ଓସିଏରେ ପୁଣି ବୟସ ଜାଲିଆତି, ୨ ଖେଳାଳିଙ୍କୁ ଧରିଲା ବିସିସିଆଇ
Advertisement
Article Detail0/zeeodisha/odisha616006

ଓସିଏରେ ପୁଣି ବୟସ ଜାଲିଆତି, ୨ ଖେଳାଳିଙ୍କୁ ଧରିଲା ବିସିସିଆଇ

ଓଡିଶା କ୍ରିକେଟ ଆସୋସିଏସନରେ ପୁଣିଥରେ ଲାଗିଲା ବୟସ ଜାଲିଆତିର ସାଙ୍ଘାତିକ ଅଭିଯୋଗ । ଏହି ଅଭିଯୋଗ ଆସିଛି ୨୩ ବର୍ଷରୁ କମ ବର୍ଗରେ ଖେଳୁଥିବା ୨ ଜଣ କ୍ରିକେଟ ଖେଳାଳିଙ୍କ ବିରୋଧରେ । ଏମାନେ ହେଲେ ସୌଭାଗ୍ୟ ରଞ୍ଜନ ମିଶ୍ର ଓ ଜମଲା ଭଞ୍ଜନ ମହାପାତ୍ର । 

ଓସିଏରେ ପୁଣି ବୟସ ଜାଲିଆତି

ଚିନ୍ମୟ ଜଗନ୍ନାଥ ପାତ୍ର, କଟକ: ଓଡିଶା କ୍ରିକେଟ ଆସୋସିଏସନରେ ପୁଣିଥରେ ଲାଗିଲା ବୟସ ଜାଲିଆତିର ସାଙ୍ଘାତିକ ଅଭିଯୋଗ । ଏହି ଅଭିଯୋଗ ଆସିଛି ୨୩ ବର୍ଷରୁ କମ ବର୍ଗରେ ଖେଳୁଥିବା ୨ ଜଣ କ୍ରିକେଟ ଖେଳାଳିଙ୍କ ବିରୋଧରେ । ଏମାନେ ହେଲେ ସୌଭାଗ୍ୟ ରଞ୍ଜନ ମିଶ୍ର ଓ ଜମଲା ଭଞ୍ଜନ ମହାପାତ୍ର । 

ସୂଚନା ମୁତାବକ, ଉଭୟେ ୧୯୯୬ରେ ଜନ୍ମ ଗ୍ରହଣ କରିଥିବା ଏକ ମୁନସିପାଲଟିର ସାର୍ଟିଫିକେଟ ଦାଖଲ କରିଥିଲେ । ମାତ୍ର ଏହାର ସତ୍ୟତା ଲାଗି ବିସିସିଆଇ ଉଭୟ ଓସିଏ ଓ କଟକ ମହାନଗର ନିଗମକୁ ଚିଠି କରିଥିଲା । ଏହି ଚିଠି ମିଳିବା ପରେ ସି.ଏମ.ସି ଅନୁଧ୍ୟାନ କରିବା ସହ ବୟସ ଜାଲିଆତି ଘଟଣା ପଦାକୁ ଆସିଛି । ସି.ଏମ.ସି ବିସିସିଆଇକୁ ଅବଗତ କରାଇଛି  ଯେ ଉଭୟ ଖେଳାଳି ଦର୍ଶାଇଥିବା ଜନ୍ମଗତ ମସିହା ସଠିକ୍‌ ନୁହେଁ । ଏଥିସହ ରେଜିଷ୍ଟ୍ରେସନରେ ଦାର୍ଶାଯାଇଥିବା ନମ୍ୱର ମଧ୍ୟ ସି.ଏମ.ସିର ନୁହେଁ ।  

ଉଭୟ ଖେଳାଳିଙ୍କ ମଧ୍ୟରୁ ଜଣେ ୧୯୯୮ ଓ ଅନ୍ୟ ଜଣେ ୧୯୯୯ ମସିହାରେ ଜନ୍ମ ଗ୍ରହଣ କରିଥିବା ଚିଠିରେ ଦର୍ଶାଯାଇଛି । ତେଣୁ  ସୌଭାଗ୍ୟ ରଞ୍ଜନ ମିଶ୍ର ଓ ଜମଲା ଭଞ୍ଜନ ମହାପାତ୍ର ପ୍ରଦାନ କରିଥିବା ବୟସ ଗତ ପ୍ରମାଣ ସମ୍ପୁର୍ଣ୍ଣ ଜାଲ୍‌ । ତେବେ ଏପରି ଘଟଣା ବାରମ୍ୱାର ଓଡିଶା କ୍ରିକେଟ ଆସୋସିଏସନରେ ଦେଖିବାକୁ ମିଳିଥିବା ବେଳେ ଏ ବାବଦରେ ଓସିଏର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଅପରପଟେ କ୍ରିକେଟ ସମୀକ୍ଷକମାନେ ଘଟଣାକୁ ନାପସନ୍ଦ କରିଛନ୍ତି । ବାରମ୍ୱାର ଓଡିଶା କ୍ରିକେଟ ଖେଳାଳିଙ୍କ ବୟସ ଜାଲିଆତି ଘଟଣା ଓଡିଶା କ୍ରିକେଟ ପାଇଁ ଶୁଭପ୍ରଦ ନୁହେଁ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅCଗ୍ରୱାଲ ।

ଆହୁରି ପଢନ୍ତୁ; ନଈ ଆର ପାରି ଗାଁ...