Crime News In Odia: ପ୍ରେମ (Love) ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ (Love) ଆଉ ହୃଦୟର (Heart) ସମ୍ପର୍କ ବହୁ ନିବିଡ଼ । ପ୍ରେମିକା ହେଉ ବା ପ୍ରେମିକ,ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ପ୍ରେମ ନିବେଦନ ପରେ ଅପଶରି ଯାଉଥିବା ଶୀତରେ ମନର ଆକାଶରୁ ବର୍ଷେ ଗୋଲାପି ରଙ୍ଗର ବର୍ଷା । ବିନା ଫଗୁଣରେ ଦେହ ସାରା ଲାଗିଯାଏ ଏକ ନିଆରା ଅନୁଭୁତିର ରଙ୍ଗ। କିନ୍ତୁ ଏହି ପ୍ରେମ ସମ୍ପର୍କରେ  ଯେବେ,ସନ୍ଦେହ ଘୋଟି ଆସେ । ସେବେ, ସବୁକିଛି ଓଲଟ ପାଲଟ ହୋଇଯାଏ ।  ଜୀବନର ସାଥୀ କରିଥିବା ପ୍ରେମିକ ସାଜେ ସଇତାନ୍ । ପ୍ରେମିକାକୁ କରେ ହତ୍ୟା (lover murdered girlfriend) , ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଙ୍ଗାଲୁରୁରେ (bengaluru )। 


COMMERCIAL BREAK
SCROLL TO CONTINUE READING

ପ୍ରେମିକାର ଜନ୍ମଦିନ ( girlfriend birthday )ପାଳନ କଲା ତା’ ପରେ ବେକ କାଟିଲା । ଜନ୍ମଦିନରେ ପ୍ରେମିକା ବେକ କାଟି ଏପରି ଗିଫ୍ଟ ଦେଇଛି ପ୍ରେମିକ (lover murdered girlfriend) । କର୍ଣ୍ଣାଟକର ବେଙ୍ଗାଲୁରୁରେ (bengaluru) ଘଟିଛି ଏପରି ଆଶ୍ଚର୍ଯ୍ୟ କଲାଭଳି ଘଟଣା । ପ୍ରଥମେ ପ୍ରେମିକାକୁ ଡାକି ଜନ୍ମଦିନ ପାଳନ କଲା (birthday ) । ପ୍ରେମିକା କେକ (Cake) ବି କାଟିଲା । କିଛି ସମୟ ପରେ ପ୍ରେମିକାର ବେକ କାଟି ହତ୍ୟା କଲା ପ୍ରେମିକ ।



Also Read : Odisha News: ଜାଣନ୍ତୁ କିଏ ଏହି ସରପଞ୍ଚ ଆରତୀ ଦେବୀ, ଯାହାଙ୍କୁ ନେଇ ନିର୍ମାଣ ହେବାକୁ ଯାଉଛି ବଲିଉଡ଼ ଫିଲ୍ମ


Also Read : Wired News: ମହଙ୍ଗା ହେଲା ମୋବାଇଲ୍ ଚାର୍ଜିଂ ଷ୍ଟାଣ୍ଡ ! ଏହି ଦେଶରେ ଚପଲର ସାହାଯ୍ୟ ନେଉଛନ୍ତି ଲୋକ


ସୂଚନା ଅନୁସାରେ, ପ୍ରେମିକାର ଅନ୍ୟ ଜଣଙ୍କ ସହ ଆଫେୟାର ଚାଲିବା ନେଇ ପ୍ରେମିକ ସନ୍ଦେହ କରୁଥିଲା । ପୋଲିସର କହିବା ଅନୁସାରେ, ମୃତକ ନଭ୍ୟାଙ୍କ ବୟସ ୨୪ ବର୍ଷ । ସେ ପୋଲିସ ବିଭାଗର କ୍ଲର୍କ ଥିଲେ । ଅନ୍ୟପଟେ ପ୍ରେମିକର ନାମ ପ୍ରଶାନ୍ତ । ଯୁବକଙ୍କ ସହ ନଭ୍ୟାଙ୍କର ୬ ବର୍ଷ ହେବ ଆଫେୟାର ଥିଲା । ଉଭୟ ସମ୍ପର୍କୀୟ ଭାଇ ଭଉଣୀ ହେବେ । ଏହି ଖବର ଘର ଲୋକ ଜାଣି ନଥିଲେ । କିନ୍ତୁ ନଭ୍ୟାଙ୍କର ଅନ୍ୟ କାହା ସହ ଆଫେୟାର ଥିବା ନେଇ ପ୍ରଶାନ୍ତ ତାଙ୍କୁ ସନ୍ଦେହ କରୁଥିଲେ । ଏଥିପାଇଁ ସେ ହତ୍ୟା ପାଇଁ ପ୍ଲାନ୍ କରିଥିଲେ ।


ଜନ୍ମଦିନରେ ନଭ୍ୟାଙ୍କୁ ଘରକୁ ଡାକି ହତ୍ୟା କରିବେ ବୋଲି ପ୍ରଶାନ୍ତ ପ୍ଲାନ୍ କରିଥିଲେ । ଜନ୍ମଦିନ ପାଇଁ ପୂରା ରୁମକୁ ଭଲରେ ସଜାଇଥିଲେ । ତା ପରେ ନଭ୍ୟାଙ୍କୁ ଡାକି କେକ କଟାଇଥିଲେ । ଏହାର କିଛି ସମୟ ପରେ ପ୍ରଶାନ୍ତ ନଭ୍ୟାଙ୍କ ବେକକୁ ଛୁରୀ ( knife )ସାହାଯ୍ୟରେ କାଟି ହତ୍ୟା କରିଥିଲେ (Man kills girlfriend) । ଏ-ହା ପରେ ଘରଲୋକ ନଭ୍ୟାଙ୍କ ନିଖୋଜ ନେଇ ପୋଲିସରେ ଏଫଆଇଆର ଦେଇଥିଲେ । ପୋଲିସ ଯାଞ୍ଚ କରିବାରୁ ନଭ୍ୟାଙ୍କ ଫୋନର ଲାଷ୍ଟ ଲୋକେସନ ପ୍ରଶାନ୍ତର ଘର ଥିଲା । ଏହା ପରେ ପୋଲିସ ପ୍ରଶାନ୍ତର ଘରୁ ନଭ୍ୟାଙ୍କ ମୃତଦେହ ଉଦ୍ଧାର କରିଥିଲା । ପ୍ରଶାନ୍ତ ନଭ୍ୟାଙ୍କୁ ମାରିଛି ବୋଲି ପୋଲିସ ଆଗରେ ସତ ମାନିଥିଲା । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ନିକଟରେ, ଏଭଳି ଏକ ଘଟଣା  ମହାରାଷ୍ଟ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ମହାରାଷ୍ଟ୍ରର ନାଲାସୋପାରା ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ପ୍ରେମିକାକୁ ହତ୍ୟା କରି ମୃତଦେହ ଖଟ ତ​‌େ​‌ଳ ଲୁଚାଇ ରଖିଥିବା ଅଭିଯୋଗରେ ପ୍ରେମିକକୁ ଗିରଫ କରିଛି ପୋଲିସ। ପ୍ରେମିକର ନାମ ହାର୍ଦିକ ଶାହା (୩୦) ବୋଲି ଜଣାପଡ଼ିଛି। ଅଭିଯୁକ୍ତ ପ୍ରେମିକକୁ ମଧ୍ୟପ୍ରଦେଶର ନାଗଡ଼ା ରେଳଷ୍ଟେସନରୁ ଗିରଫ କରାଯାଇଥିଲା।


ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ହାର୍ଦିକ ଓ ମେଘା ଟୋର୍ଭି (୪୦) ବିବାହ ନ କରି ଲିଭିଙ୍ଗରେ ରହୁଥିଲେ। ସେମାନେ ୨୦ ଦିନ ତଳେ ନାଲାସୋପାରା ଅଞ୍ଚଳରେ ଏକ ଘର ଭଡ଼ା ନେଇଥିଲେ। ନିଜକୁ ପତି-ପତ୍ନୀ ପରିଚୟ ଦେଇ ସେମାନେ ସେହି ଘରେ ରହି ଆସୁଥିଲେ। ତେବେ କର୍ଣ୍ଣାଟକରେ ରହୁଥିବା ମେଘାଙ୍କ ଜଣେ ସମ୍ପର୍କୀୟ ଭଡ଼ା ଘର ଯୋଗାଡ଼ କରିଥିବା ସଞ୍ଜୀବ ଠାକୁରଙ୍କୁ ଫୋନ୍‌ କରି ଜଣାଇ ଥି‌ଲେ ଯେ, କିଛି ସମୟ ପୂର୍ବରୁ ହାର୍ଦିକ ତାଙ୍କୁ ଫୋନ୍‌ କରିଥିଲା। ମେଘାକୁ ହତ୍ୟା କରିଥିବା ହାର୍ଦିକ ତାଙ୍କୁ କହିବା ସହ ନିଜେ‌ ଆତ୍ମହତ୍ୟା କରିବାକୁ ଯାଉଥିବା ଦର୍ଶାଇଥିଲା। ଏହି ଖବର ଶୁଣିବା ପରେ ସଞ୍ଜୀବ ତୁରନ୍ତ ଭଡ଼ା ଘରେ ପହଞ୍ଚିଥିଲା। ଭଡ଼ାଘର କବାଟ ବାହାର ପଟୁ ବନ୍ଦ ଥିବା ଦେଖି ସେ ହାର୍ଦିକକୁ ଫୋନ୍‌ କରିଥିଲେ ମଧ୍ୟ ତା’ ସହ ଯୋଗାଯୋଗ ହୋଇପାରିନଥିଲା। ଘଟଣା ସମ୍ପର୍କରେ ସଞ୍ଜୀବ ପୋଲିସକୁ ଜଣାଇଥିଲା। ପୋଲିସ ଆସି ଘର କବାଟ ଭାଙ୍ଗି ଖୋଜାଖୋଜି କରିବା ପରେ ମେଘାର ମୃତଦେହ ଖଟ ତଳୁ ବାହାରିଥିଲା। ଅଭିଯୁକ୍ତ ହାର୍ଦିକକୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଥିଲା। ହାର୍ଦିକ ପଶ୍ଚିମ ଏକ୍ସପ୍ରେସ୍‌ ଟ୍ରେନ୍‌ ଯୋଗେ ଯାତ୍ରା କରୁଥିବା ଜଣାପଡ଼ିବା ପରେ ନାଗଡ଼ା ରେଳଷ୍ଟେସନରୁ ତାକୁ ଗିରଫ କରାଯାଇଥିଲା।