Crime News: ଶାଶୂର ନିର୍ଯାତନା ସହିପାରିଲାନି ଜ୍ୱାଇଁ, ସୁଇସାଇଡ ନୋଟ୍ ଲେଖି ଝୁଲିଗଲେ ଯୁବକ
Advertisement
Article Detail0/zeeodisha/odisha1578143

Crime News: ଶାଶୂର ନିର୍ଯାତନା ସହିପାରିଲାନି ଜ୍ୱାଇଁ, ସୁଇସାଇଡ ନୋଟ୍ ଲେଖି ଝୁଲିଗଲେ ଯୁବକ

Crime News In Odia: ସେମାନେ ମୋତେ ମାଡ଼ ମାରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସେମାନେ ମୋତେ କହିଛନ୍ତି ଯେ, ମୋ ବାପା ମାଙ୍କ ସମ୍ପତ୍ତି ମଧ୍ୟ ତାଙ୍କୁ ଦରକାର । ଘରରୁ ଭାଗ ମଧ୍ୟ ମାଗୁଥିଲେ। ମୋ ଶାଶୂଙ୍କ ଅପମାନ ଶୁଣିବା ପରେ ମୁଁ ବିରକ୍ ହୋଇଥିଲି ବହୁତ ଟେନସରେ ରହୁଥିଲି। ମୋର ମୃତ୍ୟୁ ପରେ ପୂଜା ଏବଂ ଉଭୟ ପିଲାଙ୍କୁ କୌଣସି ଅଂଶ ଦିଆଯିବା ଉଚିତ୍ ନୁହେଁ।

Crime News: ଶାଶୂର ନିର୍ଯାତନା ସହିପାରିଲାନି ଜ୍ୱାଇଁ, ସୁଇସାଇଡ ନୋଟ୍ ଲେଖି ଝୁଲିଗଲେ ଯୁବକ

Crime News In Odia: କୋଚି ସିଟି କୋଟାରେ ଘଟିଛି ଏମିତି ଚମକାଇଦେଲା ଭଳ ଘଟଣା। କୋଟାର ଜଣେ ଯୁବକ ତାଙ୍କ  ଶାଶୂଙ୍କ ନିର୍ଯାତନା ସହିନପାରି ନିଜକୁ ଫାଶୀ ଦେଇ ମୃତ୍ୟୁକୁ ଗ୍ରହଣ କରିଛନ୍ତି। ଆତ୍ମହତ୍ୟାର ତିନି ଦିନ ପରେ ମୃତ ଯୁବକଙ୍କ ପର୍ସରୁ ମିଳିଥିବା ଆତ୍ମହତ୍ୟା ନୋଟରୁ ଏହି ଘଟଣାରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ମୃତ ଚେତନ ଜାଙ୍ଗିଡ କେଶଭପୁର ସେକ୍ଟରର ବାସିନ୍ଦା ଥିଲେ। ଚାରି ଦିନ ପୂର୍ବରୁ ନିଜ ରୁମରେ ଥିବା ଫ୍ୟାନରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ଶାଶୂ ତାଙ୍କୁ ମାଡ଼ ମାରିବା ଏବଂ ଲକ୍ଷ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ମୃତକଙ୍କ ସମ୍ପର୍କୀୟମାନେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।

ଏହି ସୁଇସାଇଡ ନୋଟ ଅତ୍ୟନ୍ତ ଭାବପ୍ରବଣ ହୋଇ ଲେଖିଛନ୍ତି ଚେତନ । ସେ ଏଥିରେ ନିଜ ଶାଶୂଙ୍କୁ ଜେଲ ହାୱା ଖୁଆଇବା ନେଇ ଅନୁରୋଧ ବି କରିଛନ୍ତି । ଏହାସହ ନିଜ ପତ୍ନୀଙ୍କୁ ମଧ୍ୟ ନିଜ ସମ୍ପତ୍ତିରେ ଭାଗ ନଦେବାକୁ ଲେଖିଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଯାଞ୍ଚ ଜାରି କରିଛି। ପୋଲିସ ଅଧିକାରୀଙ୍କ କହିବାକଥା, ଏବେ ସୁଦ୍ଧା ସୁଇସାଇଡ ନୋଟକୁ ପରିବାର ପରିଜନ ମାନେ ହସ୍ତାନ୍ତର କରିନାହାଁନ୍ତି। ଚେତନ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ, 'ମୁଁ ଚେତନ ଓ ପୂଜା ଆମେ ସାଙ୍ଗ ହୋଇ ରହୁଥିଲୁ, ମୋ ଶାଶୂ ଶୂଶୁର ମୋ ଟଙ୍କା ମାଗୁଥିଲା । ମୋ ଛୁଆଙ୍କୁ ଚଳେଇବାକୁ ତାଙ୍କୁ ପୋଷିବାକୁ ମୁଁ ଅନେକ କଷ୍ଟ ସହିଛି।

ପୂଜା ମାକୁ ଜେଲ ପଠାଇବ
ସେ ଲେଖିଛନ୍ତି ଯେ ସେ ପୂଜାର ଅଳଙ୍କାର ମଧ୍ୟ ତାଙ୍କ ଶାଶୂ ବିକ୍ରି କରିଛନ୍ତି। ମୋତେ କହିଲେ ଯେ, 2 ଲକ୍ଷ ଦେଇ ପିଲାଙ୍କୁ ନେଇଯାଅ।| ମୁଁ ଯେତେବେଳେ ସେମାନଙ୍କୁ ଦୁଇଥର ଆଣିବାକୁ ଯାଇଥିଲି, ସେମାନେ ମୋତେ ମାଡ଼ ମାରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସେମାନେ ମୋତେ କହିଛନ୍ତି ଯେ, ମୋ ବାପା ମାଙ୍କ ସମ୍ପତ୍ତି ମଧ୍ୟ ତାଙ୍କୁ ଦରକାର । ଘରରୁ ଭାଗ ମଧ୍ୟ ମାଗୁଥିଲେ। ମୋ ଶାଶୂଙ୍କ ଅପମାନ ଶୁଣିବା ପରେ ମୁଁ ବିରକ୍ ହୋଇଥିଲି ବହୁତ ଟେନସରେ ରହୁଥିଲି। ମୋର ମୃତ୍ୟୁ ପରେ ପୂଜା ଏବଂ ଉଭୟ ପିଲାଙ୍କୁ କୌଣସି ଅଂଶ ଦିଆଯିବା ଉଚିତ୍ ନୁହେଁ।  ଆଉ ପୂଜାଙ୍କ ମାଙ୍କୁ ଜେଲରେ ପୂରେଇବ ବୋଲି ସେ ଲେଖିଛନ୍ତି।

ଏମିତିକୁ ଚେତନ ଙ୍କ  ଶାଶୂ ତାଙ୍କୁ ଧମକାଉଥିଲେ । ୫ ଲକ୍ଷ ଟଙ୍କା ମାଗିଥିଲେ। ପୈତୃକ ସମ୍ପତ୍ତିରୁ ଭାଗ ମାଗୁଥିଲେ। ମୁଁ ଜୟପୁର ଗଲେ ମୋତେ ମାରିଦେବାକୁ ଧମକ ଦଉଥିଲେ । ହେଲେ ପୂଜା ସହ ମୋର କିଛି ଝଗଡ଼ା ହୋଇନଥିଲା । ମୋ ପିଲାଙ୍କ ରାଣ ଖାଇ କହୁଛି ମୋ ମୃତ୍ୟୁ ପାଇଁ ପ୍ରଥମେ ଶାଶୂ ଓ ଦ୍ୱିତୀୟରେ ପତ୍ନୀ ପୂଜା ଦାୟୀ ତାଙ୍କୁ ଦଣ୍ଡ ଦେବା ଜରୁରୀ । ସେ ଏହା ମଧ୍ୟ କହିଛନ୍ତି ଯେ, ମୋର ଶାଶୂ ମୋତେ ହତ୍ୟା କରିବା ପାଇଁ ବିଭୂତି ଆଣିଥିଲେ କେଉଁଠାରୁ ମୁଁ ଜାଣିନାହିଁ। ମୁଁ ମୋର ଦୁଇ ପିଲା ଏବଂ ପୂଜାଙ୍କ ସହ କଥା ହେଲି । ପରେ ମୃତ୍ୟୁର ବାଟ ବାଛିନେଇଥିଲେ ଚେତନ ।