ଭୁବନେଶ୍ୱର : Fake Doctor Arrested: ପ୍ରାୟ ଦିନ ଆପଣ ଲୋକମାନେ କେମିତି ଠକ ଦ୍ୱାରା ଠକାମିର ଶିକାର ହୋଇଥିବା ଖବର ଶୁଣିଥିବେ । ଏହାର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ପୋଲିସ ବିଭିନ୍ନ ଉପାୟ ଅବଲମ୍ୱନ କରୁଛନ୍ତି । ଏହି କ୍ରମରେ ପ୍ରେମ ଜାଲରେ ଫସାଇ ଟଙ୍କା ହଡପ କରୁଥିବା ଏକ ଠକ ଗିରଫ ହୋଇଛି । ନିଜକୁ ଡାକ୍ତର କହି ଲୋକଙ୍କୁ କୋଟି କୋଟି ଠକୁଥିବା ଜଣେ କୁଖ୍ୟାତ ଠକକୁ ଗିରଫ କରିଛି ସହୀଦନଗର ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ହେଉଛି ରମେଶ ଚନ୍ଦ୍ର ସ୍ଵାଇଁ। ମିଳିଥିବା ସୂଚନା ମୁତାବକ, ଏପରି ସମାନ ଠକେଇ ମାମଲାରେ ରମେଶକୁ ୨୦୧୧ ମସିହାରେ ଆନ୍ଧ୍ର ପୋଲିସ ଗରିଫ କରିଥିଲା ।


COMMERCIAL BREAK
SCROLL TO CONTINUE READING

ଏହା ବି ପଢ଼ନ୍ତୁ:-'ଆଲ୍ଲା ହୁ ଆକବର' ନାରା ଲଗାଇଥିବା ଝିଅକୁ ସଲମାନ ଓ ଅମୀର ଦେଇଛନ୍ତି ୩ କୋଟି ଟଙ୍କା? ସାମ୍ନାକୁ ଆସିଲା ସତ


ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେଉଁ ବୟସରେ ବିବାହ କରିବା ଉଚିତ?


ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ପ୍ରତିଶୋଧର କାହାଣୀ


ଏହା ବି ପଢ଼ନ୍ତୁ:-ଦେଶର ଏପରି ୬ଟି ସ୍ଥାନ, ଯେଉଁଠାରେ ଭାରତୀୟଙ୍କୁ ମିଳି ନଥାଏ ଏଣ୍ଟ୍ରି; କେବଳ ଏମାନଙ୍କୁ ରହିଛି ପ୍ରବେଶ ଅନୁମତି


ସୂଚନାଯୋଗ୍ୟ, ବହୁ ବର୍ଷ ଧରି ରମେଶ କୋଟି କୋଟି ଟଙ୍କାର ଠକେଇ କରି ଆସୁଛି । ଏହାସହ ସେ ଗୋଟିଏ କି ଦୁଇଟି ନୁହେଁ, ୫ଟି ରାଜ୍ୟରେ ୧୦ରୁ ଅଧିକ ସ୍ତ୍ରୀ ରଖିଥିବା ଜଣାପଡ଼ିଛ । ତାଙ୍କ ସ୍ତ୍ରୀମାନେ କେହି କାହା ବିଷୟରେ କିଛି ଜାଣି ନାହାନ୍ତି । ଆନ୍ଧ୍ର ପ୍ରଦେଶ ,କର୍ଣ୍ଣାଟକ, ଓଡ଼ିଶାରେ ନକଲି ଡାକ୍ତର ରମେଶ ଲିଙ୍କ ମିଳିଛି । ଏନେଇ ସୋମବାର ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏକ ପ୍ରେସ ବାର୍ତ୍ତା କରିବେ ବୋଲି ସୂଚନା ମିଳିଛି ।