Tunisha Sharma Suicide: ବହୁଚର୍ଚ୍ଚିତ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି। ଆତ୍ମହତ୍ୟା କରିବା ପରେ ତାଙ୍କ କୋ-ଷ୍ଟାର ଶିଜାନ ଖାନଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି ପୋଲିସ। ତେବେ ଏଥିରେ ଅନେକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗିରଫ ହୋଇଥିବା କୋଷ୍ଟାର ଶିଜାନ ଖାନ କହିଛନ୍ତି ଯେ, ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ସେ ବିବ୍ରତ ହୋଇପଡ଼ିଥିଲେ । ଆଫତାବ ମୁସଲିମ ଥିଲେ ତେବେ ଶିଜାନ ବି ମୁସଲିମ। ଖାସ୍ ସେହି ଘଟଣାକୁ ନେଇ ଶିଜାନ ବିବ୍ରତ ହୋଇ ତୁନିଶାଙ୍କୁ ବ୍ରେକ ଅପ ପାଇଁ କହିଥିଲେ। 


COMMERCIAL BREAK
SCROLL TO CONTINUE READING

ଶିଜାନଙ୍କ କହିବା କଥା, ଶିଜାନ ଓ ତୁନିଶା ଅଲଗା ଅଲଗା ସମ୍ପ୍ରଦାୟର। ଏ ସମାଜ ତାଙ୍କ ସମ୍ପର୍କକୁ ଗ୍ରହଣ କରିପାରିନଥାନ୍ତା ସେଥିପାଇଁ ସେ ତୁନିଶାଙ୍କୁ ସମ୍ପର୍କ ଛିନ୍ନ କରିବାକୁ ବହୁତ ବୁଝାଇଥିଲେ । ଏହାସହ ଶିଜାନ ଓ ତୁନିଶାଙ୍କ ମଧ୍ୟରେ ବୟସ ତଫାତ୍ ବହୁତ ରହିଛି। ତେବେ ଏହି ସମ୍ପର୍କକୁ ଆଗକୁ ଜାରି ରଖିବା ନେଇ ଅମଙ୍ଗ ଥିଲେ ଶିଜାନ । ହେଲେ ତୁନିଶା ଏହି ସମ୍ପର୍କରୁ ଓହରିଯିବାକୁ ଚାହୁଁନଥିଲେ। ଅନ୍ୟପଟେ ତୁନିଶାଙ୍କ ମାଙ୍କ ବୟାନ ଅନୁସାରେ, ପୋଲିସ ଆଗରେ କହିଛନ୍ତି ଯେ, ମୃତ୍ୟୁର ଗୋଟିଏ ଦିନ ପୂର୍ବେ ତୁନିଶା (Tunisha Sharma Suicide) ତାଙ୍କ ମାଙ୍କୁ ଶିଜାନ ଦରକାର ବୋଲି ଜିଦ୍ ଧରିଥିଲେ। 


Also Read: Shocking News: ପ୍ରେମିକାଙ୍କୁ ପ୍ରେମିକଙ୍କ ଚଟକଣି, ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ


ଅଭିନେତ୍ରୀ ତୁନିଶାଙ୍କ ମୃତ୍ୟୁ ପରେ ଯେବେଠାରୁ ଶିଜାନଙ୍କ (Sheezan Mohammed Khan) ଉପରେ ଆରୋପ ଲାଗିଛି ସେବେଠାରୁ ଏହି ଖବର ଉପରେ ଅପଡେଟ ନେବାକୁ ସମସ୍ତେ ଚାହିଁବସିଛନ୍ତି। ଶିଜାନଙ୍କ ପରିବାର ଲୋକମାନେ ମଧ୍ୟ ଏକ ଅଧିକାରୀକ ଭାବେ ବୟାନ ଜାରି କରିଛନ୍ତି। ତାଙ୍କ କହିବା କଥା, ତାଙ୍କ ପରିବାର ଲୋକଙ୍କୁ ଏକା ଛାଡ଼ିବାକୁ କହିଛନ୍ତି। ଗଣମାଧ୍ୟମର ବାରମ୍ବାର ଫୋନ କଲ୍ ସହ ତଳେ ଛିଡ଼ା ହୋଇ ରହିବା ମଧ୍ୟ ଆମ ପାଇଁ କଷ୍ଟକର ହୋଇପଡୁଛି। ରବିବାର ଦିନ ଶିଜାନ ଖାନ ଙ୍କୁ ଗିରଫ କରିବା ପରେ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ପୋଲିସ । 


Also Read: Crime News: ଭୟଙ୍କର ଥିଲା ହତ୍ୟା ସମୟର ଛବି, ଯୁବକଙ୍କୁ ନିର୍ମମ ଭାବେ ଛୁରି ଭୁଷି ହତ୍ୟା କଲେ ୮ ଯୁବତୀ


ତେବେ ତୁନିଶାଙ୍କ ସହ ବ୍ରେକ୍ଅପ (Tunisha Sheezan Mohammed Khan Breakup) କରିବା ପଛର କାରଣ ପଚରାଯିବାରୁ ମୃତ ଶ୍ରଦ୍ଧା ୱାକରଙ୍କ ପାଇଁ ସେ ଏଭଳି କରିଥିଲେ ବୋଲି କହିଛନ୍ତି। ଶ୍ରଦ୍ଧା ୱାକର ମାମଲାରେ ପ୍ରତିକ୍ରିୟା ଦେଖିବା ପରେ ସେ ତୁନିଶା ଶର୍ମାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ । ତେବେ ବୁଝାବୁଝି କରିଥିଲେ ମଧ୍ୟ ଏହା ପୂର୍ବରୁ ଥରେ ତୁନିଶା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଶିଜାନ୍‌ ତାଙ୍କୁ ଉଦ୍ଧାର କରି ତାଙ୍କ ମା’ଙ୍କୁ ଯତ୍ନ ନେବାକୁ କହିଥିଲେ । ଏହାପରେ ବି  ତୁନିଶାଙ୍କ ଏଭଳି ପଦକ୍ଷେପ ନେବା ତାଙ୍କୁ ଅଧିକ ମ୍ରିୟମାଣ କରିଛି ବୋଲି ସେ ପୋଲିସକୁ କହିଛନ୍ତି।