ଲକ୍ଷ୍ନୌ: ଲଢେଇ, ଝଗଡା, ଗଣ୍ଡଗୋଳ ଭଳି କାର୍ଯ୍ୟରେ ଖାଲି ଯେ ପୁରୁଷ ଜଡିତ ରୁହନ୍ତି ତାହା ନୁହେଁ ଏହି କାମରେ ମହିଳା ମଧ୍ୟ କାହା ଠାରୁ ପଛରେ ନାହାଁନ୍ତି। ଯୁବକଙ୍କ ଭଳି ଯୁବତୀ ମଧ୍ୟ ଏବେ ରାଜ ରାସ୍ତାରେ ଲଢେଇ କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ (Uttar Pradesh) ରାଜଧାନୀ ଲକ୍ଷ୍ନୌସ୍ଥିତ (Lucknow) ଆସିୟାନା (Ashiyana) ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। କିଛି ଯୁବତୀ ଏଠାକାର ରାସ୍ତାରେ ହଙ୍ଗାମା ସୃଷ୍ଟି କରିଥିଲେ। ଏଠାରେ ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କୁ ମାଡ ମାରିଥିଲେ। ଏହି ଘଟଣାରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଆକ୍ରମଣର ଶୀକାର ହୋଇଥିବା ଯୁବତୀଙ୍କୁ ଅନ୍ୟମାନେ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।




ଏନେଇ ଅଭିଯୋଗ ଆଣି ପୀଡିତା ଯୁବତୀ କହିଛନ୍ତି ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ମହିଳା ବନ୍ଧୁ ଜରିଆରେ ତାଙ୍କୁ ମାଡ଼ ମାରିଥିଲେ। ଏଭଳି ହାଇ ଭୋଲଟେଜ ଡ୍ରାମା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ଏନେଇ ଅଭିଯୋଗ ହେବାର ୧୫ ଦିନ ପରେ ଏକ ମାମଲା ଦାଏର କରାଯାଇଛି।



Also Read: ଅଟୋରିକ୍ସା ଡ୍ରାଇଭର ସହ ଫେରାର ହେଲେ କୋଟିପତି ମାଲିକାଣି; ସାଥିରେ ନେଇଗଲେ ଏତେଟଙ୍କା


ପୋଲିସ ଏ ଘଟଣାରେ ଅଭିଯୁକ୍ତ ଯୁବକଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଏବଂ ମାରପିଟ ଆଧାରରେ ମାମଲା ରୁଜୁ କରିଛି। ପୋଲିସ ଅନ୍ୟ ଦୁଇ ଯୁବତୀଙ୍କ ବିରୁଦ୍ଧରେ ମଧ୍ୟ ମାମଲା ଦାଏର କରିଛି। ରାସ୍ତାରେ ଏଭଳି ମାରପିଟ ଦେଖିବା ପରେ ଘଟଣାସ୍ଥଳରେ ଲୋକ ଏକାଠି ହେବା ସହ ଏହି ଘଟଣାର ଭିଡିଓ କରିବା ଆରମ୍ଭ କରିଥିଲେ। ଭାଇରାଲ ଭିଡିଓକୁ ଆଧାର କରି ପୀଡିତା ଥାନାରେ ଅଭିଯୋଗ କରିଥିଲେ। ଏ ଘଟଣାର ତଦନ୍ତ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।