ସମ୍ପତି ଭାଗବଣ୍ଟାକୁ ନେଇ ଭାଇକୁ ହାଣିଲା ଭାଇ
Advertisement
Article Detail0/zeeodisha/odisha967697

ସମ୍ପତି ଭାଗବଣ୍ଟାକୁ ନେଇ ଭାଇକୁ ହାଣିଲା ଭାଇ

ମଙ୍ଗଳବାର ସକାଳ ୮ଟା ସମୟରେ କିଶୋର ଘରେ ଖାଉଥିବା ବେଳେ ନିଜ ସାନ ଭାଇ ରାଧାଶ୍ଯାମ ହଠାତ୍ ଆସି ଏକ କାତିରେ ତାଙ୍କ ମୁଣ୍ଡ ଉପରେ ଚୋଟ ପକାଇ ଦେଇ ଫେରାର ହୋଇଯାଇଥିଲେ। 

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଜଗତି ସାହିରେ ଏକ ଅଭିନୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ବଡ ଭାଇକୁ କାତିରେ ହାଣି ଅତି ବିଭତ୍ସ ଭାବେ ସାନ ଭାଇ ହତ୍ୟା କରିଛି। ମୃତକ ଜଣଙ୍କ ହେଲେ ଜଗତି ସାହିର ୫୬ ବର୍ଷୀୟ କିଶୋର ପାଣିଗ୍ରାହୀ। 

ସୂଚନା ଅନୁସାରେ, ମଙ୍ଗଳବାର ସକାଳ ୮ଟା ସମୟରେ କିଶୋର ଘରେ ଖାଉଥିବା ବେଳେ ନିଜ ସାନ ଭାଇ ରାଧାଶ୍ଯାମ ହଠାତ୍ ଆସି ଏକ କାତିରେ ତାଙ୍କ ମୁଣ୍ଡ ଉପରେ ଚୋଟ ପକାଇ ଦେଇ ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରୁ ତୁରନ୍ତ ପରିବାର ଲୋକେ କିଶୋରଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Also Read: ପବନା ହାତୀଙ୍କୁ ହାଣି ରୂପା ହତୀ ଫେରାର

ମେଡିକାଲରେ କୋଦଳା ଥାନା ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଭାଇକୁ କାବୁ କରିବା ଲାଗି ପ୍ରୟାସ ଜାରି ରଖିଛି।