କନ୍ଧମାଳ: ବେଧର୍ମୀଙ୍କ ଟେର୍ଗେଟରେ ହିନ୍ଦୁ ଧର୍ମ। ସୋସିଆଲ ମିଡ଼ିଆରେ ହିନ୍ଦୁ ଦେବାଦେବୀଙ୍କୁ କରାଯାଉଛି ଅପମାନ। ଏପରି କିଛି ସଙ୍ଗୀନ ଅଭିଯୋଗ ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲାର ବାଲିଗୁଡାରୁ ଆସିଛି। ଦିନେ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକୁ ନେଇ ସମ୍ପୂର୍ଣ୍ଣ ଜିଲ୍ଲା ଜଳି ଉଠିଥିଲା। ଆଉ ଏବେ ପୁଣି ଥରେ ୧୨ ବର୍ଷ ପରେ ସେଭଳି ସ୍ଥିତି ଉପୁଜାଇବାକୁ କିଛି ଅସାମାଜିକ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି।


COMMERCIAL BREAK
SCROLL TO CONTINUE READING

ହିନ୍ଦୁ ଦେବାଦବୀଙ୍କୁ ନେଇ ସୋସିଆଲ ମିଡିଆରେ ବାଲିଗୁଡା ଟାଉନର ଜୈନକ ଯୁବକ ଦେଇଥିବା ଅଶ୍ଳୀଳ ମନ୍ତବ୍ୟକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି। କନ୍ଧମାଳ ହିନ୍ଦୁ ସଙ୍ଗଠନ ପକ୍ଷରୁ ଉକ୍ତ ଯୁବକକୁ ତୁରନ୍ତ ଗିରଫ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ହୋଇଛି। ରବିବାର ସମଗ୍ର ବାଲିଗୁଡା ସହରରେ ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପୂର୍ଣ୍ଣ ସମର୍ଥନ ଥିବା ଯୋଗୁଁ ଏହା ଉଗ୍ର ରୂପ ନେବା ଆଶଙ୍କା କରାଯାଉଅଛି। 


Also Read: ସାତତାଳ ପାଣିରେ ନିଶାଫରୁଆ !


ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କଲା ଭିଳି ପୋଷ୍ଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକକୁ ତୁରନ୍ତ ଗିରଫ କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ହିନ୍ଦୁ ପୁତ୍ର ସଙ୍ଗଠନ ନେତା ସୁରେଶ କୁମାର ପତି ଚେତାବନୀ ଦେଇଛନ୍ତି। ସେପଟେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଥି ପଚରା ଉଚରା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । କିଛି ଦିନ ତଳେ ଏହିପରି ସାମ୍ପ୍ରଦାୟିକ ଘଟଣାକୁ କେନ୍ଦ୍ର କରି ବାଲିଗୁଡା ଥାନାରେ ଅଭିଯୋଗ ହୋଇଥିଲା। ଆଉ ତାହାର ୧୫ ଦିନ ମଧ୍ୟରେ ପୁଣି ଥରେ ସମାନ ଘଟମମା ଘଟିଛି।