UP News: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ଅଜବ ଘଟଣା ଘଟିଛି। ଜଣେ ଦଶମ ଶ୍ରେଣୀ ଛାତ୍ର (10th Student) ବେଆଇନ ଅସ୍ତ୍ରଶସ୍ତ୍ର (Illegal Weapon) ଧରି ପହଞ୍ଚି ଯାଇଥିଲା। କିନ୍ତୁ ସ୍କିଲ ଶିକ୍ଷକ ଚେକିଂ ସମୟରେ ତାଙ୍କୁ ଧରି ନେଇଥିଲା। ଶିକ୍ଷକ ପିଲାଟିକୁ ଥାନାକୁ ନେବା ସହିତ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ବର୍ତ୍ତମାନ ସେହି ଅବୈଧ ଅସ୍ତ୍ର ସମ୍ବନ୍ଧରେ ସୂଚନା ଯୋଗାଡରେ ଲାଗି ପଡିଛି। 


COMMERCIAL BREAK
SCROLL TO CONTINUE READING

ବାସ୍ତବରେ ଘଟଣାଟି ହେଉଛି, ଅବ୍ଦଲପୁର ଖାସରେ ଥିବା ଏକ ବିଦ୍ୟାଳୟରେ ୧୫ ବର୍ଷର ଜଣେ ଛାତ୍ର ଦଶମ ଶ୍ରେଣୀରେ ପଢୁଥିଲା। ସେ ନିଜ ବ୍ୟାଗରେ ବେଆଇନ ଅସ୍ତ୍ରଶସ୍ତ୍ର ରଖୁଥିଲା। ସେ ସ୍କୁଲ ଆସିଥିବା ବେଳେ ଚେକିଂ ହୋଇଥିଲା ଓ ତାଙ୍କ ବ୍ୟାଗରୁ ଏକ ଦେଶି ବନ୍ଧୁକ ବାହାରିଥିଲା। ଏହା ଦେଖିଲା ପରେ ବିଦ୍ୟାଳୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରେ ସେହି ଛାତ୍ରକୁ ଧରି ଶିକ୍ଷକ ପୋଲିସରେ ଦଇଥିଲେ।  


ଥାନା ଅଧିକାରୀ ଅଶୋକ କୁମାରଙ୍କ କହିବା ମୁତାବକ, ସେହି ବେଆଇନ ବନ୍ଧୁକ ସମ୍ବନ୍ଧରେ ସୂଚନା ଯୋଗାଡ କରାଯାଉଛି। ସ୍ଥାନୀୟ ଲୋକଙ୍କ ମତରେ ବିଦ୍ୟାଳୟର ଶିକ୍ଷକ କୌଣସି କାରଣରୁ ସେହି ଛାତ୍ରକୁ ସମସ୍ତଙ୍କ ସାମ୍ନାରେ ଗାଳିଦେବା ସହିତ ତାକୁ ମୁର୍ଗା ବନାଇଥିଲେ। ଯାହାକୁ ନେଇ ପିଲାଟି ରାଗିଯିବା ସହିତ ପରଦିନ ଶିକ୍ଷକ ଦେଇଥିବା ଅପମାନର ପ୍ରତିଶୋଧ ନେବା ପାଇଁ ସ୍କୁଲକୁ ବନ୍ଧୁକ ଧରି ପହଞ୍ଚିଥିଲା। 


ପୋଲିସର ପଚରା ଉଚୁରାରୁ ଏହା ଜଣାପଡିଛି ଯେ, ଅଭିଯୁକ୍ତ ଛାତ୍ର ଅନ୍ୟ କୌଣସି ପିଲା ଠାରୁ ଏହି ଅବୈଦ୍ଧ ଅସ୍ତ୍ର କିଣିଥିଲା। ପୋଲିସ ଦୁଇଜଣ ପିଲାଙ୍କୁ ଗିରଫ କରିନେଇଛି। ସେମାନଙ୍କ ବିରୋଧରେ ଏକ ମାମଲା ମଧ୍ଯ ରୁଜ୍ଜୁ କରାଯାଇଛି। 


ଏହା ପୂର୍ବରୁ ଝାଡଖଣ୍ଡର ଦୁମକା ଠାରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିଲା। ଗୋପିକନ୍ଦର ଅନୁସୂଚୀତ ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଆସିଷ୍ଟାଣ୍ଟ ଶିକ୍ଷକ କୁମାର ସୁମନ ଓ କ୍ଲର୍କ ସୋନେରାମ ଚୋଡେଙ୍କୁ ଆମ୍ବ ଗଛରେ ବାନ୍ଧି ପିଟାପିଟି କରିଥିଲେ। କିଛି ସମୟ ପରେ ସେମାନଙ୍କ ଛାଡି ଦିଆଯାଇଥିଲା ଓ ନିକଟସ୍ଥ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। 


ଛାତ୍ରମାନେ ମାରପିଟ୍ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ, ଯାହା ଦୃତ ଗତିରେ ଭାଇରାଲ ହୋଇଥିଲା। ଛାତ୍ରମାନେ କହିଥିଲେ ଯେ, ତାଙ୍କୁ ପ୍ରାକ୍ଟିକାଲରେ ନମ୍ବର ଦିଆଯାଇନଥିଲା, ସେଥିପାଇଁ ସେମାନେ ଫେଲ ହୋଇଯାଇଥିଲେ। ତେଣୁ ଏଥିରେ ଉତକ୍ଷିପ୍ତ ହୋଇ ଛାତ୍ରମାନେ ସେମାନଙ୍କୁ ବାଡେଇଥିଲେ।