ED Issues Notice in Sextortion Case: ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସେମାନଙ୍କ ବ୍ୟବସାୟ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେମାନଙ୍କୁ ପଠାଯାଇଥିବା ନୋଟିସ ଜରିଆରେ କୁହାଯାଇଛି ଯେ ସେମାନଙ୍କ ସମ୍ପତ୍ତି କାହିଁକି ଜବତ କରାଯିବ ନାହିଁ। 


COMMERCIAL BREAK
SCROLL TO CONTINUE READING

ଏହି ସମୟରେ ଫିଲ୍ମ ନିର୍ମାତା ପ୍ରମୋଦ ସ୍ୱାଇଁ ତୃତୀୟ ଥର ପାଇଁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ନିକଟରେ ହାଜର ହୋଇଥିଲେ। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଏବଂ ତାଙ୍କ ମଧ୍ୟରେ ହୋଇଥିବା ଆର୍ଥିକ କାରବାରକୁ ନେଇ ତାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।


ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସେମାନଙ୍କ ବ୍ୟବସାୟ ସହଯୋଗୀ ଖଗେଶ୍ୱର ପାତ୍ର ଏବେ ନ୍ୟାୟିକ ହେପାଜତରେ ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଛି। 


ଯୌନ ଉତ୍ପୀଡନ ମାମଲାରେ ଓଲିଉଡ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜାଙ୍କ ଅଭିଯୋଗ ପରେ କମିଶନରେଟ ପୋଲିସ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଥିଲା। ଯୌନ ସମ୍ବନ୍ଧ ସମ୍ପର୍କିତ ଭିଡିଓ ବ୍ୟବହାର କରି ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରି ମୋଟା ଅଙ୍କର ଅର୍ଥ ଅର୍ଚ୍ଚନା ନାଗ ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ଏନେଇ ହୋଇଥିବା ଅଭିଯୋଗ ଅନୁଯାୟୀ ଲେଡି ବ୍ଲାକ ମେଲର ଅର୍ଚ୍ଚନା ଜଣେ ମହିଳାଙ୍କ ସହ ରହିଥିବା ତାଙ୍କର ଆପତ୍ତିଜନକ ଭିଡିଓ ଏବଂ ଫଟୋ ଭାଇରାଲ କରିଦେବାକୁ କହି ଅକ୍ଷୟ ପରିଜାଙ୍କ ପାଖରୁ ୩ କୋଟି ଟଙ୍କା ମାଗିଥିଲେ।