ବୈଦ୍ଧ: ମନରେଗାରେ ମହାଘୋଟାଲା। କାମ ଆରମ୍ଭ ନ ହେବା ପୂର୍ବରୁ ଖାତାକୁ ଟଙ୍କା ଗଲା। ମେସିନ ମାରୁଛି ଶ୍ରମିକଙ୍କ ପେଟରେ ଲାତ। ଦିନଦ୍ୱିପ୍ରହରରେ ଶ୍ରମିକ ବଦଳରେ କାମ କରୁଛି ମେସିନ। ଅଭିଯୋଗ ପରେ ଏମ.ସିଙ୍କ ଅଜବ ଯୁ୍କ୍ତି କରୁଛନ୍ତି। କହୁଛନ୍ତି, କାମ ନକରି କାହା ପାଖକୁ ମନରେଗା ଟଙ୍କା ଯାଇନି। ବୌଦ୍ଧ ଜିଲ୍ଲାର ନୂଆ ପଂଚାୟତ କରଞ୍ଜକଟା ଅଞ୍ଚଳରୁ ମନରେଗାରେ ମହାଘୋଟାଲାର ଅଭିଯୋଗ ଆସିଛି।


COMMERCIAL BREAK
SCROLL TO CONTINUE READING

ରାସ୍ତା କାମରେ ଜଣେ ବି ଶ୍ରମିକ ଲାଗି ନାହାନ୍ତି। ମେସିନ ସାହାଯ୍ୟରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା କାମ ଚାଲିଛି। ଶ୍ରମିକଙ୍କ ପେଟକୁ ଦାନା ଯୋଗାଇ ଆସୁଥିବା ମନରେଗା କାମରେ ଦିନଦ୍ୱିପ୍ରହରରେ ମେସିନ ଲଗାଇ ସିଧାସଳକ ଶ୍ରମିକଙ୍କ ପେଟକୁ ଲାତ ମାରୁଛି ପ୍ରଶାସନ। ଏ ହେଉଛି କରଞ୍ଜକଟା ଗ୍ରାମପଂଚାୟତର ପୁର୍ତ୍ତ ରାସ୍ତା ଠାରୁ ସୋରିଷପଙ୍ଖାଳ ରାସ୍ତା ନିର୍ମାଣର ଦୃଶ୍ୟ।


Also Read: ବିଫଳ ହେଲା ପ୍ରୟାସ; ଗଛ ବଦଳରେ ମାଟିରେ ଠିଆ ହୋଇଛି ଶୁଖିଲା କାଠ ଗଣ୍ଡି


୨୦୧୮-୧୯ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ରାସ୍ତାର ଉନ୍ନତିକରଣ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ତେବେ ୪ ବର୍ଷ ପରେ କାମ ଆରମ୍ଭ ହୋଇଥିବାବେଳେ କାମରେ ଶ୍ରମିକଙ୍କୁ କରାଯାଇ ମେସିନ ସାହାଯ୍ୟରେ କାମ ଚାଲିଛି। ଏପଟେ ଶ୍ରମିକ କାମ କରିଥିବା ଦର୍ଶାଇ ୯୮ ହଜାର ୪୦ ଟଙ୍କା ମଷ୍ଟରରୋଲ ଜରିଆରେ ପେମେଟଂ ହୋଇଥିବା ସାମ୍ନାକୁ ଆସିଛି ।



ଆଜକୁ ୧୦ ବର୍ଷ ହେଲା ପୁର୍ତ୍ତ ରାସ୍ତା ଠାରୁ ଗୋଧିପଡା ରାସ୍ତାରେ ମାଟି କି ମୋରମ ଝୁଡିଏ ବି ପଡିନାହିଁ। ଏଭଳି ଅଭିଯୋଗ ଖୋଦ ଗୋଧିପଡା ଗ୍ରାମବାସୀ ଆଣିଛନ୍ତି। ରାସ୍ତାର ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ମେସିନ ସାହାଯ୍ୟରେ ରାସ୍ତା କଡରେ ଥିବା ଘାସ ସଫା କରି ଶ୍ରମିକ କାମକରାଯାଇଥିବା ଦର୍ଶାଇ ୧ ଲକ୍ଷ ୮ ହଜାର ୩୪୦ ଟଙ୍କା ବିଲ ହୋଇଛି। 


Also Read: ଖାଉଟିଙ୍କୁ ମିଳିଲା ନ୍ୟାୟ; ୫ ଟଙ୍କା ନେଇ ୭ ହଜାର ଗଣିବେ ମଲ୍ ମାଲିକ


କେବଳ ସୋରିଷପଙ୍ଖାଳ କି ଗୋଧିପଡା ରାସ୍ତା ନୁହଁ କରଞ୍ଜକଟା ପଂଚାୟତରେ ମଧ୍ୟ ମନରେଗା ଯୋଜନାରେ ମେସିନ ଲଗାଇ କୋଟିକୋଟି ଟଙ୍କା ଲୁଟ ହେଉଛି। ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କ ଜାଣତରେ ସବୁ କାମ ହେଉଥିବା ଜଣାପଡିଛି। ଅଭିଯୋଗ ପରେ ତଦନ୍ତ ପାଇଁ ଆସିଥିବା ଅଧିକାରୀଙ୍କ ଆଜବ ଯୁକ୍ତି ବାଢିଥିବା ଅଭିଯୋଗକରୀ ବୃନ୍ଦାବନ ବେହେରା କହିଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ କିଛି ଜାଣିନାହିଁ, ଏବେ ଏହାର ତଦନ୍ତ କରାଯିବ ବୋଲି ଘଟଣା ସମ୍ପର୍କରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା କହିଛନ୍ତି।



ଅନ୍ୟପଟେ କରଞ୍ଜକଟା ଗ୍ରାମପଂଚାୟତରେ ମନରେଗା ଯୋଜନାରେ ହୋଇଥିବା ମହାଘୋଟାଲାରେ ତଳସ୍ତରରୁ ଯେ ଉପର ମହଲ ପର୍ଯ୍ୟନ୍ତ ସମସ୍ତଙ୍କର ହାତ ରହିଛି। ତେଣୁ ଏହାର ପରଦା ପଛରେ ଥିବା ହାତକୁ ଖୋଜି ବାହାର କିରାବା ପାଇଁ ଘଟଣାର ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।