ନୂଆଦିଲ୍ଲୀ: ଦେଶ ତଥା ବିଦେଶର ବହୁଚର୍ଚ୍ଚିତ ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ଦୋଷୀଙ୍କୁ ଦିଆଯାଇଥିବା ଫାଶୀକୁ ଆଜି ବର୍ଷେ ପୁରିଛି। ୨୦୨୦ ମାର୍ଚ୍ଚ ୨୦ ତାରିଖ ଦିନ ଦିଲ୍ଲୀର ତିହାର ଜେଲରେ ୪ ଜଣଙ୍କୁ ଫାଶୀ ଦିଆଯାଇଥିଲା। କୋର୍ଟ ଦେଇଥିବା ଏହି ରାୟକୁ ଦେଶବାସୀ ଖୁବ ପ୍ରଶଂସା କରିଥିଲେ। ଏହା ମହିଳାଙ୍କ କ୍ଷେତ୍ରରେ ହେଉଥିବା ଯୌନଶୋଷଣକୁ ଲଗାମ ଲଗାଇବା ପାଇଁ ଜରୁରୀ ପଦକ୍ଷେପ ବୋଲି ସମସ୍ତେ କହିଥିଲେ। ଆଉ ଏହି ସମୟରେ ଦୋଷୀଙ୍କ ପରିବାର ଓ ଓକିଲ ଏପି ସିଂହ ଗୋଟିଏ ପଟେ ଥିଲେ, ଆଉ ସମଗ୍ର ଦେଶ ଗୋଟିଏ ପଟେ ଥିଲା।


COMMERCIAL BREAK
SCROLL TO CONTINUE READING

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବାର ବର୍ଷେ ପରେ ମଧ୍ୟ ଓକିଲ ଏପି ସିଂହ (AP Singh) ଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିନାହିଁ। ସେ ୩ ଥର ଫଶୀକୁ ରୋକିଥିଲେ ତଥାପି ଶେଷରେ ୪ ଦୋଷୀଙ୍କୁ ତିହାର ଜେଲରେ ଝୁଲିବା (nirbhaya convicts hanged) କୁ ପଡି଼ଲା। ସେତେବେଳେ ଓକିଲ ଏପି ସିଂହ କୋର୍ଟଙ୍କ ନିର୍ଦ୍ଦେଶକୁ ଖୁବ ବିରୋଧ କରିଥିଲେ। ଆଉ ଫାଶୀର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଅପରାଧ ପ୍ରତି ସମାଜର ଯେଉଁ ଦୃଷ୍ଟିକୋଣ ଅଛି ତାହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି। 


Also Read: ଦୁଷ୍କର୍ମ କରିବାକୁ ଆସିଥିବା ବ୍ୟକ୍ତିର ଯୌନାଙ୍ଗ କାଟିଲେ ମହିଳା


ଓକିଲ ଏପି ସିଂହ କହିଛନ୍ତି, 'କେବଳ ସମାଜକୁ ଏକ ବାର୍ତ୍ତା ଦେବା ପାଇଁ ୪ ଜଣ ଯୁବକଙ୍କୁ ଫାଶୀ ଖୁଣ୍ଡରେ ଝୁଲାଇ ଦିଆଗଲା। ଏହା ଏକ ଜୁଡ଼ିସିଆଲ କିଲିଂ। ଗୋଟିଏ ନିର୍ଭୟା ପାଇଁ ୫ ଜଣଙ୍କୁ ହତ୍ୟା କରାଗଲା। କିନ୍ତୁ ସେହି ୪ ଜଣଙ୍କୁ ଫାଶୀ ଦେଲା ପରେ ଭାରତରେ ଦୁଷ୍କର୍ମ ମାମଲା କଣ ହ୍ରାସ ହୋଇଛି? ଯେଉଁ ଦିନ ସେମାନଙ୍କୁ ଫାଶୀ ଦିଆଗଲା ସେହି ଦିନ ମଧ୍ୟ ଦେଶରେ ଏକାଧିକ ଦୁଷ୍କର୍ମ ମାମଲା ଥାନାରେ ପଞ୍ଜିକରଣ ହୋଇଛି।'


ସେ ପୁଣି କହିଛନ୍ତି, 'ଦୁଷ୍କର୍ମ ରୋକିବାକୁ ଫାଶୀ ଏକମାତ୍ର ସମାଧାନ ନୁହେଁ। ଯେଉଁମାନଙ୍କୁ ନିର୍ଭୟା ଦୁଷ୍କର୍ମ ମାମଲା (Nirbhaya Rape Case) ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା, ତାହା ସେମାନଙ୍କ ପ୍ରଥମ ଅପରାଧ ଥିଲା। ସମସ୍ତ ଅଭିଯୁକ୍ତ ଗରିବ ପରିବାରରୁ ଆସିଥିଲେ। ସେମାନଙ୍କ ଜେଲ ଯିବା ପରେ ପରିବାରର ଆର୍ଥିକ ଅବସ୍ଥା ଭୁଷୁଡି ପଡ଼ିଥିଲା। ଏପରିକି ଦୈନନ୍ଦିନ ଆବଶ୍ୟକତାକୁ ବି ସେମାନେ ପୂରଣ କରିପାରୁନଥିଲେ। ଆଉ ଫାଶୀ ଦେବା ପରେ କାହାର ସ୍ତ୍ରୀ ବିଧବା ହୋଇଗଲେ ତ କିଏ ବାପଛେଉଁଣ୍ଡ ହୋଇଗଲା। ପୁଅର ମୃତ୍ୟୁ ପରେ କାହାର ବାପା ମ୍ରିୟମାଣ ହୋଇ ମୃତ୍ୟୁବରଣ କଲେ।'


Also Read: ୩୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଦୁଷ୍କର୍ମ କରି ବୃଦ୍ଧ ଗିରଫ


ଏତିକିରେ ରହିନଥିଲେ ଏପି ସିଂହ। ସେ ନିଜ ଯୁକ୍ତିକୁ ସାବ୍ୟସ୍ତ କରିବା ପାଇଁ ରାଷ୍ଟ୍ରପତି, ସୁପ୍ରିମକୋର୍ଟ ଓ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ମଧ୍ୟ ଯୋଡିଥିଲେ। ସେ କହିଛନ୍ତି ଯେ, ବିଶ୍ୱର ଶତାଧିକ ଦେଶରୁ ଫାଶୀ ହଟିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ବସୁଧୈବ କୁଟୁମ୍ବକମ୍ କଥା କୁହନ୍ତି, ଆଉ ଆମେ ଯୁବକଙ୍କୁ ଫାଶୀ ଦେଇ ଉତ୍ସବ ମନାଉଛୁ। ତେବେ ଏହି ୨ଟି ଜିନିଷକୁ ବିଶ୍ୱ ଏକାସାଥିରେ କେମିତି ବିଶ୍ୱାସ କରିବ? ପୂର୍ବତନ ରାଷ୍ଟ୍ରପତି ଅବଦ୍ଦୁଲ କଲାମ (Abdul Kalam) ଓ ପ୍ରତିଭା ପାଟିଲ ଫାଶୀ ଦଣ୍ଡାଦେଶକୁ ବିରୋଧ କରୁଥିଲେ। ଏପରିକି ସୁପ୍ରିମକୋର୍ଟ (Supreme Court) ର ଅନେକ ପୂର୍ବତନ ଜଷ୍ଟିସ ମଧ୍ୟ ଫାଶୀ ସପକ୍ଷରେ ନାହାନ୍ତି। ଯଦି ଆଖି ବଦଳରେ ଆଖି ନିଆଯାଏ, ତେବେ ସମାଜ ଅନ୍ଧ ହୋଇଯିବ ବୋଲି ଏପି ସିଂହ କହିଛନ୍ତି।


ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପରେ ହାଇଦ୍ରାବାଦ, ଉନ୍ନାଓ, ହାସରଥ, କୋଟପାଡ ପରି ଅନେକ ମାମଲା ସାମନାକୁ ଆସିଛି। ଅପରାଧି ଦୁଷ୍କର୍ମ ପରେ ପୀଡିତାକୁ ହତ୍ୟା କରୁଛନ୍ତି। ଆଉ ପୋଲିସ ସେମାନଙ୍କୁ ଗିରଫ କରିବ କଣ? ପ୍ରଶାସନ ଓ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ ମଧ୍ୟ ହେଉଛି। ଏପରି ଅନେକ ସମୟରେ ଖୋଦ ଶାସକ ଦଳର ନେତା ଦୁଷ୍କର୍ମ ଅଭିଯୁକ୍ତ ବାହାରୁଛନ୍ତି। ଏପରିକି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବିରୋଧରେ ବି ଯୌନଶୋଷଣର ଅଭିଯୋଗ ଆସୁଛି। ଏଭଳି ସ୍ଥିତିରେ କାହାଠାରୁ ନ୍ୟାୟ ଆଶା କରାଯିବ?


Also Read: ବୋହୂକୁ ଜୀଅନ୍ତା ଜାଳିଦେଲେ ଶାଶୁଘର!


ସେପଟେ ମହିଳା କମିଶନ ପରି ପୁରୁଷ କମିଶନ ଗଠନ କରିବାକୁ ଦାବି ହେଉଛି। ଆଜି ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖକୁ ପୁରୁଷ ସଚେତନତା ଦିବସ ଭାବେ ପାଳନ କରାଯାଉଛି। ଆଇନ ଅନୁସାରେ ପୁରୁଷ ଓ ମହିଳା ସମାନ। କିନ୍ତୁ ଯେତେ ବେଳେ କଥା ମହିଳାଙ୍କର ଆସୁଛି, ସେତେବେଳେ ତାଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଫଳରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ଖାଲ ଆହୁରି ବଢିଯାଉଛି । ଯେଉଁଥିରେ କେବଳ ପୁରୁଷ ପଡୁଛି। ଫଳସ୍ୱରୂପ ପ୍ରତିଦିନ ଦେଶରେ ୧୫୦ରୁ ଊର୍ଦ୍ଧ୍ୱ ପୁରୁଷ ଆତ୍ମହତ୍ୟା କରୁଛନ୍ତି। ଯାହା ମହିଳାଙ୍କ ତୁଳନାରେ ଅଧିକ।