କୁଚିଣ୍ଡାରେ କଙ୍ଗାରୁ କୋର୍ଟ; ମହିଳାଙ୍କୁ ଲଣ୍ଡା କରି ଲଗାଇଲେ ଜରିମାନା
Advertisement
Article Detail0/zeeodisha/odisha845660

କୁଚିଣ୍ଡାରେ କଙ୍ଗାରୁ କୋର୍ଟ; ମହିଳାଙ୍କୁ ଲଣ୍ଡା କରି ଲଗାଇଲେ ଜରିମାନା

ପାରିବାରିକ କଳହଳ ପରେ ସାମାଜିକ ବୈଠକରେ ମହିଳାଙ୍କୁ ଲଣ୍ଡା କରିବା ସହ ୬ ହଜାର ଟଙ୍କା ଜରିମାନା ଲାଗାଯାଇଛି। ଏହି ଘଟଣାକୁ ଅଞ୍ଚଳର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ପୀଡିତା ନ୍ୟାୟ ପାଇଁ ଏବେ ପୋଲିସର ସାହାରା ନେଇଛନ୍ତି।

କୁଚିଣ୍ଡାରେ କଙ୍ଗାରୁ କୋର୍ଟ; ମହିଳାଙ୍କୁ ଲଣ୍ଡା କରି ଲଗାଇଲେ ଜରିମାନା

ପ୍ରକାଶ ଚନ୍ଦ୍ର ଶର୍ମା, କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ପରୁଆଭାଡି ଗ୍ରାମରେ କଙ୍ଗାରୁ କୋର୍ଟ (kangaroo court)। ପାରିବାରିକ କଳହଳ ପରେ ସାମାଜିକ ବୈଠକରେ ମହିଳାଙ୍କୁ ଲଣ୍ଡା କରିବା ସହ ୬ ହଜାର ଟଙ୍କା ଜରିମାନା ଲାଗାଯାଇଛି। ଏହି ଘଟଣାକୁ ଅଞ୍ଚଳର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ପୀଡିତା ନ୍ୟାୟ ପାଇଁ ଏବେ ପୋଲିସର ସାହାରା ନେଇଛନ୍ତି।

ଆମ ପୁରୁଷ ପ୍ରଧାନ ସମାଜରେ ମହିଳାମାନେ ଅଧିକ ନିର୍ଯାତନାର ଶିକାର ହୁଅନ୍ତି। ଆଉ ସେଥିପାଇଁ ତାଙ୍କରି ପରିବାରର ଲୋକ ହିଁ ଦାୟୀ। ଯାହା ସରକାରୀ ତଥ୍ୟ ମଧ୍ୟ କହୁଛି। ଗୋଟିଏ ପଟେ ମହିଳାଙ୍କୁ ଶସକ୍ତିକରଣ (women empowerment) କରିବା ଓ ପୁରୁଷ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବା କଥା କୁହାଯାଉଛି। ଆଉ ଅନ୍ୟପଟେ ସେହି ମହିଳାଙ୍କୁ ନିଜ ପରିବାର ଓ ସମାଜର ଲୋକ ସଂସ୍କୃତି, ପରମ୍ପରା ନାଁରେ ଅମାନବୀୟ ନିର୍ଯାତନା ଦେଉଛନ୍ତି। ଯାହାର ଏକ ସ୍ପଷ୍ଟ ଉଦାହରଣ ହେଉଛି କୁଚିଣ୍ଡା ଥାନା ପରୁଆଭାଡି ଗ୍ରାମର କଙ୍ଗାରୁ କୋର୍ଟ। ଗୋଟିଏ ସାମାନ୍ୟ କଥାରେ ମହିଳାଙ୍କୁ ଲଣ୍ଡା (women shave head) କରିଦିଆଯାଇଛି।

Also Read: ଟଙ୍କା ପାଇ ନ ଥିବାରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ କୁଷ୍ଠାଶ୍ରମବାସୀ

କୌଣସି କାରଣକୁ ନେଇ ପାରୁଆଭାଡି ଗ୍ରାମର ଜନୈକା ମହିଳାଙ୍କ ସହିତ ତାଙ୍କ ଶାଶୁ ଓ ଦେଢଶାଶୁ (ବଡ ଯା)ଙ୍କ ଝଗଡା ହୋଇଥିଲା। ଏଥିରେ ମହିଳା ଜଣକ କାହିଁକି ଏତେ ପାଟି କରୁଛ କହି ଦେଢଶାଶୁଙ୍କ ମୁହଁକୁ ହାତରେ ବନ୍ଦ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶାଶୁ ଓ ଦେଢଶାଶୁ ତାଙ୍କୁ ମାଡ ମାରିଥିଲେ। ପରେ ଏହାକୁ ନେଇ ଗ୍ରାମରେ ସାମାଜିକ (Village committee) ବୈଠକ ବସିଥିଲା। ଏଥିରେ ସମାଜର ବଡପଣ୍ଡା ନିଷ୍ପତ୍ତି କ୍ରମେ ମହିଳାଙ୍କୁ ଲଣ୍ଡା କରିବା ସହିତ ୬ ହଜାର ଟଙ୍କା ଜରିମାନା କରାଯାଇଥିଲା। 

ମହିଳା ଜଣକ ଯେତେ କାକୁତିମିନତି ହେଲେ କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ। ତାଙ୍କ ସ୍ବାମୀ ମଧ୍ୟ ଅଧିକ ଜରିମାନା ନେଇ ଲଣ୍ଡା ନକରିବା ପାଇଁ ଅନୁରୋଧ କରିଥିଲେ। ତଥାପି ଗ୍ରାମର କଥାକଥିତ ଭଦ୍ରବ୍ୟକ୍ତିମାନେ ସେମାନଙ୍କ କଥାକୁ ଭୃକ୍ଷେପ ନକରି ସେଠାରେ ମହିଳାଙ୍କୁ ଲଣ୍ଡା କରିଥିଲେ। ଏବେ ମହିଳା ଜଣକ ଲୋକଲଜ୍ଜା ଯୋଗୁଁ ତାଙ୍କ ମା ଘରେ ରହୁଛନ୍ତି। ଏହାକୁ ନେଇ ପୀଡିତା କୁଚିଣ୍ଡା ଥାନା (Kuchinda police) ରେ ୯ ଜଣକ ନାମରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Also Read: ଆତ୍ମନିର୍ଭର ଭାରତରେ ଆତ୍ମସମ୍ମାନ ଖୋଜୁଛନ୍ତି ଜଗନ୍ନାଥ

ପାରୁଆଭାଡି ଗ୍ରାମର ମହିଳାଙ୍କୁ ଲଣ୍ଡା କରିବା ଘଟଣାକୁ କିସାନ ସମାଜର ରାଜ୍ୟ ଉପସଭାପତି ବୃନ୍ଦାବନ ମାଝୀ ନିନ୍ଦା କରିଛନ୍ତି। କିସାନ ସମାଜରେ ଏହି ପରି କୌଣସି ନିୟମ ନାହିଁ। ମହିଳାଙ୍କୁ ଆମ ସମାଜରେ ସମ୍ମାନ ଦିଆଯାଏ। ଯଦି ସମାଜର ଯେଉଁ ବ୍ୟକ୍ତି ଏପରି କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ମିଳିବା ଉଚିତ ବୋଲି ବୃନ୍ଦାବନ କହିଛନ୍ତି। ସେପଟେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନାହିଁ।