Rape case: ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ଘଟିଛି ଲଜ୍ଜ୍ୟାଜନକ ଘଟଣା । ଅସହାୟତାର ଉଠାଇଲା ଫାଇଦା । ଅସହାୟ ନାବାଳିକା ଉପରେ ପାପୀର ପଡିଲା ପାପ ନଜର । ସାହାଯ୍ୟ କରିବା ଆଳରେ କଲା କୁକର୍ମ। ଅସହାୟ ନାବାଳିକଙ୍କୁ ଜଣ ବିବାହିତ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାସହ ଘଟଣାର ଅଧିତ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ହେଲେ ଅଡବା ଥାନା ଉଲିଆପଦା ଗାଁର ସୁମନ୍ତ ସାହୁ ।
Trending Photos
Rape case: ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ଘଟିଛି ଲଜ୍ଜ୍ୟାଜନକ ଘଟଣା । ଅସହାୟତାର ଉଠାଇଲା ଫାଇଦା । ଅସହାୟ ନାବାଳିକା ଉପରେ ପାପୀର ପଡିଲା ପାପ ନଜର । ସାହାଯ୍ୟ କରିବା ଆଳରେ କଲା କୁକର୍ମ। ଅସହାୟ ନାବାଳିକଙ୍କୁ ଜଣ ବିବାହିତ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାସହ ଘଟଣାର ଅଧିତ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ହେଲେ ଅଡବା ଥାନା ଉଲିଆପଦା ଗାଁର ସୁମନ୍ତ ସାହୁ ।
ସୂଚନା ଅନୁସାରେ,ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ବସବାସ କରନ୍ତି ପୀଡିତାର ପରିବାର । ଗତ ୫ ପୂର୍ବରୁ ନାବାଳିକାର ପିତାଙ୍କର ମୁତ୍ୟୁ ହୋଇଥିଲା । ପରେ ତାଙ୍କ ପରିବାର ଅସହାୟ ହୋଇପଡିଥିଲା । ସାହାର୍ଯ୍ୟ କରିବା ଆଳରେ ସୁମନ୍ତ ପୀଡିତାଙ୍କ ଘରକୁ ଯିବା ଆସିବା କରେ । ଏପରିକି ନାବାଳିକା ମାଆ ଓ ଭାଇ ଭଉଣୀମାନଙ୍କୁ ସାହାଯ୍ୟ କରିବା ଆଳରେ ବାରମ୍ବାର ଘରକୁ ଆସୁଥିଲା । ଏବଂ ସମ୍ପର୍କ ବଢାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ନାବାଳିକାଙ୍କୁ ଏକାକୀ ପାଇ ଘରେ ଦୁଷ୍କର୍ମ କରିଥିଲା ସୁମନ୍ତ । ଏହି ଘଟଣା ସମ୍ପର୍କରେ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇଥଲେ । ଏଘଟଣା ସମ୍ପର୍କରେ ପୀଡିତାଙ୍କ ମାଆ ଜାଣିବା ପରେ ଝିଅକୁ ନେଇ ଥାନାକୁ ଯାଇଥିଲେ । ଏତଲା ଦାୟର ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସୁମନ୍ତଙ୍କୁ ଗିରଫ କରିଥିଲା। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।
ଏହାବି ପଢନ୍ତୁ : Crime News: ବନ୍ଧ୍ୟା ଦୋଷ ଦୂର କରିବା ପାଇଁ ବୋହୂ ସହ ଶାଶୁ କରୁଥିଲେ କିଛି ଏପରି କାମ, ଶୁଣିଲେ ଉଡିଯିବ ହୋସ୍
ନିକଟରେ କେନ୍ଦୁଝରଗୋହିରାବଣି ଗାଁରେ ମଧ୍ୟ ଜଣେ ମହିଳା ଗଣଦୁଷ୍କର୍ମର ଶୀକାର ହୋଇଥିଲେ। ଏହି ଗାଁକୁ ବୁଲିବାକୁ ଆସିଥିବା ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ୍ ସଂପୃକ୍ତା ମହିଳାଙ୍କ ଡାକ୍ତରୀ ମାଇନା କରାଇ ତଦନ୍ତ ଆରମ୍ଭ କରିଥିଲେ ମଧ୍ଯ ଅଭିଯୁକ୍ତ ଧରାପଡିନାହାଁନ୍ତି । ସୂଚନା ମୁତାବକ,ମହିଳାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ (Mayurbhanj District) । ତେବେ ସେ ନିଜ ମାଉସୀ ଘର ଗୋହିରାବଣୀ ବୁଲିବାକୁ ଆସିଥିଲେ । ସନ୍ଧ୍ଯାରେ ନିଜ ମାଉସୀ ପୁଅ ଭାଇ ସହ ଛକନିକଟରେ ଥିବା ଦୋକାନକୁ ଆସିଥିଲେ । ଏହି ସମୟରେ ଭାଇ ସେହି ସ୍ଥାନରୁ କୌଣସି କାମରେ ଅନ୍ଯତ୍ର ବାହାରି ଯାଇଥିଲେ । ଏତିକି ବେଳେ ଏକ ବାଇକ୍ ରେ ଆସି ଦୁଇଜଣ ଯୁବକ ମହିଳାଙ୍କୁ ଡାକି ବାଇକ୍ ବସାଇ ଘରେ ଛାଡିଦେବାକୁ କହି ନେଇଯାଇଥିଲେ । ଏକ ନିଛାଟିଆ ଆମ୍ବତୋଟା ନିକଟରେ ଉଭୟ ଯୁବକ ସଂପୃକ୍ତା ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଜଣାପଡିଛି । ତେବେ ସବୁଠାରୁ ଦୁଃଖର କଥା ହେଉଛି ଡାକ୍ତରୀ ମାଇନା (Medical Checkup)ପାଇଁ ଅଭିଯୋଗକାରିଣୀଙ୍କୁ ଏ ମେଡ଼ିକାଲରୁ ସେ ମେଡ଼ିକାଲକୁ ଯିବାକୁ ପଡ଼ିଥିଲା। ପ୍ରଥମେ ଦିନ ୧୧ଟା ବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଡାକ୍ତରୀ ମାଇନା ପାଇଁ ୪୦ କିଲୋମିଟର ଅଣାଯାଇଥିଲା। ଏହି ମାମଲା ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ ଅଧିନରେ ଆସୁନଥିବାରୁ ଶାଳଣିଆ ମେଡ଼ିକାଲକୁ ଯିବାକୁ କୁହାଯାଇଥିଲା। ସେଠାରୁ ପୋଲିସ ଶାଳଣିଆ ମେଡ଼ିକାଲକୁ ଆସିଥିଲେ ବି ମେଡ଼ିକାଲ ଅଫିସର ନଥିବାରୁ ଡାକ୍ତରୀ ମାଇନା ହୋଇପାରିନଥିଲା।