Shocking News: ପ୍ରେମିକାଙ୍କୁ ପ୍ରେମିକଙ୍କ ଚଟକଣି, ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ
Advertisement
Article Detail0/zeeodisha/odisha1501165

Shocking News: ପ୍ରେମିକାଙ୍କୁ ପ୍ରେମିକଙ୍କ ଚଟକଣି, ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

Lover thrashed Girlfriend:  ଏହି ଘଟଣାର ଭିଡ଼ିଓ ଏବେ ଭାଇରାଲ ହୋବରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଯୁବତୀ ଏବଂ ଅନ୍ୟ ଜଣେ ଯୁବକ କୌଣସି ସ୍ଥାନକୁ ଯାଉଛନ୍ତି। ଯୁବତୀ ଜଣକ ଯୁବକଙ୍କୁ ବାରମ୍ବାର ବିବାହ କରିବା କଥା କହୁଛନ୍ତି। ଏହି କଥାକୁ ନେଇ ଯୁବକ ଜଣଙ୍କ ରାଗିଯିବା ଯୁବତୀଙ୍କୁ ମାଡ଼ ମାରିବାରେ ଲାଗିଛନ୍ତି।

Shocking News: ପ୍ରେମିକାଙ୍କୁ ପ୍ରେମିକଙ୍କ ଚଟକଣି, ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

Madhya Pradesh Crime News: ସଦ୍ୟ ମଧ୍ୟ ପ୍ରଦେଶ ରୀୱା ଜିଲ୍ଲାରେ ଏକ ଆଶ୍ଚର୍ଯଜନକ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ମାଡ଼ ମାରିଛନ୍ତି। ଯେତେବେଳେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ, ସେତେବେଳେ ପୋଲିସ ଯୁବକଙ୍କୁ ଡାକି ଜେରା କରିବା ପରେ ତାଙ୍କୁ ଛାଡି ଦେଇଥିଲା। ହେଲେ ଯେତେବେଳେ ସୋସିଆଲ ମିଡିଆ ଜରିଆରେ ଏହି ଘଟଣାର ଭିଡ଼ିଓ ଭାଇରାଲ ହେଲା ସେତେବେଳେ ଲୋକ ପୋଲିସ ଅବହେଳାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଏହି ଘଟଣାର ଭିଡ଼ିଓ ଏବେ ଭାଇରାଲ ହୋବରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଯୁବତୀ ଏବଂ ଅନ୍ୟ ଜଣେ ଯୁବକ କୌଣସି ସ୍ଥାନକୁ ଯାଉଛନ୍ତି। ଯୁବତୀ ଜଣକ ଯୁବକଙ୍କୁ ବାରମ୍ବାର ବିବାହ କରିବା କଥା କହୁଛନ୍ତି। ଏହି କଥାକୁ ନେଇ ଯୁବକ ଜଣଙ୍କ ରାଗିଯିବା ଯୁବତୀଙ୍କୁ ମାଡ଼ ମାରିବାରେ ଲାଗିଛନ୍ତି। ମାଡ଼ ମାରିବାର ଭିଡ଼ିଓ ଭାଇରାଲ ହେବା ପରେ ସେହି ଯୁବକଙ୍କୁ ଦଣ୍ଡ ଦେବା ପାଇଁ କରିଥିଲେ। ଏହା ପରେ ଯାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବକଙ୍କୁ ଗିରଫ କରିଥିଲା। 

ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ନ୍ୟୁଜ ଏଜେନ୍ସି ANI ସବ-ଡିଭିଜନାଲ ପୋଲିସ ଅଧିକାରୀ ନବୀନ ତିୱାରୀଙ୍କ ସୂତ୍ରରୁ କହିଛି ଯେ, ପୀଡିତା ଜଣଙ୍କ କହିଛନ୍ତି ଯେ ଯେତେବେଳେ ସେମାନେ ଠେରା ଠାରେ ସେମାନଙ୍କ ପୈତୃକ ଘରକୁ ଯାଉଥିଲେ ସେତେବେଳେ ତାଙ୍କୁ ଅଭିଯୁକ୍ତ ପଙ୍କଜ ତ୍ରିପାଠୀ ରାସ୍ତାରେ ନିର୍ଘାତ  ମାଡ ମାରିଥିଲେ। ଏହି ମାମଲାରେ ମଉଗଞ୍ଜ ଥାନାରେ ଦାଖଲ ହୋଇଥିବା ଏଫଆଇଆର ଆଧାରରେ ଅଭିଯୁକ୍ତ ପଙ୍କଜ ତ୍ରିପାଠୀଙ୍କୁ ଗିରଫ କରାଯାଇଛି।

ପୋଲିସ କହିଛି ଯେ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଏହି ଘଟଣାରେ ଜଡ଼ିତ ଅନ୍ୟଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବୁଧବାର ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବା ପରେ ପୋଲିସ ପଙ୍କଜ ତ୍ରିପାଠୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ପଙ୍କଜ ତ୍ରିପାଠୀ ମଉଗଞ୍ଜ ଅଞ୍ଚଳର ଢେରା ଗ୍ରାମର ବାସିନ୍ଦା। ଉଭୟ ପୀଡିତା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ପର୍କ ରହିଥିଲା ଏବଂ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ପରେ ଅଭିଯୁକ୍ତ ପୀଡିତାଙ୍କୁ ମାଡ଼ ମାରିଥିଲା।

ପୀଡିତା ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ ମଧ୍ୟ ପୋଲିସ ଅଭିଯୋଗ ପଞ୍ଜିକରଣ କରିବାକୁ ମନା କରିଦେଇଥିଲା। ହେଲେ ପୋଲିସ ରିପୋର୍ଟ ଜରିଆରେ ଦର୍ଶାଯାଇଛି ଯେ ଅଭିଯୁକ୍ତଙ୍କୁ ଆଇପିସି ଧାରା ୧୫ ଅନୁଯାୟୀ ଗିରଫ କରାଯାଇ ପରେ ଛାଡି଼ ଦିଆଯାଇଥିଲା। ଶନିବାର ଏହି ଭିଡିଓ ଭାଇରାଲ ହେବା ପରେ ଲୋକ ପୋଲିସ ବିରୋଧରେ ଅଭିଯୋଗ କରିଥିଲେ ଏବଂ ନିର୍ଦ୍ଦୟତା ପାଇଁ ଯୁବକଙ୍କୁ କଠୋର ଦଣ୍ଡ ଦାବି କରିଥିଲେ। ପରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ବିରୋଧରେ ଧାରା ୩୨୩ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଅନ୍ୟାନ୍ୟ ପ୍ରଯୁଜ୍ୟ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ପୋଲିସ କହିଛି ଯେ ପୀଡିତା ଜଣକ ଭିଡିଓ ପ୍ରସ୍ତୁତ ଏବଂ ପ୍ରସାରଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ ଅନ୍ୟ ଏକ ମାମଲା ରୁଜୁ ହୋଇଛି।