ଢେଙ୍କାନାଳ: ସରକାରୀ ଓ ଗୋଚର ଜମି ଜବରଦଖଲର ପ୍ରତିବାଦରେ NH-149 ଅବରୋଧ କରିଛନ୍ତି ଗ୍ରମବାସୀ। କାମାକ୍ଷାନଗର, ପର୍ଜଙ୍ଗ ଥାନା ବିରିବୋଲେଇ ଗ୍ରାମର ଜମିକୁ ସୋଲଗାଁର ବ୍ୟକ୍ତି ଜବରଦଖଲ ନେଇ ଗ୍ରାମବାସ ଅଭିଯୋଗ କରିଛନ୍ତି। ଆଉ ତାହାରି ପ୍ରତିବାଦରେ ଭେଜିଆ ଠାରେ ଜାତୀୟ ରାଜପଥକୁ ବୁଧବାର ସକାଳେ ଅବରୋଧ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ସରକାରୀ ଜମି (Govt Land) କୁ ସୋଲଗାଁର ଚେମୁ ସାହୁ ଜବରଦଖଲ କରିବା ସହ ସେଠାରେ ଗୃହ ନିର୍ମାଣ କରିଥିଲେ। ଏହାକୁ ବିରିବୋଲେଇ ଗ୍ରାମବାସୀ ବିରୋଧ କରିବା ସହିତ କିଛିଦିନ ତଳେ କାମାକ୍ଷାନଗର (Kamakhyanagar) ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ। ଏହାସହ ସହ ୭ ଦିନ ଭିତରେ ସେମାନଙ୍କ ଜମି ଫେରାଇ ଆଣିବା ପାଇିଁ ଦାବି କରିଥିଲେ। କିନ୍ତୁ ଏହାର କୈାଣସି ପ୍ରତିକାର ହେଲା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।


Also Read: ବିପର୍ଯ୍ୟୟ ମୁକାବଲାର ମାଷ୍ଟର ଓଡ଼ିଶା; ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳକୁ ଦେଉଛି ଶିକ୍ଷା


ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ବୁଧବାର ବିରିବୋଲେଇ ଗାଁର ଲୋକମାନେ ଭେଜିଆ ଶିବ ମନ୍ଦିର ନିକଟରେ ଜାତୀୟ ରାଜପଥ ୧୪୯କୁ ଅବରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଯେ, ଗ୍ରାମର ସେହି ଜମି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅଛି। ବର୍ତ୍ତମାନ ପରିସ୍ଥିତିରେ ସେଠାରେ ଗାଁର ଗାଈ ଗୋରୁ ଚରୁଛନ୍ତି। ତା ସହିତ ଗ୍ରାମ ତରଫରୁ ସେହି ଜାଗାରେ ଏକ ପାର୍କ ନିର୍ମାଣ ପାଇଁ ପଞ୍ଚାୟତକୁ ମଧ୍ୟ ପ୍ରସ୍ତାବ ଦିଆ ଯାଇଅଛି। 



ତେବେ ଏବେ ପ୍ରଶ୍ନ ଉଠୁଛି ଚେମୁ ସାହୁ ନିଜେ ସରକାରୀ ଜମି ଜବରଦଖଲ କରିଛନ୍ତି ନା ତାଙ୍କୁ ପ୍ରଶାସନ ଜବରଦଖଲ କରାଇଛି? ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ? ସବୁ ଜାଣି ପ୍ରଶାସନ କାହିଁକି ଚୁପ ଅଛି? ସେପଟେ, ସରକାରୀ ଜମି ଜବରଦଖଲ ଉଚ୍ଛେଦ ନହେବା ଯାଏ ଏମିତି ଆନ୍ଦୋଳନ ଜାରି ରହିବ ବୋଲି ବିରିବୋଲେଇ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।