ଚିନ୍ମୟ ଜଗନ୍ନାଥ ପାତ୍ର, କଟକ: ଆଇପିଏଲ ଢାଞ୍ଚାରେ ପୁଣିଥରେ ଓଡିଶାରେ ହେବ ଓଡିଶା ପ୍ରିମିୟମ ଲାଗ(ଓପିଏଲ) । ଓଡିଶା କ୍ରିକେଟ ଆସୋସିଏସନ ଏହାର ଆୟୋଜନ ପାଇଁ ଏବେ ଅଣ୍ଟା ଭିଡିଲାଣି । ଓପିଏଲକୁ ଆୟୋଜନ କରିବା ପାଇଁ କିଛି କମ୍ପାନୀ ସହିତ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଆଲୋଚନା ଶେଷ ହୋଇଥିବା କହିଛନ୍ତି ଓସିଏ ସମ୍ପାଦକ । ସେହିପରି ୨୦୧୧ ମସିହା ପରେ ପୁଣିଥରେ ବାରବାଟୀରେ ଓପିଏଲ ଆୟୋଜନ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କ୍ରିକେଟ ସମୀକ୍ଷକ ।


COMMERCIAL BREAK
SCROLL TO CONTINUE READING

ଆଇପିଏଲ ଶୈଳୀରେ ପୁଣିଥରେ ବାରବାଟୀ ଷ୍ଟାଡିୟମରେ ଜମିବ ଓଡିଶା ପ୍ରିମିୟର ଲିଗ । ଓଡିଶାର ବିଭିନ୍ନ କ୍ରିକେଟ ଖେଳାଳିଙ୍କୁ ଆଗ ଧାଡିକୁ ଆଣିବା ପାଇଁ ଏଭଳି କିଛି ଯୋଜନା କରୁଛି ଓଡିଶା  କ୍ରିକେଟ ଆସୋସିଏସନ । ୨୦୧୧ ମସିହାରେ ଓପିଏଲ ଆୟୋଜନ ହୋଇଥିବା ବେଳେ ବେଶ ସଫଳତା ମିଳିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଓପିଏଲକୁ ନେଇ ବିବାଦ ବଢିବା ପରେ ଏହାକୁ ବନ୍ଦ କରିଦିଆଥିଲା । ତେବେ ଏହି ଓପିଏଲକୁ ପୁଣିଥରେ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡିଲାଣି ଓସିଏ । ଏଥିଲାଗି ପ୍ରଥମ ପର୍ଯ୍ୟାୟରେ କିଛି କମ୍ପାନୀ ସହିତ ଆଲୋଚନା ଶେଷ ହୋଇଥିବା କହିଛନ୍ତି ଓସିଏ ସମ୍ପାଦକ । 


ଓଡିଶାରେ ଅନେକ କ୍ରିକେଟ ପ୍ରତିଭା ରହିଥିଲେ ମଧ୍ୟ ସଠିକ୍‌ ପରିମାଣରେ ସୁଯୋଗର ଅଭାବ ଯୋଗୁଁ ଆଗ ଧାଡିକୁ ଆସିପାରୁ ନାହାଁନ୍ତି । ଏଥିସହିତ ଅନେକ ଟୁର୍ଣ୍ଣାମେଣ୍ଟ କରାଯାଉଥିଲେ ମଧ୍ୟ ଯଥେଷ୍ଟ ନୁହେଁ । ତେବେ ଓପିଏଲ ଏକ ମାଧ୍ୟମ ଯେଉଁଠି ପ୍ରତିଟି ଖେଳାଳିଙ୍କୁ ସୁଯୋଗ ମିଳିପାରିବ । ଯାହା ଫଳରେ ଏହା ଅନେକ କିଛି ନୂଆ ପ୍ରତିଭାଙ୍କୁ ଆଗକୁ ଆସିବାରେ ସହାୟକ ହେବ । ତେଣୁ ଯେ କୌଣସି କାରଣରୁ ଓପିଏଲ ବନ୍ଦ ହୋଇଥିଲେ ମଧ୍ୟ ପୁଣିଥରେ ଓସିଏ ଏହାକୁ ଆୟୋଜନ କରୁଥିବାରୁ ସ୍ୱାଗତ କରିଛନ୍ତି କ୍ରିକେଟ ସମୀକ୍ଷକ ।


ବିବାଦରୁ ଦୂରେଇ ସ୍ୱଚ୍ଛତା ମଧ୍ୟରେ ଓପିଏଲ ଆୟୋଜନ କରିବା ପାଇଁ ସମ୍ପୁର୍ଣ୍ଣ ଭାବେ ଓସିଏ ପ୍ରସ୍ତୁତ ବୋଲି କହିଛନ୍ତି ସମ୍ପାଦକ ସଞ୍ଜୟ ବେହେରା ।


ଆହୁରି ପଢନ୍ତୁ; ଓସିଏରେ ପୁଣି ବୟସ ଜାଲିଆତି, ୨ ଖେଳାଳିଙ୍କୁ ଧରିଲା ବିସିସିଆଇc