ରେଳ ଟ୍ରାକରୁ ମିଳିଲା ଯୁବତୀଙ୍କ ମୃତଦେହ
ମୃତ ଯୁବତୀଙ୍କ ବୟସ ୨୦-୨୧ ବର୍ଷ ହେବ। ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ମୁକେଶ ପ୍ରଧାନ, ଝାରସୁଗୁଡା: ଜିଲ୍ଲାର ଇବ ଷ୍ଟେସନ ନିକଟରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଜବତ କରାଯାଇଛି। ରେଳ ଧାରଣା କଡ଼ରୁ ଝାରସୁଗୁଡା ରେଳବାଇ ପୋଲିସ ମୃତଦେହକୁ ଜବତ କରିଛି। ମୃତ ଯୁବତୀଙ୍କ ବୟସ ୨୦-୨୧ ବର୍ଷ ହେବ। ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ଯୁବତୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନାହିଁ। ଚଳନ୍ତା ଟ୍ରେନରୁ ଖସି ତାଙ୍କ ମୃତ୍ୟୁ ଘଟିଥାଇ ପାରେ ବୋଲି ରେଳବାଇ ପୋଲିସ (Railway Police) ଅନୁମାନ କରିବା ସହ ତଦନ୍ତ ଚଳାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ। ସେପଟେ ଏନେଇ ଝାରସୁଗୁଡ଼ା (Jharsuguda) ରେଳବାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।
Also Read: କୁଚିଣ୍ଡାରେ କଙ୍ଗାରୁ କୋର୍ଟ; ମହିଳାଙ୍କୁ ଲଣ୍ଡା କରି ଲଗାଇଲେ ଜରିମାନା
ବୁଧବାର ଦିନ ପ୍ରାୟ ସାଢେ ଦୁଇଟା ବେଳେ ଇବ-ସମ୍ବଲପୁର ରେଳ ଲାଇନ (Sambalpur Rail Track) ରେ ଜଣେ ଯୁବତୀଙ୍କ ମୃତଦେହ (Womens Deadbody)ପଡିଥିବା ସୂଚନା ମଳିଥିଲା। ଏକ ଟ୍ରେନର ଚାଳକ ଇବ୍ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଏହା ପରେ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
କେଉଁ ଟ୍ରେନରୁ ଯୁବତୀଟି ଖସିଛନ୍ତି? ନା ମୃତ୍ୟ ପଛରେ ଅନ୍ୟ କୌଣସି କାରଣ ରହିଛି? ଏଦିଗରେ ମଧ୍ୟ ପୋଲିସ (Jharsuguda Police) ତଦନ୍ତ କରୁଛି। ତେବେ ଯୁବତୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଓ ପ୍ରକୃତ ପରିଚୟ ମିଳିବା ପରେ ହିଁ ସବୁ କିଛି ସ୍ପଷ୍ଟ ହୋଇପାରିବ ବୋଲି ରେଳବାଇ ପୋଲିସ ସୂଚନା ଦେଇଛି।