Naveen Patnaik Foreign Tour: ଭୁବନେଶ୍ୱର ଠାରୁ ଇଟାଲି ଭାୟା ଦିଲ୍ଲୀ, ଆଜିଠୁ ୧୩ ଦିନିଆ ଯାତ୍ରା ଆରମ୍ଭ
Advertisement
Article Detail0/zeeodisha/odisha1223820

Naveen Patnaik Foreign Tour: ଭୁବନେଶ୍ୱର ଠାରୁ ଇଟାଲି ଭାୟା ଦିଲ୍ଲୀ, ଆଜିଠୁ ୧୩ ଦିନିଆ ଯାତ୍ରା ଆରମ୍ଭ

ଇଟାଲି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ (CM Naveen Patnaik) ରୋମରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ସେଥିମଧ୍ୟରୁ ଜାତିସଙ୍ଘ ଖାଦ୍ୟ କାର୍ଯ୍ୟକ୍ରମ (WFP) ଅନ୍ୟତମ। WFPରେ ନବୀନ, ଓଡିଶାର ସଫଳତା ଉପରେ ମନ୍ତବ୍ୟ ଦେବା ସମ୍ଭାବନା ଅଛି। 

ଫାଇଲ ଫଟୋ

Naveen Patnaik Foreign Tour: ଶନିବାର ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଯାତ୍ରା ଆରମ୍ଭ ହେଉଛି। ମଧ୍ୟାହ୍ନରେ ସେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡାଣଭରିବେ। ସେଠାରେ ଦୁଇ ରାତି ରହିବା ପରେ ଇଟାଲି ଗସ୍ତ କରିବେ। ତେବେ ଆସନ୍ତୁ ଜାଣିବା ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଥମ ବିଦେଶ ଯାତ୍ରାର କାର୍ଯ୍ୟସୂଚୀ ବିଷୟରେ...

ଗତ ୨୨ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM) ଦ୍ୱିତୀୟଥର ବିଦେଶ ଗସ୍ତ କରୁଛନ୍ତି। ପ୍ରାୟ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଆସନ୍ତା ୨୦ ତାରିଖରେ ଇଟାଲି ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏଥିପାଇଁ ଶନିବାର ଅପରାହ୍ନରେ ଦିଲ୍ଲୀ (Delhi)  ଯିବେ। ସେଠାରେ ଦୁଇ ଦିନ ରହିବା ପରେ ସୋମବାର ଅପରାହ୍ନରେ ଇଟାଲି ଗସ୍ତ କରିବେ। ଇଟାଲିର ରୋମରେ ରହିବେ। ତେବେ ଏହି ଗସ୍ତ ବେଳେ ସେ ପୋପଙ୍କ ସହ ସାକ୍ଷାତ କରିବେ କି ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଚ ସୂଚନା ଦିଆଯାଇ ନାହିଁ।

Also Read: ଚର୍ଚ୍ଚାରେ ନବୀନଙ୍କ ବିଦେଶ ଗସ୍ତ; ଜାଣନ୍ତୁ, କ'ଣ ସବୁ ରହିଛି କାର୍ଯ୍ୟକ୍ରମ?

ଇଟାଲି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ (CM Naveen Patnaik) ରୋମରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ସେଥିମଧ୍ୟରୁ ଜାତିସଙ୍ଘ ଖାଦ୍ୟ କାର୍ଯ୍ୟକ୍ରମ (WFP) ଅନ୍ୟତମ। WFPରେ ନବୀନ, ଓଡିଶାର ସଫଳତା ଉପରେ ମନ୍ତବ୍ୟ ଦେବା ସମ୍ଭାବନା ଅଛି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ (VK Pandian) ଓ କିଛି ଅଧିକାରୀ ବିଦେଶ ଗସ୍ତ କରିବେ। କିନ୍ତୁ କେଉଁ ମନ୍ତ୍ରୀ ଯିବେ ସେ ସମ୍ପର୍କରେ ସୂଚନା ମିଳିନାହିଁ।

ମୁଖ୍ୟମନ୍ତ୍ରୀ ୨୦ ଜୁନରୁ ୨୬ ଜୁନ ପର୍ଯ୍ୟନ୍ତ ରୋମ (Rome) ରେ ରହି ତାପରେ ଦୁବାଇ ଗସ୍ତ କରିବେ। ଦୁବାଇ (Dubai) ରେ ସେ ୫ ଦିନ ରହିବେ। ଏହି ସମୟରେ ଭାରତ ସରକାର ଓ ଫିଜି ପକ୍ଷରୁ ଆୟୋଜିତ ଓଡିଶା ଇନଭେଷ୍ଟେର୍ସ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜୁନ ୩୦ ତାରିଖରେ ନବୀନ ସ୍ୱଦେଶ ଫେରିବେ। ବିମାନ ଯୋଗେ ଦିଲ୍ଲୀରେ ଅବତରଣ ପରେ ସମାନ ଦିନ ଭୁବନେଶ୍ୱର ଫେରିଆସିବେ। ତେବେ ଚଳିତ ମାସରେ ମୁଖ୍ୟମନ୍ତ୍ରୀ ମୋଟ ୧୩ ଦିନ ରାଜ୍ୟରେ ଅନୁପସ୍ଥିତ ରହିବେ।