Wired News: ମହଙ୍ଗା ହେଲା ମୋବାଇଲ୍ ଚାର୍ଜିଂ ଷ୍ଟାଣ୍ଡ ! ଏହି ଦେଶରେ ଚପଲର ସାହାଯ୍ୟ ନେଉଛନ୍ତି ଲୋକ
Advertisement
Article Detail0/zeeodisha/odisha1653632

Wired News: ମହଙ୍ଗା ହେଲା ମୋବାଇଲ୍ ଚାର୍ଜିଂ ଷ୍ଟାଣ୍ଡ ! ଏହି ଦେଶରେ ଚପଲର ସାହାଯ୍ୟ ନେଉଛନ୍ତି ଲୋକ

Wired News In Odia: ନିଜର କଳା ଓ ଚମକ୍କାରିତା ଦେଖାଇବା ପାଇଁ ବର୍ତ୍ତମାନ ସୋସିଆଲ ମିଡିଆ (Social Media) ଏକ ଉତ୍ତମ ପ୍ଲାଷ୍ଟଫର୍ମରେ(Platforms) ପରିଣତ ହୋଇଛି । ସମସ୍ତଙ୍କୁ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ରଖିଥିବା ସୋସିଆଲ ମିଡ଼ିଆରେ(Social Media) ଅନେକଙ୍କର ଦିନର ଅଧିକାଂଶ ସମୟ କଟିଯାଉଛି। ଲାପ୍‌ଟପ୍‌, ଟ୍ୟାବ୍‌, ମୋବାଇଲରେ ନୂଆ ନୂଆ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରି ଦିନରାତି ସେଥିରେ ବୁଡ଼ି ରହୁଛନ୍ତି ଅନେକେ। ଆଉ ନିଜର ପ୍ରତିଭା ଦେଖାଇବାକୁ ପଛଘୁଞ୍ଜା ଦେଉ ନାହାଁନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Wired News In Odia: ନିଜର କଳା ଓ ଚମକ୍କାରିତା ଦେଖାଇବା ପାଇଁ ବର୍ତ୍ତମାନ ସୋସିଆଲ ମିଡିଆ (Social Media) ଏକ ଉତ୍ତମ ପ୍ଲାଷ୍ଟଫର୍ମରେ(Platforms) ପରିଣତ ହୋଇଛି । ସମସ୍ତଙ୍କୁ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ରଖିଥିବା ସୋସିଆଲ ମିଡ଼ିଆରେ(Social Media) ଅନେକଙ୍କର ଦିନର ଅଧିକାଂଶ ସମୟ କଟିଯାଉଛି। ଲାପ୍‌ଟପ୍‌, ଟ୍ୟାବ୍‌, ମୋବାଇଲରେ ନୂଆ ନୂଆ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରି ଦିନରାତି ସେଥିରେ ବୁଡ଼ି ରହୁଛନ୍ତି ଅନେକେ। ଆଉ ନିଜର ପ୍ରତିଭା ଦେଖାଇବାକୁ ପଛଘୁଞ୍ଜା ଦେଉ ନାହାଁନ୍ତି । ଆଉ ଏହି ପ୍ଲାଟଫର୍ମ ସେମାନଙ୍କୁ ରାତାରାତି ଷ୍ଟାର କରିଦେଉଛି । ତେବେ, ସୋସିଆଲ ମିଡିଆରୁ କିଛି କିଛି ଜ୍ଞାନ ଆହରଣ  ହେଉ କି କିଛି କଳା କୌଶଳ ଦେଖାଇବା କଥା ହେଉ । ଯାହା ଏକ ଉତ୍ତମ ମାଧ୍ୟମ ବର୍ତ୍ତମାନ ପାଲଟିଛି । ତେବେ,ବର୍ତ୍ତମାନ ସୋସିଆଲ ମିଡିଆରେ (Social Media) ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି(Viral Video on Social Media) । ଯାହା ସମସ୍ତଙ୍କୁ ଚକିତ୍ କରିଛି । ( ielts.mehkma )ଆଇଇଏଲଟିଏସ୍ ଡଟ୍ ମେହେକମା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରାଯାଇଛି । ଯାହା ବର୍ତ୍ତମାନ ବେଶ ଭାଇଲାର୍ ହେବାରେ ଲାଗିଛି । 

ଏ-ହି ଭିଡିଓରେ ଆପଣ ଦେଖି ପାରୁଥିବେ ଯେ, ଏକ କାରରେ ମୋବାଇଲ୍ ଚାର୍ଜିଂ ଷ୍ଟାଣ୍ତ ଚପଲରେ ରବର ବନ୍ଧା ହୋଇ ତିଆରି ହୋଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । 
ପ୍ରକୃତରେ କାରରେ କୌଣସି ମୋବାଇଲ୍ ଷ୍ଟାଣ୍ଡ ନ ଥିଲା ଯେଉଁଥିପାଇଁ ଫୋନ୍ ଚାର୍ଜ କରିବାରେ ସମସ୍ୟା ଦେଖାଦେଇଥିଲା । ତେଣୁ ,କାର୍ ମାଲିକ ଜଣକ ଏକ ପୁରୁଣା ଚପଲକୁ ଏକ ରବର ସାହାର୍ଯ୍ୟରେ ବାନ୍ଧି କାରରେ ରଖିଛନ୍ତି । ଯେଉଁଥିରେ ସେ ମୋବାଇଲ ଚାର୍ଜ କରୁଛନ୍ତି । ତେବେ,ଏହି ଭିଡିଓଟିକୁ ବର୍ତ୍ତମାନ ୨ ଲକ୍ଷରୁ ଅଧିକ ଲାଇକ୍ ଆସି ସାରିଛି । ଆଜିକାଲି କାରରେ ମୋବାଇଲ୍ ଷ୍ଟାଣ୍ଡ ରଖିବା ଏକ ସାଧାରଣ କଥା ହୋଇଛି । କାରଣ ମୋବାଇଲ୍ ବିନା ସମସ୍ତ କାମ ଏକ ପ୍ରକାର ଠପ୍ । ତେଣୁ ଏହାକୁ ସର୍ବଦା ଚାର୍ଜ ରଖିବା ଆବଶ୍ୟକ । ଜିପିଏସ୍ ମାଧ୍ୟମରେ ମଣିଷ ସହଜରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିଥାଏ। ଏଥିପାଇଁ କାର ସାମ୍ନାରେ ମୋବାଇଲ୍ ଷ୍ଟାଣ୍ଡ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ବ୍ୟକ୍ତି ଜଣକ ଚପଲ ସାହାର୍ଯ୍ୟରେ ଏକ ମୋବାଇଲ୍ ଚାର୍ଜିଂ ଷ୍ଟାଣ୍ତ ତିଆରି କରିଛନ୍ତି ।  ତେବେ, କାର ମାଲିକଙ୍କ ଏଭଳି କାରନାମା ଦେଖି, ସମସ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ, କେତେକ ୟୁଜର୍ସ ଏହି ଭିଡିଓରେ ଅନେକ ମଜାଳିଆ କମେଣ୍ଟ ଦେଇଛନ୍ତି । 

fallback

Also Read : Salman Khan: ଭାଇଜାନଙ୍କୁ ଭେଟିବା ଏବେ ନୁହେଁ ସହଜ, ଭେଟିବା ପୂର୍ବରୁ ବାଧ୍ୟତାମୂଳକ ହେଲା ଏହି ନିୟମ

Also Read : Odisha News: ଜାଣନ୍ତୁ କିଏ ଏହି ସରପଞ୍ଚ ଆରତୀ ଦେବୀ, ଯାହାଙ୍କୁ ନେଇ ନିର୍ମାଣ ହେବାକୁ ଯାଉଛି ବଲିଉଡ଼ ଫିଲ୍ମ

ସୋସିଆଲ ମିଡିଆର ଅପବ୍ୟବହାର:

ବିଶ୍ୱବାସୀଙ୍କୁ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ରଖିଥିବା ସୋସିଆଲ ମିଡ଼ିଆରେ ଅନେକଙ୍କର ଦିନର ଅଧିକାଂଶ ସମୟ କଟିଯାଉଛି। ଏହାଦ୍ୱାରା ନିଜ ଅଜାଣତରେ ନିଜର କ୍ଷତି ହିଁ ହେଉଛି। ଲାପ୍‌ଟପ୍‌, ଟ୍ୟାବ୍‌, ମୋବାଇଲରେ ନୂଆ ନୂଆ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରି ଦିନରାତି ସେଥିରେ ବୁଡ଼ି ରହୁଛନ୍ତି ଅନେକେ। ବିଶେଷକରି ପାଠପଢୁଆ ପିଲାଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ବ୍ୟବହାର କରିବାର ପ୍ରବଣତା ଅଧିକ। ବିଭିନ୍ନ ସୋସିଆଲ ମିଡ଼ିଆ ଏକ ଅଦୃଶ୍ୟ ଦୁନିଆ। ଏଥି-ସହ ସଂଯୁକ୍ତ ଏମିତି ବହୁସଂଖ୍ୟକ ଲୋକ ଅଛନ୍ତି, ଯେଉଁମାନେ ବାସ୍ତବରେ ସଂସାରରେ ବି ନାହାନ୍ତି। ଅର୍ଥାତ୍‌ ଏମାନେ ଏକଦମ୍‌ ନକଲି। ଆଜିକାଲି ଅଧିକାଂଶ ପିଲା ନିଜର ମୋବାଇଲ୍‌ରେ ସବୁବେଳେ ଅନ୍‌ଲାଇନ୍‌ରେ ରହି ସାଙ୍ଗ ସହ ଅଯଥା ଚାଟିଂରେ ସମୟ ନଷ୍ଟ କରୁଛନ୍ତି। ଦିନର ପ୍ରାୟ ଅଧାଅଧି ସମୟ କଟିଯାଉଛି ସୋସିଆଲ ମିଡ଼ିଆରେ। ବୃତ୍ତିଗତ ଶିକ୍ଷାରେ ପାଠପଢୁଥିବା ପିଲାମାନେ ସୋସିଆଲ ମିଡ଼ିଆର ଭରପୂର ଫାଇଦା ନେବା କଥା। ହେଲେ ଅଧିକାଂଶ ପିଲା ଏହି ସାଇଟ୍‌ରେ ପାଠ ଓ କ୍ୟାରିୟର କଥା ଆଦାନ ପ୍ରଦାନ କରିବା ବଦଳରେ ଅନ୍ୟ ଖରାପ କଥାରେ ବ୍ୟସ୍ତ ରହୁଛନ୍ତି। ଏଥିପ୍ରତି ସଜାଗ ନ ହେଲେ ଏହା ପିଲାଙ୍କ ସୁନେଲି ଭବିଷ୍ୟତ ପ୍ରତି କ୍ଷତି ପହଞ୍ଚାଇବାର ଭୟ ରହିଛି। ଏହା ବିବିଧ ଭଲ ଭିତରେ ମଣିଷ ନିଜ ପାଇଁ ସୃଷ୍ଟି କରୁଛି ବହୁ ଭେଲ।

ଅଧିକାଂଶ ସୋସିଆଲ ନେଟୱର୍କିଂ ସାଇଟ୍‌ ଏକ ଅବାସ୍ତବ ଦୁନିଆରେ ବଞ୍ଚିବା ଶିଖାଇ ଥାଏ। ନିଜ ଜୀବନର ଅପ୍ରାସଙ୍ଗିକ ବିଷୟଗୁଡ଼ିକୁ ନେଇ ଭାବିବାକୁ ଏକ ପ୍ରକାର ବାଧ୍ୟ କରିଥାଏ। ସବୁବେଳେ ନିଜକୁ ଏକ ଅଦୃଶ୍ୟ ବା ଅବାସ୍ତବ ଦୁନିଆରେ ଆବଦ୍ଧକରି ରଖିବା ଫଳରେ ନାନା ମାନସିକ ଓ ଶାରୀରିକ ସମସ୍ୟା ଦେଖାଦିଏ। ବାରମ୍ବାର ମୋବାଇଲ ଦେଖିବା, ସୋସିଆଲ ନେଟୱର୍କିଂ ସାଇଟ୍‌ର ନୋଟିଫିକେଶନ୍‌ ଚେକ୍‌ କରିବା, ଷ୍ଟାଟସ୍‌ ଅପଡେଟ୍‌ ଆଦି ଫଳରେ ମାନସିକ ଅସ୍ଥିରତା ବୃଦ୍ଧିପାଇବା, ମେଦବୃଦ୍ଧି ସହିତ ହାର୍ଟବିଟ୍‌ କମ୍‌ ହେବା ଓ ନିଦ୍ରାହୀନତା ସମସ୍ୟା ସୃଷ୍ଟି କରିଥାଏ। ବେକମୂଳ ଦରଜ, ଅଣ୍ଟା ବିନ୍ଧା, ଆଖି ପୋଡ଼ାଜଳା, ଜଏଣ୍ଟ ପେନ୍‌, ଟେନିସ୍‌ ଏଲ୍‌ବୋ ଭଳି ସମସ୍ୟା ଉପୁଜିଥାଏ।

ବିଭିନ୍ନ ସୋସିଆଲ ସାଇଟ୍‌ରେ ଲାଇକ୍‌, କମେଣ୍ଟ ଓ ଲମ୍ବି ଚାଲିଥିବା ବନ୍ଧୁ ତାଲିକା ହିଁ ସମାଜର ପରିଭାଷା ପାଲଟିଛି। ସହରାଞ୍ଚଳରେ ସାଇପଡ଼ିଶାଙ୍କ ସହ କଥା ହେବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ। ଏପରିକି ନିଜ ପରିବାରର ଅନ୍ୟ ସଦସ୍ୟଙ୍କ ସହ କଥା ହେବାକୁ ଯେମିତି ସମୟ ନାହିଁ। କାରଣ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଆଦିରେ ବ୍ୟସ୍ତ ରହୁଛୁ ଆମେ। ନୂଆ ନୂଆ ବିଜ୍ଞାନ ବା ଟେକ୍ନୋଲୋଜିର ବହୁଳ ବ୍ୟବହାର ଆମକୁ ଅନ୍ତର୍ମୁଖୀ ହେବାକୁ ବାଧ୍ୟ କରୁଛି। ଧୀରେ ଧୀରେ ସମାଜଠାରୁ ଆମେ ଦୂରେଇ ଯାଉଛେ। ମନୋବିଜ୍ଞାନୀଙ୍କ ମତରେ, ସୋସିଆଲ୍‌ ମିଡ଼ିଆରେ ଅଧିକ ସମୟ ବିତାଇବା ଦ୍ୱାରା ସମ୍ପର୍କ ଉପରେ ଏହାର କୁପ୍ରଭାବ ପଡୁଛି।

କଲେଜପଢ଼ୁଆ ପିଲାଙ୍କ ଲାଗି ସୋସିଆଲ ନେଟ୍‌ୱର୍କ ପାଲଟିଛି ନିଶା। ଆଧୁନିକ ପିଢ଼ି ନିଜ ଆଖପାଖରେ ଥିବା ସମପିଢ଼ିଙ୍କ ସହ ବନ୍ଧୁତା ରଖିବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ଦୂରଦୂରାନ୍ତର ଅଜଣା ପିଲା ସହ ବନ୍ଧୁତା କରୁଛନ୍ତି। ଏହି ଅଜଣା ଅର୍ବାଚୀନ ବନ୍ଧୁଙ୍କ ସହ ଫଟୋ, ଭିଡିଓ ତଥା ଜୀବନର ବ୍ୟକ୍ତିଗତ ଓ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଶେୟାର କରିବା ସହ ପସନ୍ଦ, ନାପସନ୍ଦ ଓ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ସେମାନେ ବିନା ଦ୍ୱିଧାରେ ପରସ୍ପର ମଧ୍ୟରେ ବାଣ୍ଟୁଛନ୍ତି, ଫଳରେ ସେମାନେ ଅନାୟାସରେ ଠକାମିରେ ପଡୁଛନ୍ତି।

ଅନେକ ଝିଅ ସୋସିଆଲ ମିଡ଼ିଆରେ ବନ୍ଧୁତା କରି ନିଜର ଭିଡ଼ିଓ ଓ ଫଟୋଗ୍ରାଫ୍‌ ଦିଆନିଆ କରିବା ପରେ ଜାଣୁଛନ୍ତି ଯେ, ସେମାନେ ଯାହା ସହିତ ବନ୍ଧୁତା କରିଥିଲେ, ତାହା ଏକ ଫେକ୍‌ ଆଇଡି ବା ସେମିତି କେହି ଲୋକ ହିଁ ନାହାନ୍ତି। ହେଲେ ଶେୟାର କରିଥିବା ନିଜର ବ୍ୟକ୍ତିଗତ ଫଟୋ ବା ଭିଡ଼ିଓ ଏଡିଟ୍‌ ହୋଇ ବିଭିନ୍ନ ସୋସିଆଲ ସାଇଟ୍‌ରେ ନଗ୍ନଚିତ୍ର ଭାବେ ପ୍ରଦର୍ଶିତ ହୋଇଛି। ଏମିତି ଘଟଣା ବାରମ୍ବାର ଘଟୁଛି, ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ। କେହି କେହି ସୋସିଆଲ୍‌ ମିଡ଼ିଆରେ ଅପଡେଟ୍‌ ରହିବାକୁ ଯାଇ ନିଜ ଜୀବନର ସତ ଖୁସିଠାରୁ ଦୂରେଇ ଯାଉଛନ୍ତି। ଆମ ଭିତରୁ ଅଧିକାଂଶ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ କିମ୍ବା ବିଭିନ୍ନ ଉତ୍ସବ ଓ ପୂଜାପର୍ବରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିବା ନିଶାରେ ଏତେ ନିମଗ୍ନ ରହୁଛନ୍ତି ଯେ, ସେହି ପରିବେଶର ପ୍ରକୃତ ଖୁସି ଉପଭୋଗ କରିପାରୁ ନାହାନ୍ତି। ନିଜର ଷ୍ଟାଟସ୍‌ ଅପଡେ୍‌ଟ କରିବାକୁ ଯାଇ ଅନେକେ ନିଜର ଖୁସିକୁ ଅଧାରେ ଛାଡ଼ି ଆସୁଛନ୍ତି।