ଅଡୁଆରେ ଆଦିତ୍ୟ ଆଲୁମିନା; କମ୍ପାନୀ ରଖିଲାନି ପ୍ରତିଶ୍ରୁତି, ଜନତା ଚଳାଇଛନ୍ତି ଆନ୍ଦୋଳନ ପ୍ରସ୍ତୁତି
Advertisement
Article Detail0/zeeodisha/odisha1026515

ଅଡୁଆରେ ଆଦିତ୍ୟ ଆଲୁମିନା; କମ୍ପାନୀ ରଖିଲାନି ପ୍ରତିଶ୍ରୁତି, ଜନତା ଚଳାଇଛନ୍ତି ଆନ୍ଦୋଳନ ପ୍ରସ୍ତୁତି

ସମ୍ବଲପୁର (Sambalpur)  ରେଙ୍ଗାଲି ବ୍ଲକ ଲପଙ୍ଗାସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ଆଗରେ ଫେରାଦ ହୋଇଛନ୍ତି। ପ୍ରତିଶ୍ରୁତି ମୁତାବକ ଆଦିତ୍ୟ ଆଲୁମିନା କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ।

ଫାଇଲ ଫଟୋ

ସମ୍ବଲପୁର: ଅଡୁଆରେ ଆଦିତ୍ୟ ଆଲୁମିନା। ଆଗକୁ ହୋଇପାରେ ଜନ ଆନ୍ଦୋଳନ। ଦାବି ପୂରଣ ନହେଲେ ଆସନ୍ତା ୨୪ରୁ ଆଦିତ୍ୟ ଆଲୁମିନା ବିରୋଧରେ ଆନ୍ଦୋଳନ ହେବ। ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ସଙ୍ଘର କର୍ମକର୍ତ୍ତାମାନେ ଏଭଳି ଧମକ ଦେଇଛନ୍ତି। 

ସମ୍ବଲପୁର (Sambalpur)  ରେଙ୍ଗାଲି ବ୍ଲକ ଲପଙ୍ଗାସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ବିରୁଦ୍ଧରେ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ଆଗରେ ଫେରାଦ ହୋଇଛନ୍ତି। ପ୍ରତିଶ୍ରୁତି ମୁତାବକ ଆଦିତ୍ୟ ଆଲୁମିନା କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ। ଏହି ଅଭିଯୋଗ ନେଇ ଶନିବାର ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘର ସଦସ୍ୟମାନେ ଜିଲ୍ଲା ପ୍ରଶାସନକୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। ଆସନ୍ତା ୨୪ ଭିତରେ ଦାବି ପୂରଣ ନହେଲେ ଆଦିତ୍ୟ ଆଲୁମିନା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। 

Also Read: ଭକ୍ତଙ୍କ ପାଇଁ ଅସୁରକ୍ଷିତ ଶ୍ରୀମନ୍ଦିର! ଡାକ୍ତରଙ୍କ ବେକରୁ ସୁନା ଚେନ୍ ଲୁଟ୍ ଅଭିଯୋଗ

ଲାପଙ୍ଗାସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ପ୍ରତିଶ୍ରୁତି ମୁତାବକ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ। ୨୦୧୩ରେ ହୋଇଥିବା ଏକ ତ୍ରିପାକ୍ଷିକ ବୈଠକରେ କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବ ବୋଲି ସ୍ଥିର ହୋଇଥିଲା। ତେବେ କମ୍ପାନୀ କେବଳ ନିଜର ଠିକା ସଂସ୍ଥା ଗୁଡ଼ିକରେ ଯୁବକ ଯୁବତୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦେଉଥିବା ବେଳେ କାହାରିକୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ ବୋଲି ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଙ୍ଘର ସଦସ୍ୟ ପ୍ରମୋଦ ପ୍ରଧାନ ଓ ସୁବାସ ଚନ୍ଦ୍ର ବିଶ୍ଵାଳ ଅଭିଯୋଗ କରିଛନ୍ତି। 

fallback

ଏହାସହ କମ୍ପାନୀ (Aditya Alumina) ପ୍ରତିଷ୍ଠା ସମୟରେ ବିସ୍ଥାପିତ ଲୋକଙ୍କୁ ଜମି ପଟ୍ଟା ମିଳିନଥିବା ସହ ସେମାନଙ୍କ ବିକାଶ କମ୍ପାନୀ ଠିକ ଭାବେ କରୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସ୍ଥାନୀୟ ଲୋକେ ବିସ୍ଥାପିତ ହୋଇ କେବଳ ପ୍ରଦୂଷଣର ଧୂଆଁ ପାଇଛନ୍ତି ବୋଲି ସଂଘ ଅଭିଯୋଗ କରିଛି। ଆସନ୍ତା ୨୪ ତାରିଖ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।