲି ପୋଲିସ ୯୭୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଅନ୍ୟମାନଙ୍କ ମଧ୍ୟରେ ଅନ୍ତଜିଲ୍ଲା କିଙ୍ଗପିନ ଓ ମାଫିଆ ମୁରସିଦ ଖାନ ଓରଫ ଜୁମାକୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ବିଶ୍ୱପ୍ରସିଦ୍ଧ ରଥଯାତ୍ରା (Rath yatra) କୁ ଦୁଇ ସପ୍ତାହରୁ କମ୍ ସମୟ ବାକି ଅଛି। ଏହି ସମୟରେ ଏତେ ପରିମାଣର ବ୍ରାଉନ ସୁଗାର ଜବତ ହେବା ପୁରୀ ପୋଲିସର ଚିନ୍ତା ବଢାଇ ଦେଇଛି। ରଥଯାତ୍ରା ବେଳେ ପୁରୀକୁ ରାଜ୍ୟ ବାହାରୁ ଓ ବିଦେଶରୁ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ। ନିଶା ବେପାରୀମାନେ ଏହାର ଫାଇଦା ନେବାକୁ ଛକି ବସିଥାନ୍ତି। ତେବେ ଶନିବାର ଗିରଫ ଅଭିଯୁକ୍ତଙ୍କ ସହ ଆଉ କେଉଁ କେଉଁ ଗ୍ୟାଙ୍ଗର ସମ୍ପୃକ୍ତି ଅଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି।