ରାୟଗଡା: ଅଙ୍ଗନବାଡି ନିଯୁକ୍ତିରେ ଅନିୟମିତତା। ଯୋଗ୍ୟ ଆଶାୟୀ ପରିବର୍ତ୍ତେ ଚଞ୍ଚକତା କରି ଅଯୋଗ୍ୟଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ବିଷମକଟକ ବ୍ଲକର ହାଡସିଂଙ୍ଖୁଲା ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ବ୍ଲକରେ ଏକାଧିକ ସ୍ଥାନରେ ଟଙ୍କା ନେଇ ଅଧିକାରୀମାନେ ଅଯୋଗ୍ୟଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି।


COMMERCIAL BREAK
SCROLL TO CONTINUE READING

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ଅଙ୍ଗନବାଡି ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଚାଟିକଣା ପଞ୍ଚାୟତର ହାଡସିଂଙ୍ଖୁଳା ଗ୍ରାମରେ ଅଙ୍ଗନବାଡି ନିଯୁକ୍ତି ନିମନ୍ତେ ସରକାରଙ୍କ ପକ୍ଷରୁ ନୋଟିସ ଜାରି ହୋଇଥିଲା। ଆଉ ସମସ୍ତଙ୍କ ପରି ଉକ୍ତ ଗ୍ରାମର ଦମୟନ୍ତୀ ମାଉସିକା ମଧ୍ୟ ଏହି ପଦବୀ ନିମନ୍ତେ ଆବେଦନ କରିଥିଲେ। କିନ୍ତୁ ନିଯୁକ୍ତି ମିଳିନଥିଲା। ଏହାପରେ ବ୍ଲକ ଶିଶୁ ବିକାଶ ଅଧିକାରୀ ସୁଶିଳା ଶବରଙ୍କ ନିଥିପତ୍ର ଯାଞ୍ଚ କରିଥିଲେ। ଯେଉଁଠି ପ୍ରଶାସନର କାଳାକାରନାମାର ପର୍ଦ୍ଦାଫାସ ହୋଇଥିଲା।


Also Read: ୧୫ ବର୍ଷ ପରେ ଫେରିଲା ପୁଅକୁ ପର କରିଦେଲା ପରିବାର


ଦମୟନ୍ତୀ ୭୪% ମାର୍କ ରଖିଛନ୍ତି, ସମସ୍ତ ଅବେଦନକାରୀଙ୍କ ଠାରୁ ତାଙ୍କର ନାମ ଆଗରେ ରହିଥିଲା। କିନ୍ତୁ ସେ ଯୋଗ୍ୟ ସତ୍ତ୍ୱେ ୪୦% ମାର୍କ ରଖିଥିବା ଶାନ୍ତି ଶ୍ରାମ୍ବୁକାଙ୍କୁ ହାଡସିଂଙ୍ଖୁଳା ଗ୍ରାମରେ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ସିଡିପିଓ କର୍ମଚାରୀ ନିଯୁକ୍ତି ପାଇଥିବା ଶାନ୍ତି ଶ୍ରାମ୍ବୁକାଙ୍କ ଠାରୁ ଏକ ଲକ୍ଷ ୪୦ ହାଜର ଟଙ୍କା ଲାଞ୍ଚ ନେଇ ତଞ୍ଚକତା କରିଥିବା ଦମୟନ୍ତୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସେ ଉପ-ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସୁଫଳ ମିଳିନଥିବା ଦମୟନ୍ତୀ କହିଛନ୍ତି।



ସେହିପରି ବିଷମକଟକ ବ୍ଲକର ମୋଟ ୧୫ଟି ଅଙ୍ଗନବାଡି କେନ୍ଦ୍ରରେ ନିଯୁକ୍ତି ନିମନ୍ତେ ସରକାରଙ୍କ ପକ୍ଷରୁ ନୋଟିସ ଜାରି ହୋଇଥିଲା। ହେଲେ ଗନ୍ଧିଲି, ହାଟମୁନିଗୁଡା, ରାଶୀକୋଲା, ସିକାମପଦର ଓ ହାଡସିଂଙ୍ଖୁଲା ଗ୍ରାମରେ ଅଙ୍ଗନବାଡି ନିଯୁକ୍ତି ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଅବେଦନକାରୀମାନେ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହାପରେ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ସିଡିପିଓ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସ୍ଥଗିତ ରଖିବା ପରିବର୍ତ୍ତେ ଅଯୋଗ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି। ଯାହାକୁ ନେଇ ଅବେଦନକାରୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି।


Also Read: ଅଡୁଆରେ ଆଦିତ୍ୟ ଆଲୁମିନା; କମ୍ପାନୀ ରଖିଲାନି ପ୍ରତିଶ୍ରୁତି, ଜନତା ଚଳାଇଛନ୍ତି ଆନ୍ଦୋଳନ ପ୍ରସ୍ତୁତ


ଏନେଇ ଆମ ଜୀ ମିଡିଆ ପ୍ରତିନିଧି, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଯାଜ୍ଞସିନୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ନକରି କିଭିଳି ତଦନ୍ତ ଚାଲିଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଜିଲ୍ଲାରେ ଏଭଳି ଅନେକ ଅଭିଯୋଗ ରହିଥିବା ବେଳେ ଏସବୁ ଅଭିଯୋଗରୁ କେବେ ପରଦା ହଟିବ ନା ଚୋରା ଚୋର ମାଉସୀ ଭାଇ ଭଳି ମାମଲା ଦବିଯିବ ଏବେ ତାକୁ ହିଁ ସମାସ୍ତଙ୍କ ଅପେକ୍ଷା ରହିଛି।