କୌଣସି ସୋସିଆଲ ମିଡିଆ ଆକାଉଣ୍ଟ (Social Media Account) ବନ୍ଦ କରାଗଲେ ଏହାର ବ୍ୟବହାରକାରୀଙ୍କୁ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ସୂଚନା ଦେବା ଆବଶ୍ୟକ।
Trending Photos
ନୂଆଦିଲ୍ଲୀ: ନୂଆ ଆଇଟି ଆକ୍ଟ କାରଣରୁ ଭାରତ ସରକାର ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ମଧ୍ୟରେ ଚାଲିଥିବା ଆଇନଗତ ବିବାଦ ଏପର୍ଯ୍ୟନ୍ତ ଥମିନାହିଁ। କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ହ୍ୟାଣ୍ଡେଲକୁ ସାମୟିକ ଭାବେ ବନ୍ଦ କରିଦେଇଥିଲା ଟ୍ୱିଟର।
ସାମୟିକ ଭାବେ ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ ହେବା ଘଟଣାରେ ପ୍ରତିକ୍ରିୟା ରଖି କେନ୍ଦ୍ର ଆଇଟି ମନ୍ତ୍ରୀ (Union IT Minister) ରବିଶଙ୍କର ପ୍ରସାଦ (Ravishankar Prasad) କହିଛନ୍ତି ବିନା କୌଣସି ସୂଚନରେ ଟ୍ୱିଟର ପକ୍ଷରୁ ମୋ ଆକାଉଣ୍ଟ ବନ୍ଦ କରାଯାଇଥିଲା। ଯେତେବେଳେ ମୁଁ ଏ ଘଟଣା ସମ୍ପର୍କରେ ଜାଣିବା ପାଇଁ ସେମାନଙ୍କ ସହ ଯୋଗଯୋଗ କରିଥିଲି।
Also Read: ଆମେରିକା ରାଷ୍ଟ୍ରପତି ସରକାରୀ ଟ୍ୱିଟର ଆକାଉଣ୍ଟ 'POTUS' ହେବ Reset, ହଟିଯିବେ ସମସ୍ତ ଫଲୋର୍ସ
ଏହାର ଜବାବରେ ଟ୍ୱିଟର (Twitter) ପକ୍ଷରୁ କୁହାଯାଇଥିଲା ୟୁଏସ ଡିଜିଟାଲ ମିଲେନିୟମ୍ କପିରାଇଟ୍ ଆକ୍ଟ (US Digital Millennium Copyright Act) ନିୟମକୁ ଉଲଂଘନ କରିବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉତ୍ତର ମିଳିବାର ଘଣ୍ଟାକ ପରେ ପୁନର୍ବାର ମୋ ଟ୍ୱିଟର ଆକାଉଣ୍ଟ ରିଷ୍ଟୋର (Twitter Account Restore ) ହୋଇଥିଲା। ଏହା ସହିତ ଟ୍ୱିଟର ପକ୍ଷରୁ ଆହୁରି କୁହାଯାଇଥିଲା ଯାନ୍ତ୍ରିକ ସମସ୍ୟା କାରଣରୁ ଆକାଉଣ୍ଟ ବନ୍ଦ ହୋଇଯାଇଛି।
Also Read: ବଙ୍ଗଳା ଖାଲି ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ-ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ଟ୍ୱିଟର ୱାରz
ଟ୍ୱିଟର ପକ୍ଷରୁ ଗ୍ରହଣ କରାଯାଇଥିବା ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଇନଫରର୍ମେସନ ଟେକ୍ନୋଲୋଜି (Information Technology) ଆଇନର ଇଣ୍ଟରମେଡିୟାରୀ ଗାଇଡଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ (Intermediary Guidelines and Digital Media Ethics Code) ନିୟମକୁ ବିରୋଧ କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।
କେନ୍ଦ୍ର ସରକାରଙ୍କ (Govt of India) ଏହି ନୂତନ ଆଇଟି ନିମୟ (Indian IT Act) ଅନୁସାରେ କୌଣସି ସୋସିଆଲ ମିଡିଆ ଆକାଉଣ୍ଟ (Social Media Account) ବନ୍ଦ କରାଗଲେ ଏହାର ବ୍ୟବହାରକାରୀଙ୍କୁ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ସୂଚନା ଦେବା ଆବଶ୍ୟକ। ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସମତେ ଦେଶର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ହ୍ୟାଣ୍ଡଲ ବନ୍ଦ କରିବାକୁ ନେଇ ବିବାଦୀୟ ହୋଇପଡିଛି ଟ୍ୱିଟର। ଏହି ସୋସିଆଲ ମିଡିଆ କମ୍ପାନୀ (Social Media Company) ମନମାନି କରୁଥିବା ନେଇ ବିଭିନ୍ନ ଅଭିଯୋଗ ଆଣଇଛନ୍ତି ଏହାର ବ୍ୟବହାରକାରୀ (Twitter User)।