ବୁଲା କୁକୁର ମାରି ପୂର୍ବତନ BSNL କର୍ମଚାରୀ ଗିରଫ
ମାନସିକ ବିକୃତ ଲୋକଙ୍କ ଆକ୍ରୋସର ଶିକାର ହେଉଛନ୍ତି ନିରୀହ ଜନ୍ତୁ। ବିଶେଷ କରି କୁକୁର ଓ ବିଲେଇକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଉଛି। ଏବେ ସମ୍ବଲପୁରରେ ଏଭଳି ଏକ ଘଟଣା ଘଟିଛି।
ସମ୍ବଲପୁର: ବୁଲା କୁକୁରକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ ବନ୍ଧା ହେଲେ BSNLର ଜଣେ ପୂର୍ବତନ କର୍ମଚାରୀ। ପିପୁଲ ଫର୍ ଆନିମଲ ଅନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ପାଇଁ କରିଥିଲା ଦାବି କରିଥିଲା। ଧନୁପାଲି ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି।
ମାନସିକ ବିକୃତ ଲୋକଙ୍କ ଆକ୍ରୋସର ଶିକାର ହେଉଛନ୍ତି ନିରୀହ ଜନ୍ତୁ। ବିଶେଷ କରି କୁକୁର ଓ ବିଲେଇକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଉଛି। ଏବେ ସମ୍ବଲପୁରରେ ଏଭଳି ଏକ ଘଟଣା ଘଟିଛି। କୁକୁରକୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ଗିରଫ ବ୍ୟକ୍ତି ଜଣକ ହେଲେ ସମ୍ବଲପୁର (Sambalpur) ଧନୁପାଲି ଥାନା ଅନ୍ତର୍ଗତ ସର୍ଲାକାନୀ, ଏଲଆଇସି କଲୋନୀର ବିପିନ ଖାଲକୋ। ସେ BSNLର ଜଣେ ଅବସର ପ୍ରାପ୍ତ କର୍ମଚାରୀ ବୋଲି ଜଣାପଡିଛି।
Also Read: ଷଣ୍ଢକୁ ମୃତ୍ୟୁଦଣ୍ଡ! ମୁହଁ-ଗୋଡ ବାନ୍ଧି ଫିଙ୍ଗିଦେଲା ଅଗ୍ନିଶମ ବିଭାଗ
ମିଳିଥିବା ସୂଚନା ଅନୁସାରେ ରବିବାର ସକାଳେ ବିପିନ ଖାଲକୋ ନିଜ ଘର ପାଖରେ ଗୋଟିଏ ବୁଲା କୁକୁର (street dog) କୁ ପିଟିପିଟି ମାରି ଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ଲୋକେ ପିପୁଲ ଫର ଆନିମଲ ଅନୁଷ୍ଠାନକୁ ସୂଚନା ଦେବାପରେ ଉକ୍ତ ଅନୁଷ୍ଠାନ ପକ୍ଷରୁ ଧନୁପାଲି ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଏତଲା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।