ରାୟଗଡ଼ା: ସର୍ବଭାରତୀୟ ଓ ରାଜ୍ୟ ସ୍ତରୀୟ ଗଣ ସଂଗଠନର ଆହ୍ୱାନ କ୍ରମେ ମାର୍ଚ୍ଚ ୨୮ ତାରିଖରୁ  ସଂଘଟିତ ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଏଥିରେ ଅଖିଳ ଭାରତ ବୀମା କର୍ମଚାରୀ ସଂଘର ରାୟଗଡା ବେସ୍ ୟୁନିଟର ଶତ ପ୍ରତିଶତ ସଦସ୍ୟଙ୍କ ସକ୍ରିୟ ଯୋଗଦାନ ଫଳରେ ସ୍ଥାନୀୟ କସ୍ତୁରୀ ନଗଳସ୍ଥିତ ଏଲ୍ଆଇସି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ସୋମବାର ବେସ୍ ୟୁନିଟ୍ ସଭାନେତ୍ରୀ ଆରତି ପାତ୍ର ଓ ସମ୍ପାଦକ ଆଦିତ୍ୟ ପ୍ରସାଦ ରଥ ଓ ଅନ୍ୟ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଗେଟ୍ ମିଟିଂ ଆୟୋଜିତ ହୋଇଥିଲା। ଏଥିରେ ବ୍ରହ୍ମପୁର ଡିଭିଜନ ବୀମା କର୍ମଚାରୀ ସଂଘର ଉପସଭାପତି ଏଭି ଶେଷଗିରି ଯୋଗ ଦେଇଥିଲେ। ସେ ଏହି ଧର୍ମଘଟରେ ଲାଭପ୍ରଦ ଏଲ୍ଆଇସିର ଅଂଶଧନ ବିକ୍ରି ମାଧ୍ୟମରେ ସରକାର କିଭଳି ଦେଶ ବିରୋଧୀ ପଦକ୍ଷେପ ନେଉଛନ୍ତି ବର୍ଣ୍ଣନା କରିଛନ୍ତି। ଏହା ସହ ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନୀଙ୍କ ଘରୋଇ କରଣକୁ ସଂଘର ଉପସଭାପତି ତୀବ୍ର ସମାଲୋଚନା କରିଥିଲେ। 


Also Read: କଲେଜ ପରିସରରେ ବଢ଼ିଲା କୁକୁରଙ୍କ ଉତ୍ପାତ, ପ୍ରିନ୍ସିପାଲ ନେଲେ ଏହି ପଦକ୍ଷେପ


ରାଷ୍ଟ୍ର ଓ ଜନଗଣଙ୍କ ସେବାରେ ଲାଗିଥିବା ରାଷ୍ଟ୍ରାୟତ୍ତ ଶିଳ୍ପ ଗୁଡିକର ଅଯଥା ଘରୋଇକରଣ ଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଜନ ବିରୋଧୀ ବୋଲି ସଂଘର ଉପସଭାପତି ଶେଷଗିରି କହିଛନ୍ତି। ତେବେ ଏ ନେଇ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଥିଲେ। ସମବେତ ବୀମା କର୍ମଚାରୀମାନେ ଏଜେଣ୍ଟ ଓ ପଲିସିଧାରୀଙ୍କ ସମେତ ଦେଶ ଓ ଜନଗଣଙ୍କ ଜାଗ୍ରତ ପ୍ରହରୀ ଭାବେ ସୋମବାର ଏହି ଭ୍ରାନ୍ତ ନୀତି ବିରୁଦ୍ଧରେ ଆନ୍ଦୋଳନ ରତ ବୋଲି ଅନ୍ୟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। 



ବୀମା କର୍ମଚାରୀମାନେ ଧର୍ମଘଟ ସମୟରେ ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର, କୃଷକଙ୍କୁ ଉଚିତ ମୂଲ୍ୟ ତଥା ବେଲଗାମ୍ ଦରବୃଦ୍ଧି ବନ୍ଦ କରିବା ଆଦି ବିଭିନ୍ନ ଦାବି ସମ୍ବଳିତ ସ୍ଲୋଗାନମାନ ପ୍ରଦାନ କରିଥିଲେ। ସମର୍ଥନକାରୀ କର୍ମଚାରୀଙ୍କ ସହ ଏଲଆଇସି ଉନ୍ନୟନ ଅଧିକାରୀ ସଂଘ ପକ୍ଷରୁ ଉନ୍ନୟନ ଅଧିକାରୀ ଗୋବିନ୍ଦ ପ୍ରସାଦ ରଥ, ଶାନ୍ତନୁ ଖଟେଇ ଧର୍ମଘଟରେ ସାମିଲ ହୋଇଥିଲେ। ଏଲଆଇସି ଏଜେଣ୍ଟ ସଂଘ ପକ୍ଷରୁ ପ୍ରଶାନ୍ତ ରାଉତ, ଡି ପି ବାବୁ, କଳାକାର ରାଉତ, ଟିଭିଏନଆର ଆପାରାଓ ପ୍ରମୁଖ ଏହି ଆୟୋଜନରେ ନୈତିକ ସମର୍ଥନ ପ୍ରଦାନ ପୂର୍ବକ ଯୋଗ ଦେଇଥିଲେ ।