ଗଜପତି: ଗତ ୧୩ ତାରିଖ ଗୁରୁବାର ଜିଲ୍ଲାର ନରହରିପୁର ନିକଟସ୍ଥ  ଫାର୍ମ ହାଉସ ଠାରେ ଘଟିଥିବା ଯୁବତୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ରହିଥିବା ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ। ଅନୈତିକ ସମ୍ପର୍କିକୁ ନେଇ ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଦିସା ମଣ୍ଡଳ ସହ ଆଉ ଜଣେ ସହଯୋଗୀକୁ ଗିରଫ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଗତ ୧୩ ତାରିଖରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନରହରିପୁର ନିକଟରେ ରହିଥିବା ତିରୁପତି ପାଣିଗ୍ରାହୀଙ୍କ ଫାର୍ମ ହାଉସସ୍ଥିତ ନିର୍ମାଣଧିନ କୋଠା ନିକଟରେ ଜଣେ ଆଦିବାସୀ ମହିଳାଙ୍କ କ୍ଷତାକ୍ତ ଶବ ପଡିରହିଥିବା ଦେଖିବାକୁ ମିଳିଥଲା। ମୃତ ମହିଳା ଗୁମ୍ମା ବ୍ଲକ ସେରଙ୍ଗ ଥାନା ଅନ୍ତର୍ଗତ ତୁମୁଳ ଗ୍ରାମର ଜୁମ୍ବେଲା ରାଇକାଙ୍କ ଝିଅ ୩୦ ବର୍ଷୀୟା ଅମ୍ବିକା ଶବର ବୋଲି ଜଣାପଡିଥିଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। 


Also Read: ନିର୍ମାଣାଧିନ ଫାର୍ମ ହାଉସରୁ ମହିଳାଙ୍କ ମୃତଦେହ ଉଦ୍ଧାର


ପ୍ରାଥମିକ ତଦନ୍ତରୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ହତ୍ୟା ମାମଲା ରୁଜୁକରି ତଦନ୍ତ ଭାର ନିଜେ ଗ୍ରହଣ କରିଥିଲେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ। ଶୁକ୍ରବାର ସେରଙ୍ଗ ଥାନା ଅନ୍ତର୍ଗତ କିନ୍ତେସିଂ ଗ୍ରାମରୁ ମୁଖ୍ୟ ଅଭିଯୁକ୍ତ ସହ ଅଢେଇ ଗ୍ରାମର ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।


ମୃତ ମହିଳାଙ୍କ ତିନୋଟି ସନ୍ତାନ ଥିବା ବେଳେ ତିନି ବର୍ଷ ହେଲା ସେ ସ୍ବାମୀଙ୍କ ଠାରୁ ଅଲଗା ରହୁଥିଲେ। ପାରଳାଖେମୁଣ୍ଡି ଅଞ୍ଚଳରେ ମହିଳା ଜଣକ ରହି ଶ୍ରମିକ ଭାବେ କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରୁଥିଲେ। ମୁଖ୍ୟ ଅଭିଯୁକ୍ତ ସହ ମୃତକ ମହିଳାଙ୍କ ପ୍ରେମ ସମ୍ପର୍କ ରହିଥିଲା। ପରବର୍ତ୍ତୀ ସମୟରେ ମହିଳା ଜଣକ ନିଜ ରାସ୍ତାର କଣ୍ଟା ଭାବେ ଠିଆ ହୋଇଥିଲା। 


ରାସ୍ତାରୁ ସବୁ ଦିନ ପାଇଁ ହଟାଇବାକୁ ଯୋଜନା କରି ଜଣେ ସାଙ୍ଗର ସହଯୋଗରେ ହତ୍ୟା କରିଥିଲା ଅଭିଯୁକ୍ତ। ଅଭିଯୁକ୍ତଙ୍କ ଠାରୁ ଦୁଇ ଗୋଟି ମୋବାଇଲ, ହତ୍ୟାରେ ବ୍ୟବହାର ହୋଇଥିବା ସିମେଣ୍ଟ ଇଟା ଆଦି ଜବତ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।