Crime News: ଡେଟିଂ ଆପରୁ ପ୍ରେମ, ହତ୍ୟା ପରେ ଯୁବକର ଯୌନାଙ୍ଗକୁ ସିଝେଇ ଖାଇଦେଲା ଯୁବକ
Crime News In Odia: କେଭିନଙ୍କ ଲାଷ୍ଟ ଲୋକେସନରେ ପୋଲିସକୁ ପହଞ୍ଚିବାକୁ ତିନି ଦିନ ସମୟ ଲାଗିଥିଲା। ପରେ ଘଟଣାସ୍ଥଳରୁ ପ୍ରାୟ ୭ କିଲୋମିଟର ଦୂରରେ ପୋଲିସ ତାଙ୍କ କାରକୁ ପାଇଥିଲା। କାରରେ କେଭିନଙ୍କ ଫୋନ ଏବଂ ୱାଲେଟ ମିଳିଥିଲା। ପରେ ପଚରା ଉଚରା ପରେ ମାର୍କକୁ ଆଜୀବନ କାରାଗାର ଶୁଣାଇଛନ୍ତି ଆମେରିକା କୋର୍ଟ।
Crime News In Odia: ୨୫ ବର୍ଷୀୟ ଜଣେ ସମଲିଙ୍ଗୀ ଯୁବକ ଏଲିଜିବିଲିଟି କମ୍ୟୁନିଟି ର ଥିବା ଡେଟିଂ ଆପ୍ ରୁ ୫୨ ବର୍ଷୀୟ ବ୍ୟକ୍ତିଙ୍କୁ ଭେଟିଲେ। ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆଗକୁ ବଢିଲା । ଏହାପରେ ଦୁହେଁ ଧିରେ ଧିରେ ନିକଟତର ହେବାକୁ ଲାଗିଲେ। ହେଲେ ୨୫ ବର୍ଷୀୟ ଯୁବକ କେବେ ବି ଭାବିନଥିଲେ କି ମୃତ୍ୟୁ ତାଙ୍କ ନିକଟତର ହୋଇଥିଲା । ୨୫ ବର୍ଷୀୟ ଯୁବକ ତାଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଥିଲେ ହେଲେ ସେ ଜାଣିନଥିଲେ ଯେ, ତାଙ୍କୁ ଏମିତି ବିଭତ୍ସ ଭାବେ ମରିବାକୁ ପଡ଼ିବ । ବରଂ କେବଳ ମରିବାକୁ ନୁହେଁ ମରିବା ପରେ ସେହି ଯୁବକଙ୍କ ଯୌନାଙ୍ଗକୁ ସିଝେଇ ଖାଇଦେଇଥିଲା ଏହି ନରଭକ୍ଷକ। ତେବେ ଏହି ଏହି ନରଭକ୍ଷୀକୁ ବିନା ପାରୋଲରେ ଆଜୀବନ କାରାଦଣ୍ଡ ଶୁଣାଇ ଦିଆଯାଇଛି।
ଏହି ଘଟଣା ଘଟିଛି ଆମେରିକା ମିସିଗନ ଅଞ୍ଚଳରେ। ଏକ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଏହି ମାମଲା ୨୦୧୯ ମସିହାର ।
25 ବର୍ଷର କେଭିନ ବେକନ୍ ଭେଟିଥିଲେ ୫୨ବର୍ଷିୟ ମାର୍କ ଲାଟୁନସ୍କିଙ୍କୁ । ଗ୍ରିଣ୍ଡର ଏକ ଡେଟିଂ ଆପ୍, ଯାହା ସାଧାରଣତଃ LGBTQ + ସମ୍ପ୍ରଦାୟ ଦ୍ୱାରା ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ବ୍ୟବହୃତ ହୁଏ । ଖ୍ରୀଷ୍ଟମାସ ଅବସରରେ ମାର୍କଙ୍କୁ ଭେଟିବାକୁ କେଭିନ ରାଜି ହୋଇଥିଲେ। ରିପୋର୍ଟ ଅନୁଯାୟୀ, ମିଶିଗାନରେ ଥିବା ତାଙ୍କ ଘରଠାରୁ ମାର୍କଙ୍କ ଘର ପର୍ଯ୍ୟନ୍ତ କେଭିନ ପ୍ରାୟ ୨୦ କିଲୋମିଟର ଦୂରତା ଅତିକ୍ରମ କରିଯାଇଥିଲେ ।
ହତ୍ୟାକାରୀ ମାର୍କର ପର୍ଦ୍ଦାଫାଶ ସେବେ ହୋଇଥିଲା ଯେବେ କେଭିନ୍ ତାଙ୍କ ପରିବାର ପାଖକୁ ଖ୍ରୀଷ୍ଟମାସ ଅବସରରେ ଯାଇପାରିନଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କେଭିନଙ୍କ ଲାଷ୍ଟ ଲୋକେସନରେ ପୋଲିସକୁ ପହଞ୍ଚିବାକୁ ତିନି ଦିନ ସମୟ ଲାଗିଥିଲା। ପରେ ଘଟଣାସ୍ଥଳରୁ ପ୍ରାୟ ୭ କିଲୋମିଟର ଦୂରରେ ପୋଲିସ ତାଙ୍କ କାରକୁ ପାଇଥିଲା। କାରରେ କେଭିନଙ୍କ ଫୋନ ଏବଂ ୱାଲେଟ ମିଳିଥିଲା। ଏହା ପରେ ପୋଲିସ ହତ୍ୟାକାରୀ ମାର୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଥିଲା। ସେଠାରେ କେଭିନଙ୍କ କ୍ଷତବିକ୍ଷତ ଶରୀରକୁ ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପରେ ମାର୍କକୁ ହେପାଜତକୁ ନିଆଯାଇ ପଚରାଉଚରା ଜାରିରଖିବା ପରେ ମାର୍କ ନିଜର ଅପରାଧ ସ୍ୱିକାର କରିଥିଲା । ମାର୍କ କହିଥିଲା ଯେ, ସେ କେଭିନକୁ ମାରି ତା ରକ୍ତ ଗଛରେ ପକାଇବାକୁ ଚାହୁଁଥିଲା । ନିଜ ବଗିଚାର ଗଛ ପାଇଁ ମଣିଷ ହାଡ଼ ଓ ରକ୍ତ ଜରୁରୀ ବୋଲି ସେ କେଭିନକୁ ମାରିଥିଲା । ତେବେ କେଭିନର ଗୁପ୍ତାଙ୍ଗକୁ କାଟି ସିଝେଇ ଖାଇଥିବା ମଧ୍ୟ ସ୍ୱିକାର କରିଛି ନରଭକ୍ଷୀ ମାର୍କ । ଅନ୍ୟପଟେ କୋର୍ଟ କହିଛନ୍ତି ଯେ, କେଭିନ ଏକା ନୁହେଁ, ଏହାପୂର୍ବରୁ ମଧ୍ୟ ଦୁଇ ଲୋକଙ୍କୁ କବଜା କରିଥିଲା ମାର୍କ । ହେଲେ ସେମାନେ କୌଶଳ ବଶତଃ ତା ଷଡଯନ୍ତ୍ରରୁ ନିଜକୁ ବଞ୍ଚାଇ ଦେଇଥିଲେ।
Also Read: Crime News: ଶାଶୂର ନିର୍ଯାତନା ସହିପାରିଲାନି ଜ୍ୱାଇଁ, ସୁଇସାଇଡ ନୋଟ୍ ଲେଖି ଝୁଲିଗଲେ ଯୁବକ
Also Read: Crime News: ମାଟ୍ରିମୋନି ସାଇଟରୁ ପସନ୍ଦ କରି ବିବାହ କଲେ ଯୁବକ, ପରେ ଜାଣିଲେ ପତ୍ନୀ ଏହି ରାଜ୍ୟର ଲେଡି ଡନ୍