ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Advertisement

ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ତେଜୁଛି ପରୀ ହତ୍ୟା ମାମଲା (Pari Murder Case) । ବିରୋଧୀଙ୍କ ହୋ ହଲ୍ଲା ପରେ ଆଜି ମୁଖ୍ୟମନ୍ତ୍ରୀ (Chief Minister) ନବୀନ ପଟ୍ଟନାୟକ (Naveen Pattnaik)  ଏସଆଇଟି (SIT) ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: Pari Murder Case: ତେଜୁଛି ପରୀ ହତ୍ୟା ମାମଲା (Pari Murder Case) । ବିରୋଧୀଙ୍କ ହୋ ହଲ୍ଲା ପରେ ଆଜି ମୁଖ୍ୟମନ୍ତ୍ରୀ (Chief Minister) ନବୀନ ପଟ୍ଟନାୟକ (Naveen Pattnaik)  ଏସଆଇଟି (SIT) ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାରେ ଭିଡ଼ିଓ କନଫରେନସିଂ (VC) ଜରିଆରେ ଉପସ୍ଥିତ ରହି ଏହି ଘୋଷଣା କରିଥିଲେ । ତେବେ ନବୀନ ପଟ୍ଟନାୟକ (Naaveen Pattnaik) ଙ୍କ ଏହି ଘୋଷଣା ସମୟରେ ଗୃହରେ ବିରୋଧୀମାନେ ଜୋରଦାର ହୋ ହଲ୍ଲା କରିଥିଲେ । ଆଜି ଆରମ୍ଭରୁ ପରୀ ହତ୍ୟା (Pari Murder Case) ମାମଲାରେ ବିରୋଧୀ ଗୃହ (Assembly House) ମଧ୍ୟକୁ ଆସି ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା କରିଥିଲେ । 

ଅଧିକ ପଢନ୍ତୁ: ସୌଖିନ ସାମ୍ରାଜ୍ୟର ରାଜା ଥିଲା ଲାଲା

ସୂଚନାଯୋଗ୍ୟ କିଛି ଦିନ ତଳେ ନୟାଗଡ଼ (Nayagarh) ରେ ଜଣେ ପାଞ୍ଚ ବର୍ଷୀୟ ପରୀଙ୍କୁ ହତ୍ୟା କରାଯାଇ ତାଙ୍କ ଘର ବାରିପଟେ ଫିଙ୍ଗି ଦିଆଯାଇଥିଲା । ତେବେ ପରୀ ନ୍ୟାୟ ଦାବିରେ କିଛି ଦିନ ତଳେ ପରୀର ବାପା ମା ବିଧାନସଭା ଆଗରେ ଆତ୍ମହୁତୀ ଦେବାକୁ ଉଦ୍ୟମ କରିଥିଲେ । ଆତ୍ମାହୁତି ଉଦ୍ୟମ ସମୟରେ ଏହି ଦମ୍ପତି ତାଙ୍କ ଝିଅ ପରୀଙ୍କୁ ହତ୍ୟା କରାଯାଇ ତାର କିଡନୀ ଓ ଆଖିକୁ ବିକ୍ରି କରିଦେଇଥିଲେ ବୋଲି ଅଭିଯୋଗ କରିଥିଲେ। ଏପରିକି ତାଙ୍କ ଝିଅର ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ଦେଇଥିଲେ ।

ଅଧିକ ପଢନ୍ତୁ: IIFL ଲୁଟ ମାମଲା; ବିବାହ ଦିନ ବନ୍ଧା ହେଲା ବର

ଝିଅ ନିଖୋଜ ହେବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ନିଷ୍କ୍ରିୟ ହୋଇ ପଡ଼ିଥିଲେ । ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ଦେବା ବଦଳରେ ଆକ୍ରମଣ କରାଯାଇଥିବା ନେଇ ପରୀର ବାପା ମା ଅଭିଯୋଗ କରିଥିଲେ । ଫଳରେ ସେ ନ୍ୟାୟ ଦାବି କରି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ବୋଲି ବାପା ମା କହିଥିଲେ ।