ଖାଉଟିଙ୍କୁ ମିଳିଲା ନ୍ୟାୟ; ୫ ଟଙ୍କା ନେଇ ୭ ହଜାର ଗଣିବେ ମଲ୍ ମାଲିକ
Advertisement

ଖାଉଟିଙ୍କୁ ମିଳିଲା ନ୍ୟାୟ; ୫ ଟଙ୍କା ନେଇ ୭ ହଜାର ଗଣିବେ ମଲ୍ ମାଲିକ

 ବିଲ ଦେଲା ସମୟରେ ମଲ କର୍ମଚାରୀ ତାଙ୍କୁ କୌଣସି ପ୍ରକାର କ୍ୟାରିବ୍ୟାଗ ଦେଇନଥିଲେ। ହେଲେ ଗ୍ରାହକ ଦାବି କରିବାରୁ କ୍ୟାରିବ୍ୟାଗ ଦେଲେ ୫ଟଙ୍କା ଲାଗିବ ବୋଲି କର୍ମଚାରୀମାନେ କହିଥିଲେ।

ଡିଜାଇନ ଫଟୋ

ସମ୍ବଲପୁର: ଖାଉଟିଙ୍କୁ ମିଳିଲା ନ୍ୟାୟ। ୫ ଟଙ୍କା ନେଇ ୭ ହଜାର ଟଙ୍କା ଗଣିବେ ମଲ୍ ମାଲିକ। ଏଭଳି ଏକ ଘଟଣା ସମ୍ବଲପୁରରେ ଘଟିଛି। ଗ୍ରାହକଙ୍କ ଠାରୁ କ୍ୟାରିବ୍ୟାଗ ପାଇଁ ବେଆଇନ ଭାବେ ୫ ଟଙ୍କା ନେଇଥିବାରୁ ସପିଂ ମଲକୁ ଖାଉଟି ଅଦାଲତ ୭ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। 

ଜୈନେକ ଖାଉଟି ଗତ ୨୦୧୯ ମସିହାରେ ସମ୍ବଲପୁର (Sambalpur) ର ବଜାର ଇଣ୍ଡିଆ ମଲରୁ କିଛି ସାମଗ୍ରୀ କିଣିଥିଲେ। ସାମଗ୍ରୀ କିଣିବା ପରେ ସାମଗ୍ରୀକୁ ନେବା ପାଇଁ ବ୍ୟାଗ ମାଗିଥିଲେ। କିନ୍ତୁ ମଲ କର୍ମଚାରୀ ତାଙ୍କୁ ବ୍ୟାଗ ବାବଦକୁ କିଛି ଅର୍ଥ ମାଗିବା ସହିତ ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ଏନେଇ ସଂପୃକ୍ତ ଖାଉଟି ସମ୍ବଲପୁର ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଖାଉଟି ଅଦାଲତ ଗ୍ରାହକଙ୍କ ଅଭିଯୋଗକୁ ଗ୍ରହଣ କରିବା ସହିତ ବଜ଼ାର ଇଣ୍ଡିଆକୁ ଖାଉଟି ଅଦାଲତ ରେ ଦଣ୍ଡିତ କରିଛନ୍ତି। 

Also Read: 'ଧାନ କ୍ୱିଣ୍ଟାଲକୁ ୩୦୦ ଟଙ୍କାରେ ମାଗୁଛନ୍ତି ସରକାରୀ ଦଲାଲ'

ଗୋପାଳ ଲାଲ ନାମକ ଜଣେ ଗ୍ରାହକ (Customer)  ମଲକୁ ଯାଇ କିଛି ସାମଗ୍ରୀ କିଣିଥିଲେ। ବିଲ ଦେଲା ସମୟରେ ମଲ କର୍ମଚାରୀ ତାଙ୍କୁ କୌଣସି ପ୍ରକାର କ୍ୟାରିବ୍ୟାଗ ଦେଇନଥିଲେ। ହେଲେ ଗ୍ରାହକ ଦାବି କରିବାରୁ କ୍ୟାରିବ୍ୟାଗ ଦେଲେ ୫ଟଙ୍କା ଲାଗିବ ବୋଲି କର୍ମଚାରୀମାନେ କହିଥିଲେ। ଏନେଇ ଗୋପାଳ ଏବଂ ମଲ କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ବଚସା ହୋଇଥିଲା। ଶେଷରେ ଗୋପାଳ ୫ ଟଙ୍କା ଦେଇ କେରି ବ୍ୟାଗ ନେଇଥିଲେ। 

ପରବର୍ତ୍ତୀ ସମୟରେ ଗୋପାଳ ଖାଉଟି ଅଦାଲତ (Consumer Court) ରେ ଏନେଇ ମାମଲା ଦାୟର କରିଥିଲେ। ଅଦାଲତ ଘଟଣା ସମ୍ପର୍କରେ ତାଙ୍କ ରାୟ ଆବେଦନକାରୀଙ୍କ ସପକ୍ଷରେ ପ୍ରକାଶ କରିଥିଲେ ଏବଂ ବଜ଼ାର ଇଣ୍ଡିଆକୁ ୭ ହଜ଼ାର ଟଙ୍କାର କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ମାସ ମଧ୍ୟରେ କ୍ଷତିପୂରଣ ନଦେଲେ କ୍ଷତିପୂରଣ ରାଶି ସହ ୯% ପ୍ରତିଶତ ସୁଧ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।