ଷଣ୍ଢକୁ ମୃତ୍ୟୁଦଣ୍ଡ! ମୁହଁ-ଗୋଡ ବାନ୍ଧି ଫିଙ୍ଗିଦେଲା ଅଗ୍ନିଶମ ବିଭାଗ
Advertisement

ଷଣ୍ଢକୁ ମୃତ୍ୟୁଦଣ୍ଡ! ମୁହଁ-ଗୋଡ ବାନ୍ଧି ଫିଙ୍ଗିଦେଲା ଅଗ୍ନିଶମ ବିଭାଗ

ବୁର୍ଲା ଭକ୍ତିମଣ୍ଡପ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଗୋଟିଏ ଷଣ୍ଢର (Ox) ଦୟନୀୟ ମୃତ୍ୟୁ ଘଟିଛି। ଷଣ୍ଢକୁ ମୃତ୍ୟୁଦଣ୍ଡ ଦେଇଛନ୍ତି ବୁର୍ଲା (Burla) ଅଗ୍ନିଶମ ବିଭାଗର କିଛି କର୍ମଚାରୀ ବୋଲି ଅଭିଯୋଗ ହୋଇଛି। 

ଷଣ୍ଢକୁ ମୃତ୍ୟୁଦଣ୍ଡ! ମୁହଁ-ଗୋଡ ବାନ୍ଧି ଫିଙ୍ଗିଦେଲା ଅଗ୍ନିଶମ ବିଭାଗ

ସମ୍ବଲପୁର: ବୁଲା ଷଣ୍ଢକୁ ମିଳିଛି ମୃତ୍ୟୁଦଣ୍ଡ! ଉଦ୍ଧାର କରିବା ବଦଳରେ ମୁହଁ-ଗୋଡ ବାନ୍ଧି ଫିଙ୍ଗିଦେଲା ଅଗ୍ନିଶମ ବିଭାଗ। ଫଳରେ ନିରିହ ଷଣ୍ଢର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏପରି ଏକ ହୃଦୟବିଦାରକ ଘଟଣା ସମ୍ବଲପୁରର ବୁର୍ଲା ଅଞ୍ଚଳରେ ଘଟିଛି।

ବୁର୍ଲା ଭକ୍ତିମଣ୍ଡପ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଗୋଟିଏ ଷଣ୍ଢର (Ox) ଦୟନୀୟ ମୃତ୍ୟୁ ଘଟିଛି। ଷଣ୍ଢକୁ ମୃତ୍ୟୁଦଣ୍ଡ ଦେଇଛନ୍ତି ବୁର୍ଲା (Burla) ଅଗ୍ନିଶମ ବିଭାଗର କିଛି କର୍ମଚାରୀ ବୋଲି ଅଭିଯୋଗ ହୋଇଛି। କିଛିଦିନ ହେବ ଷଣ୍ଢଟି କିଛି ଲୋକଙ୍କୁ ଆକ୍ରମଣ କରି ଆହତ କରିଥିଲା। ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ତାକୁ କାବୁ କରି ଅନ୍ୟତ୍ର ଛାଡିବା ପାଇଁ।

Also Read: ଅବହେଳିତ ପଶ୍ଚିମ ଓଡ଼ିଶା! କୃଷକଙ୍କ ସମସ୍ୟା ନେଇ ବିଜେପିର ଧାରଣା

ଅଗ୍ନିଶମ ବିଭାଗ (fire service) ର କର୍ମଚାରୀମାନେ ଷଣ୍ଢକୁ କାବୁ ମଧ୍ୟ କଲେ। ହେଲେ ଅନ୍ୟ ସ୍ଥାନରେ ଛାଡିବା ବଦଳରେ ଷଣ୍ଢର ମୁହଁ ଓ ଗୋଡ଼ ଗୁଡିକୁ ବାନ୍ଧି ଏକ ବୁଦା ମୂଳରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ଯାହାଫଳରେ ଷଣ୍ଢଟି ସେହି ସ୍ଥାନରେ ଛୋଟପଟ ହୋଇ ମୃତ୍ୟୁ ବରଣ କରିଥିଲା। ଅଗ୍ନିଶମ ବିଭାଗର ଏଭଳି ଆମାନବୀୟ କାର୍ଯ୍ୟକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି।