ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଏଥର ୯୭.୮୯ ପ୍ରତିଶତ ପିଲା ପାସ
ଛାତ୍ରଛାତ୍ରୀ ମାନେ www.bseodisha.ac.in ଓ www.bseodisha.nic.in କୁ ଯାଇ ରେଜଲ୍ଟ ଦେଖିପାରିବେ । ସେହିପରି SMS ମାଧ୍ୟମରେ ପରୀକ୍ଷଆ ଫଳ ଦେଖିବାକୁ ଚାହିଁଲେ, ପ୍ରଥମେ OR01 <roll number> ଲେଖି 5676750 ନମ୍ବରରେ ମେସେଜ କରିପାରିବେ ।
କଟକ: ଆଜି ରାଜ୍ୟରେ ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ମାଟ୍ରିକ ବାର୍ଷିକ ପରୀକ୍ଷା ସହିତ, ରାଜ୍ଯ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଥିବା ବେଳେ ସେପଟେ ୱେବସାଇଟରେ ମଧ୍ୟ ରେଜଲ୍ଟ ପ୍ରକାଶ ଉପଲବ୍ଧ ହୋଇଛି ।
ଛାତ୍ରଛାତ୍ରୀ ମାନେ www.bseodisha.ac.in ଓ www.bseodisha.nic.in କୁ ଯାଇ ରେଜଲ୍ଟ ଦେଖିପାରିବେ । ସେହିପରି SMS ମାଧ୍ୟମରେ ପରୀକ୍ଷଆ ଫଳ ଦେଖିବାକୁ ଚାହିଁଲେ, ପ୍ରଥମେ OR01 <roll number> ଲେଖି 5676750 ନମ୍ବରରେ ମେସେଜ କରିପାରିବେ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ ହୋଇଥଲା । ପରୀକ୍ଷାରେ ଖରାପ କରିଥିବା ପିଲା ମାନେ ପୁଣି ପରୀକ୍ଷା ଦେଇପାରିବେ । ଏନେଇ ଜୁଲାଇ ୫ରୁ ଫର୍ମ ଫିଲଅପ୍ ଆରମ୍ଭ କରାଯିବ ।
Also Read: Lock ହେବା ପରେ ପୁଣି Restore ହେଲା କେନ୍ଦ୍ର IT ମନ୍ତ୍ରୀଙ୍କ Twitter Handle
ରାଜ୍ୟରେ ୫ ଲକ୍ଷ ୬୨ ହଜାର ୧୦ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିବା ବେଳେ ,୭ ହଜାର ୭୦୩ ଜଣ ପରୀକ୍ଷାର୍ଥୀ ଫେଲ୍ ହେଇଛନ୍ତି ।
A1 ଗ୍ରେଡ୍ – ୨୬୫୬ ଜଣ
A2 ଗ୍ରେଡ୍ – ୨୨,୧୩୧ ଜଣ
B1 ଗ୍ରେଡ୍ – ୯୨,୨୯୯ ଜଣ
B2 ଗ୍ରେଡ୍ – ୯୪ ହଜାରରୁ ଅଧିକ
୫,୯୪୫ ସ୍କୁଲରେ ପାସହାର ଶତପ୍ରତିଶତ ରହିଛି । ୭ ହଜାର ୭୦୩ ଜଣ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ପାସ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଲକ୍ଷ ୮୦ ହଜାର ୩୫୨ ଛାତ୍ର ପାସ୍ କରିଥିବା ବେଳେ ୨ ଲକ୍ଷ ୮୧ ହଜାର ୬୫୮ ଜଣ ଛାତ୍ରୀ ପାସ୍ କରିଛନ୍ତି ।