ସମସ୍ତିପୁର: ବିହାରର ସମସ୍ତିପୁର ଜିଲ୍ଲାର ବିଥାନ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ନୌକା ଚାଳକକୁ ଜଣେ ବ୍ୟକ୍ତିଙ୍କ ଡଙ୍ଗା ପାର କରାଇ ୧୦ ଟଙ୍କା ମାଗିବା ମହଙ୍ଗା ପଡିଛି। ତାଙ୍କୁ ନିଜ ଜୀବନ ସହିତ ଏହି ୧୦ ଟଙ୍କାର ମୂଲ୍ୟ ଦେବାକୁ ପଡିଲା।


COMMERCIAL BREAK
SCROLL TO CONTINUE READING

ସୋମବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ବିଥାନ ଥାନା ଅଞ୍ଚଳରେ ଥିବା ବାନବୋର ଗାଁର ବାସିନ୍ଦା ନୌଚାଳକ ଶିକନ ଯାଦବଙ୍କୁ ସକାଳେ ଗୁଳି କରି ହତ୍ୟା କରାଯାଇଥିଲା। ଗ୍ରାମବାସୀଙ୍କ ସୂଚନା ପାଇବା ପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।


Also Read: ସମ୍ପତି ଭାଗବଣ୍ଟାକୁ ନେଇ ଭାଇକୁ ହାଣିଲା ଭାଇ


ବିଥାନର ଥାନାଧିକାରୀ ମହମ୍ମଦ ଖୁସମୁଦ୍ଦିନ କହିୃବା ଅନୁସାରେ, ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ଶିକାନ ଯାଦବ ନୌକା ଚାଳକ ଭାବରେ କାର୍ଯ୍ୟ କରନ୍ତି। ରବିବାର ଜଣେ ଯୁବକଙ୍କୁ ନଦୀ ପାର କରିବା ପାଇଁ ସେ ୧୦ ଟଙ୍କା ଡଙ୍ଗା ଭଡା ମାଗିବା ନେଇ ବିବାଦ ଲାଗି ରହିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକ ଜଣକ ତାଙ୍କୁ ଦେଖିଦେବାକୁ ଧମକ ଦେଇଥିଲେ।


ସୋମବାର ସକାଳେ ଶିକାନ ତାଙ୍କ ଘର ସାମ୍ନା ରାସ୍ତା କଡରେ ଠିଆ ହୋଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ, ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା ରୁଜୁ ହୋଇଛି। ଯେଉଁଥିରେ ଦୁଇ ଜଣଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚଢାଉ କରାଯାଉଛି।