Humans raping animals: ପଶ୍ଚିମବଙ୍ଗରୁ (West Bengal) ଏଭଳି ଘୃଣ୍ୟ କାର୍ଯ୍ୟର ଏକ ମାମଲା ସାମ୍ନାକୁ ଆସିଛି, ଯାହା ସାରା ମାନବଜାତି ପାଇଁ ଲଜ୍ଜାଜନକ । ଏକ ଗର୍ଭବତୀ ଗାଈକୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୯ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ବୁଧବାର ଦିନ ପଶ୍ଚିମବଙ୍ଗ ପୋଲିସ (West Bengal Police) ଦ୍ୱାରା ଗିରଫ କରାଯାଇଛି । ଏହି ଘଟଣାଟି ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣା ଜିଲ୍ଲାର ନାମଖାନା ବ୍ଲକର ଉତ୍ତର ଚନ୍ଦନପିଡି ଅଞ୍ଚଳର ଅଟେ । ଗର୍ଭବତୀ ଗାଈର ମାଲିକଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ପ୍ରଦ୍ୟୁତ ଭୁୟାଙ୍କୁ ଗିରଫ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ସ୍ଥାନୀୟ ତଥା ପୋଲିସ ସୂତ୍ର ଅନୁଯାୟୀ, ଉତ୍ତର ଚନ୍ଦନପିଡି ନିବାସୀ ଆରତୀ ଭୁୟା ଓ ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ପଡ଼ୋଶୀ ପ୍ରଦ୍ୟୁତ୍ କିଛି ଦିନ ପୂର୍ବରୁ ସେମାନଙ୍କ ଘର ପଛରେ ଥିବା ଗୋରୁ ଗୁହାଳରେ ପ୍ରବେଶ କରିଥିଲେ ଓ ତାଙ୍କର ଗୋଟିଏ ଗାଈକୁ ଅତି ନିର୍ମମ ଭାବରେ ଦୁଷ୍କର୍ମ କରିଥିଲା । ଅଭିଯୋଗକାରୀ କହିଛନ୍ତି ଯେ "ପାଖାପାଖି ମଧ୍ୟରାତ୍ରିରେ ପର୍ଯ୍ୟନ୍ତ ଦୁଷ୍କର୍ମ କରିବା ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଗାଈଟିର ମୃତ୍ୟୁ ଘଟିଥିଲା ।"


ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭ ଅନୁଯାୟୀ ଅଭିଯୁକ୍ତ ପ୍ରଦ୍ୟୁତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହା ପରେ ତାଙ୍କୁ ମଙ୍ଗଳବାର ଦିନ କାକଦ୍ୱୀପ ସବ-ଡିଭିଜନାଲ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ଚନ୍ଦନପିଡି ଗାଁର ଜଣେ ବାସିନ୍ଦା କହିଛନ୍ତି, "ପ୍ରଦ୍ୟୁତଙ୍କ ବିରୋଧରେ ଅସଂଖ୍ୟ ଅଭିଯୋଗ ରହିଛି । ସେ କ୍ଷେତରୁ ଛେଳି, ଗାଡି ଓ ପନିପରିବା ଆଦି ଚୋରି କରି ସାରିଛନ୍ତି ।"


ସେ ଆହୁରି କହିଛନ୍ତି ଯେ ତାଙ୍କ ଅମାନୁଷିକ କାର୍ଯ୍ୟ ପାଇଁ ଉକ୍ତ ବ୍ୟକ୍ତିଙ୍କୁ ଯଥେଷ୍ଟ ଦଣ୍ଡ ଦିଆଯିବା ଉଚିତ । ରିପୋର୍ଟ ଅନୁଯାୟୀ, ଜୁନ୍ ମାସ ପୂର୍ବରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା ।


ପଶ୍ଚିମବଙ୍ଗ ଦକ୍ଷିଣ ଦିନାଜପୁରର ହରିରାମପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଅନ୍ୟ ଜଣେ ଗାଈ ମାଲିକ ଏକ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆଣିଛନ୍ତି । କିନ୍ତୁ ଏହି ଯୁବକ ଜଣକ ଫେରାର ଅଛନ୍ତି । ଶିରସି ଗ୍ରାମ ପଞ୍ଚାୟତର ବାରବାରା ଅଞ୍ଚଳରେ ମହିଳା ଜଣକ ତିନିଟି ଗାଈକୁ ବାନ୍ଧିଥିଲେ।  କିନ୍ତୁ ଅପରାହ୍ନରେ ଯେତେବେଳେ ସେ କ୍ଷେତରୁ ଗାଈକୁ ଆଣିବାକୁ ଯାଇଥିଲେ, ସେଠାରେ ଗାଇ ନଥିଲା । ଏହା ପରେ ମହିଳା ଜଣକ ନିଜ ଗାଈକୁ ଟିକେ ଦୂରରେ ଦେଖିବାକୁ ପାଇଥିଲେ ଓ ସେଠାକୁ ଯିବାପରେ ଦେଖିବାକୁ ପାଇଲେ ଯେ ତାଙ୍କ ପଡ଼ୋଶୀ ତାଙ୍କ ଗାଈ ସହ ଦୁଷ୍କର୍ମ କରୁଥିଲା ।


ଏହା ବି ପଢ଼ନ୍ତୁ: Jharkhand: ବିଜେପି ନେତ୍ରି ସୀମା ପାତ୍ରଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେଲା ଝାଡଖଣ୍ଡ ପୋଲିସ


ଏହା ବି ପଢ଼ନ୍ତୁ: ଗର୍ଭବତୀ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଇସ୍ତଫା ଦେଲେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ; ଜାଣନ୍ତୁ ମାମଲା