ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭାରି ପଡିଲେ ବିରୋଧି। ଘୋଷଣାର ଦିନକ ପରେ ପରୀ ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠନ ହୋଇଛି SIT ଟିମ। ୫ ଜଣିଆ ଟିମର ନେତୃତ୍ୱ ନେବେ ପୋଲିସ IG ଅରୁଣ ବୋଥ୍ରା। ଆଜି ସରକାର ଏହାର ଏକ ତାଲିକା ହାଇକୋର୍ଟଙ୍କୁ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ବିରୋଧୀଙ୍କ ଦାବି ପରେ ମୁଖ୍ୟମନ୍ତ୍ରୀ (Naveen Pattnaik) ଶୁକ୍ରବାର ଯେଉଁ ଘୋଷଣା କରିଥିଲେ ତାହା ରୂପ ନେଇଛି। ଆଜି ଏକ ୫ ଜଣିଆ SIT ଟିମ ଗଠନ କରି ମୁଖ୍ୟ ଭାବେ IG ଅରୁଣ ବୋଥ୍ରା (Arun Bothra)ଙ୍କୁ ଦାୟିତ୍ୱ ଦିଆଯାଇଛି। ଟିମରେ କ୍ରାଇମବ୍ରାଞ୍ଚ ଏସପି ଆରକେ ଦୋରା, ଏଏସପି ଆରସି ଥାମ୍ବା, ଇନ୍ସପେକ୍ଟର ନରେନ୍ଦ୍ର ବେହେରା ଓ ମମତାରାଣୀ ପଣ୍ଡାଙ୍କୁ ସାମିଲ କରାଯାଇଛି।


Also Reas: ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ


ଏସଆଇଟି ଗଠନ ନେଇ ଆଜି ହାଇକୋର୍ଟ (Odisha HC)ରେଜିଷ୍ଟ୍ରାର ଜେନେରାଲଙ୍କୁ ସ୍ୱତନ୍ତ୍ର ସଚିବ ଚିଠି ଲେଖିଛନ୍ତି। ତଦନ୍ତ ତତ୍ତ୍ୱାବଧନ ପାଇଁ ଜଣେ ସିଟିଂ ଜଜ୍‍ଙ୍କୁ ଦାୟିତ୍ୱ ଦେବାକୁ ନିବେଦନ କରାଯାଇଛି। ସେପଟେ ପରୀ ମୃତ୍ୟୁକୁ ନେଇ ଆଜି ବି ବାଧାନସଭା (Odisha assembly) ଅଚଳ ରହିଥିଲା। ପୂର୍ବରୁ ପରୀ ମୃତ୍ୟୁ ଘଟଣାର SIT ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଥିବା ନେଇ ବିଧାନସଭାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। 


ପରୀ ହତ୍ୟାକାଣ୍ଡ (Pari murder case) ପ୍ରସଙ୍ଗରେ ଆଜି ବି ବିଜେପି ବିଧାୟକ ଗୃହ ଭିତରେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ କରିଥିଲେ। ଏପରିକି ବାଚସ୍ପତିଙ୍କ ପୋଡ଼ିୟମର ଗ୍ଲାସ ସିଲ୍ଡ କାଢ଼ି ଫୋପାଡ଼ି ଦେଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ (Mohan Majhi) ଗ୍ଲାସ ସିଲ୍ଡ କାଢ଼ି ମାଇକକୁ ଟଣାଓଟରା କରିଥିଲେ। SIT ନୁହଁ CBI ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରାଯାଉ ବୋଲି ବିରୋଧି ବିଜେପି ଦାବି କରିଛି।


Also Read: ପରୀ ପାଇଁ ନ୍ୟାୟ; ମହିଳା ଜାଳିଲେ କୃଷି ମନ୍ତ୍ରୀଙ୍କ କୁଶପୁତ୍ତଳିକା


ଅନ୍ୟପଟେ କଂଗ୍ରେସ କହିଛି, SIT ତଦନ୍ତ ସ୍ପଷ୍ଟ ହେବା ପରେ ବର୍ତ୍ତମାନ ଅନ୍ୟ ପ୍ରସଙ୍ଗରେ କାହିଁକି ଆଲୋଚନା ହେଉନି। ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ନ କରି ଗୃହରେ ହଟଗୋଳ କରି ଶାସକ ଦଳକୁ ବିଜେପି ସୁରକ୍ଷା ଦେଉଛି। ବିରୋଧୀ ବିଜେପି ସଦସ୍ୟ ବାରମ୍ବାର ହଟଗୋଳ କରିବା ପରେ ବାଚସ୍ପତି ଗୃହକୁ ରବିବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି।