Porn addicted minor boy arrested, ବେଙ୍ଗାଲୁରୁ: କର୍ଣ୍ଣାଟକର କାଲବୁର୍ଗି ଜିଲ୍ଲା ପୋଲିସକୁ ସଫଳତା ମିଳିଛି। ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୧୬ ବର୍ଷିୟ ନାବାଳକକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ପର୍ଣ୍ଣ ଆଡିକଟେଡ୍ ଥିବା ଗୁରୁବାର ପୋଲିସ କହିଛି। ଅଭିଯକ୍ତ ତାଙ୍କ ମୋବାଇଲରେ ଅଧିକାଂଶ ସମୟରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ ବୋଲି ପୋଲିସର ତଦନ୍ତରୁ ଜଣାପଡିଛି। କାଲବୁର୍ଗି ପୋଲିସ ଅଧୀକ୍ଷକ ଇଶା ପନ୍ତଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ କରାଯାଉଥିଲା। ମାତ୍ର ଘଣ୍ଟା ମଧ୍ୟରେ ପୋଲିସ ତିନି ନାବାଳକଙ୍କୁ ଗିରଫ କରିଥିଲା। ପୋଲିସର ଜେରା ବେଳେ ୧୬ ବର୍ଷିୟ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ୱିକାର କରିଥିଲା।


COMMERCIAL BREAK
SCROLL TO CONTINUE READING

ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଆଖୁ କିଆରିକୁ ଟାଣି ନେଇ ଯୌନ ନିର୍ଯାତନା ଦେଇଥିଲା। ତାପରେ ତାଙ୍କ ଛାତିରେ ଏକ ବଡ ପଥର ଛେଟି ପରେ ଗଳା କାଟି ହତ୍ୟା କରିଥିଲା। ଅପରାଧ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ପୋଲିସ କହିଛି ଯେ, ଅଭିଯୁକ୍ତ, ପୀଡିତାଙ୍କୁ ଦୀର୍ଘ ଦିନରୁ ପିଛା କରୁଥିଲା। ଘଟଣା ଦିନ ଶୌଚ ହେବା ପାଇଁ ବାହାରକୁ ବାହିଥିବା ବେଳେ ମଉକା ଦେଖି ତାଙ୍କୁ ନିକଟସ୍ଥ ଆଖୁ କିଆରିକୁ ଉଠାଇ ନେଇଥିଲା। ତେବେ ଘଟଣା ପ୍ରଘଟ ହେବା ଭୟରେ ସେ ନାବାଳିକାଙ୍କୁ ହତ୍ୟା କରିଥିବା ସ୍ୱିକାର କରିଛି।


Also Read: Wedding Ceremony: ଭୁଲ ହାତରେ ପଡ଼ିଲା ବିବାହ ଉପହାର, ଘର ଲୋକଙ୍କ ଉପରେ କାର ଚଢ଼ାଇଦେଲା ବର


ଅଭିଯୁକ୍ତଙ୍କୁ ଧରିବା ଓ ମାମଲାର ସମାଧାନ ପାଇଁ ପନ୍ତ ତାଙ୍କ ପୋଲିସ ଟିମ୍ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ପନ୍ତ କହିଛନ୍ତି ଯେ, ଏହି ମାମଲାର ଚାର୍ଜସିଟ୍ ଶୀଘ୍ର କୋର୍ଟରେ ଦାଖଲ ହେବ। ପୀଡିତା ମଙ୍ଗଳବାର ମଧ୍ୟାହ୍ନ ତିନିଟାରେ ଶୌଚ ହେବା ପାଇଁ ଘରୁ ବାହାରକୁ ଯାଇଥିଲେ। ଯେତେବେଳେ ନାବାଳିକାଟି ଦୀର୍ଘ ସମୟ ଧରି ଘରକୁ ଫେରି ନଥିଲେ, ସେତେବେଳେ ପରିବାର ସଦସ୍ୟ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଶେଷରେ ଗ୍ରାମବାସୀମାନେ ତାଙ୍କ ଚପଲକୁ ଦେଖିଲେ ଏବଂ ସେହି ଦିନ ସନ୍ଧ୍ୟାରେ ଝିଅର ମୃତଦେହ ଏକ ଆଖୁ କିଆରିରୁ ମିଳିଥିଲା। ନାବାଳିକା ଜଣକ ନବମ ଶ୍ରେଣୀରେ ପଢୁଥିଲା ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ରହୁଥିଲା ​​ବୋଲି ପୋଲିସ କହିଛି। 


Also Read: Poisonous Tea: ଚା' ପିଇ ଗୋଟିଏ ପରିବାରର ତିନି ମୃତ, ଭୁଲରେ ମହିଳା ମିଶାଇଥିଲେ କୀଟନାଶକ


Also Read: ଦୀପାବଳିରେ କିଏ ଲିଭାଇଲା ଜୀବନ ଦୀପ? ନବବଧୂଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ