Bus Accident: ପିକନିକ୍ ହେଲା କାଳ, ବ୍ରିଜ ତଳକୁ ଖସିଲା ବସ୍, ଘଟଣାସ୍ଥଳରେ ୨ ମୃତ ୩୦ ଆହତ
Bus Accident: କେନ୍ଦ୍ରାପଡା ଇଚ୍ଛାପୁରରୁ ହୀରାକୁଦ ଯାଉଥିବା ଘରୋଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ୪୫ ଜଣ ଥିଲେ। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
Bus Accident: କେନ୍ଦ୍ରାପଡା ଇଚ୍ଛାପୁରରୁ ହୀରାକୁଦ ଯାଉଥିବା ଘରୋଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ୪୫ ଜଣ ଥିଲେ। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପିକନିକ୍ କରିବା ପାଇଁ ବସଟି ୪୫ ଜଣଙ୍କୁ କେନ୍ଦ୍ରାପଡାରୁ ନେଇ ହୀରାକୁଦ ସମ୍ବଲପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଦୁଇଜଣ ହେଲେ ରେଣୁବାଳା ସ୍ବାଇଁ ଓ ବିଜୟଲକ୍ଷ୍ମୀ ଜେନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।
ସେହିପରି (ଜାନୁଆରୀ ୨୦) ଶୁକ୍ରବାର ଦିନ ବ୍ରହ୍ମପୁର କାନକଟା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଯାତ୍ରୀବାହୀ ବସ ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ବସଟି ଗଜପତି ଜିଲ୍ଲା ରାୟଗଡରୁ ଆସୁଥିବା ବେଳେ କାନକଟା ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକ ଉଦ୍ଧାର କରି ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରିଥିଲେ । ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲ ପଠଯାଇଛି। ରିପୋର୍ଟ ଅନୁସାରେ ମୃତକ ୨ ମହିଳାଙ୍କ ପରିଚୟ ମିଳିଛି । ସେମାନେ ହେଲେ ସରସ୍ୱତୀ ଶବର ଏବଂ ସୁମତି ରଇତ । ବସଟି ଗଜପତି ଜିଲ୍ଲା ରାୟଗଡରୁ ୩୦ ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ କାନକଟା ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣାଟି କେଉଁ କାରଣରୁ ଘଟିଛି ସେନେଇ ଛାନଭିନ୍ ଜାରି ରଖିଛି ।
ଏହାବି ପଢନ୍ତୁ : Rape case: ଅସହାୟ ନାବାଳିକା ଉପରେ ପଡିଲା ପାପ ନଜର, ସାହାଯ୍ୟ କରିବା ଆଳରେ ଦୁଷ୍କର୍ମ
ନିକଟରେ ଅର୍ଥାତ,ଚଳିତ ବର୍ଷ ଆରମ୍ଭରୁ ଅର୍ଥାତ୍, ଜାନୁଆରୀ ୧୯ରେ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୮ ନମ୍ବର ଜାତୀୟ ରାଜପଥର କରଡାକୋଠା ନିକଟରେ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ଅଳ୍ପକେ ଏହି ବଡ ଦୁର୍ଘଟଣାରୁ ୪୦ଜଣ ଯାତ୍ରୀ ବର୍ତ୍ତିଯାଇଥିଲେ । ସୂଚନା ଅନୁଯାୟୀ ବେଲୁନ ନାମକ ଘରୋଇ ବସ ଭୁବନେଶ୍ୱରରୁ ଉଲୁଣ୍ଡା ଆସୁଥିବା ବେଳେ ପୁରୁଣାକଟକ ଥାନା ଜାତୀୟ ରାଜପଥ କରଡ଼ାକୋଠା ଠାରେ ଭାରସାମ୍ୟ ହରାଇ ସେଫଟି ପୋଲରେ ବାଡେଇ ହୋଇ ଡ୍ରେନ ଭିତରକୁ ଖସି ପଡ଼ିଥିଲା । ଫଳରେ ୪ ଜଣ ଆହତ ହୋଇଥିବା ହୋଇଥିଲେ । ଆହତଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅନ୍ୟ ଯାତ୍ରୀମାନଙ୍କୁ ଆଉ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।