ଶନିବାର ପରୀ ହତ୍ୟାକାଣ୍ଡ ମାମଲାରେ ସମ୍ବଲପୁର ବିଜେପି ମହାଳା ମୋର୍ଚ୍ଚା ନବୀନ ସରକାର ଉପରେ ବର୍ଷିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିଛି।
Trending Photos
ଅଜୟ କୁମାର ନାଥ, ସମ୍ବଲପୁର: ଆଜି ପରୀ ପାଇଁ ନ୍ୟାୟ ମାଗୁଛି ସାରା ଓଡିଶା। ନୟାଗଡ ନାବାଳିକା ହତ୍ୟା ମାମଲାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଚାଲିଛି। ଶନିବାର ଏହି ଘଣାଟାକୁ ନେଇ ସମ୍ବଲପୁର ବିଜେପି ମହାଳା ମୋର୍ଚ୍ଚା ନବୀନ ସରକାର ଉପରେ ବର୍ଷିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିଛି।
ବର୍ତ୍ତମାନ ପରୀ ହତ୍ୟାକାଣ୍ଡ (Pari murder case) କୁ ନେଇ ବିଧାନସଭା ସହ ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି। ଆଉ ଏହି ମାମଲା ନବୀନ ସରକାର (Naveen govt) କୁ ଟେର୍ଗେଟ କରିବା ପାଇଁ ବିରୋଧିଙ୍କୁ ଖୋରାକ ଯୋଗାଇଛି। ପରୀକୁ ନ୍ୟାୟ (justice for pari) ଦାବିରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ବି ହେଉଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଓଡିଶାବାସୀ ଦାବି କରୁଛନ୍ତି।
ଏହି କ୍ରମରେ ଶନିବାର ମନ୍ତ୍ରୀ ଅରୁଣ ସାହୁ ( Minister Arun Sahoo)ଙ୍କର ପରୋକ୍ଷ ସମ୍ପୃକ୍ତିକୁ ନେଇ ସମ୍ବଲପୁର ବିଜେପି (Sambalpur BJP) ମହିଳାମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଛି। ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ ସହିଦ ଛକରେ ତାଙ୍କ କୁଶପୁତ୍ତଳିକା ଦାହ (burn effigy) କରିଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବାରୁ ଅରୁଣ ସାହୁ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।
Also Read: ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ କାର୍ଯ୍ୟକାରିଣୀ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟା ଅନ୍ନପୂର୍ଣ୍ଣା ବାରିକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ସମ୍ବଲପୁର (Sambalpur)ରେ ଏକତ୍ରୀତ ହୋଇଥିଲେ। ସେମାନେ ସରକାରଙ୍କୁ ବିରୋଧ କରିବାକୁ ଯାଇ କୋରୋନା କଟକଣାକୁ ଭୁଲିଯାଇଥିଲେ। କୁଶପୁତ୍ତଳିକା ଦାହ ବେଳେ ଆନ୍ଦୋଳନକାରୀ ମହିଳାମାନେ ସାମାଜିକ ଦୂରତା ରଖିନଥିଲେ। ଏପରି କି କେତେବ ମହିଳା ମୁହଁରୁ ମାସ୍କା ମଧ୍ୟ ବାହାର କରିଥିଲେ।
ସୂଚନାଯୋଗ୍ୟ, ଗତ ଜୁନ୍ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଅଞ୍ଚଳ ଅଶୋକ ସାହୁଙ୍କ ପାଞ୍ଚ ବର୍ଷର ଝିଅ ଅମ୍ରିତା ସାହୁ ଓରଫ ପରୀ ହଠାତ ନିଖୋଜ ହୋଇଯାଇଥିଲା। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ପରୀକୁ ନପାଇ ଥାନାରେ ଝିଅର ଅପହରଣ ହୋଇଥିବା ନେଇ ଏତଲା ଦେଇଥିଲେ। ଘଟଣାର ୧୦ ଦିନ ପରେ ଏକ ପରିତ୍ୟକ୍ତ ପୋଖରୀ ହୁଡ଼ାରୁ ପରୀର ଗଳିତ ମୃତଦେହ ମିଳିଥିଲା। ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ସେଥିରେ କେମିକାଲ ପକାଇ ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତମାନେ ପ୍ରୟାସ କରିଥିଲେ ବୋଲି ପୋଲିସ କହିଥିଲା।
Also Read: କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧିଙ୍କ ହଟ୍ଟଗୋଳ,ଆସନ୍ତାକାଲି ସାଢେ ୧୦ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ପରେ ଏହି ହତ୍ୟାକାଣ୍ଡକୁ ନେଇ ନୟାଗଡ ଜିଲ୍ଲାରେ ଆନ୍ଦୋଳନ ଜୋର୍ ଧରିଥିଲା। ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ବିରୋଧି କଂଗ୍ରେସ ଓ ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲେ। ପରିବାର ଲୋକେ ମଧ୍ୟ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ। ତଥାପି ପରି ହତ୍ୟାକାଣ୍ଡର ଖୁଲାସା ହୋଇପାରି ନ ଥିଲା। କିନ୍ତୁ କିଛି ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେମାନେ ଏବେ ଜାମିନରେ ଆସି ପରୀର ବାପା-ମାଆଙ୍କୁ ଧମକ ଦେଉଛି ଏବଂ ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ଲିଙ୍କ ଥିବା ନେଇ ବି ଅଭିଯୋଗ ହୋଇଛି।