କନ୍ଧମାଳ: ଜାତୀୟ ରାଜପଥ ନିର୍ମାଣ କିମ୍ବା ପ୍ରଶସ୍ତିକରଣ ଲାଗି ବିଭିନ୍ନ ସମୟରେ ହଜାର ହଜାର ସଂଖ୍ୟକ ମୂଲ୍ୟବାନ ଗଛ କଟାଯାଇଥାଏ। ଯାହା ଫଳରେ ପରିବେଶ ନଷ୍ଟ ହେବା ସହ ଜଙ୍ଗଲ କ୍ଷୟ ମଧ୍ୟ ହେଉଥାଏ। ହେଲେ ବନ ବିଭାଗ ପକ୍ଷରୁ ଅଭିନବ ଯୋଜନା କାର୍ଯ୍ୟକାରୀ କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟରେ ମୂଲ୍ୟବାନ ଗଛକୁ ନକାଟି ଅନ୍ୟତ୍ର ସ୍ଥାନାନ୍ତରଣ କରି ତାକୁ ପୁନଃ ପ୍ରତିରୋପଣ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ଯାହାଦ୍ୱାରା ମୂଲ୍ୟବାନ ଗଛ ନଷ୍ଟ ନହେବା ସହ ଜଙ୍ଗଲ କ୍ଷୟକୁ ରୋକାଯାଇ ପାରିବ। ହେଲେ ବିଭାଗୀୟ ଅବହେଳା କାରଣରୁ ପ୍ରତିରୋପଣ କରାଯାଇଥିବା ମୂଲ୍ୟବାନ ଗଛ (Tree Transplantation) ଶୁଖିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କନ୍ଧମାଳ (Kandhamal) ଜିଲ୍ଲାର ବାଲିଗୁଡା ବନାଞ୍ଚଳରେ (Baliguda Forest Range) ଦେଖିବାକୁ ମିଳିଛି ଏଭଳି ଘଟଣା। 


Also Read: ଏଣିକି ସୁବିଧାରେ ମିଳିବ ଲଘୁଜାତ ଦ୍ରବ୍ୟ; ଉପକୃତ ହେବେ ଗ୍ରାମାଞ୍ଚଳ ଲୋକେ


ଆଜକୁ ୨ ବର୍ଷ ତଳେ ଦାରିଙ୍ଗବାଡି (Daringbadi) ଠାରୁ ବାଲିଗୁଡା (Balioguda) ଅଞ୍ଚଳ ଦେଇ ତୁମୁଡିବନ୍ଧ (Tumidibandh) ପର୍ଯ୍ୟନ୍ତ ୫୯ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ (Highway Extension Works) ହେଉଥିବାରୁ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା ମୂଲ୍ୟବାନ ଗଛକୁ କାଟିବାକୁ ଯୋଜନା କରାଯାଇଥିଲା। ଯାହା ଦ୍ୱାରା ପରିବେଶ ନଷ୍ଟ ହେବା ସହ ଜଙ୍ଗଲ କ୍ଷୟ (Deforestation) ମଧ୍ୟ ହୋଇଥାନ୍ତା। ହେଲେ ତତ୍କାଳୀନ ବାଲିଗୁଡା ବନାଞ୍ଚଳ ଅଧିକାରୀ (Baliguda Forest Officer) ସେହି ସମୟରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିଲେ। ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା ହଜର ହଜର ମୂଲ୍ୟବାନ ଗଛକୁ ନକାଟି ତାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଥିଲା। ଯାହାଦ୍ୱାରା ମୂଲ୍ୟବାନ ଗଛ ନଷ୍ଟ ନହେବା ସହ ଜଙ୍ଗଲ ଧ୍ୱଂସ ହେବ ନାହିଁ ବୋଲି ଆଶା କରାଯାଉଥିଲା।


ଯଦିଓ ବାଲିଗୁଡା ବନ ବିଭାଗ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଥିବା ଗଛର ପୁନଃ ପ୍ରତିରୋପଣ କରାଯାଇଥିଲା ହେଲେ ଏହାର ଯତ୍ନ ନିଆଯାଇ ପାରିନଥିଲା କିମ୍ବା ଏହାକୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରାଯାଇ ପାରିନଥିଲା। ଯାହା ଫଳରେ  ବନାଞ୍ଚଳ ଅଧିକାରୀଙ୍କ ଏତେ ବଡ଼ ପ୍ରୟାସ ଅସଫଳ ହେବା ମୂଲ୍ୟବାନ ଗଛ ସବୁ ଶୁଖିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯାହାକୁ ନେଇ ପ୍ରକୃତିପ୍ରେମୀଙ୍କ ସମେତ ବୁଦ୍ଧିଜୀବୀ ଏପରିକି ଜନସାଧରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 


ଏ ଘଟଣାରେ ମତ ରଖି ବାଲିଗୁଡା ବନାଞ୍ଚଳ ଅଧିକାରୀ ବିଶ୍ୱନାଥ ନୀଳନବର କହିଛନ୍ତି ଗଛ ପ୍ରତିରୋପଣ କାର୍ଯ୍ୟରେ ୬୧ ପ୍ରତିଶତ ସଫଳତା ହାସଲ କରିଛୁ। ହେଲେ ଯେଉଁସବୁ ଗଛ ନଷ୍ଟ ହୋଇଛି ତାହା ପଛରେ କାରଣ କ'ଣ ରହିଛି ସେ ନେଇ ତଦନ୍ତ କରାଯାଇଛି। ଗଛ ପ୍ରତିରୋପଣ ସମୟରେ ଯେଉଁସବୁ ଭୁଲ ହୋଇଥିଲା ତାକୁ ଆଗାମୀ ଦିନରେ ସୁଧାରିବା ସହ ବିଭାଗ ପକ୍ଷରୁ ଅଧିକରୁ ଅଧିକ ଗଛ ପ୍ରତିରୋପଣ କରି ସଫଳତା ମଧ୍ୟ ହାସଲ କରିବୁ। 


Also Read: ପତ୍ରରେ ହୋଇଛନ୍ତି ସଜେଇ; Viral ହେଉଛନ୍ତି Leaf Girl


ବନ ବିଭାଗର ପ୍ରଥମ ପ୍ରୟାସ କେବଳ ଯେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଆନ୍ତରିକତା ଅଭାବ କାରଣରୁ ଆଜି ହଜାର ହଜାର ସଂଖ୍ୟକ ମୂଲ୍ୟବାନ ଗଛ ସବୁ ନଷ୍ଟ ହୋଇଛି। କେବଳ ସେତିକି ତାହା ଏହି କାର୍ଯ୍ୟକରିବା ସରକାରୀ ରାଜକୋଷରୁ ଯେଉଁ ଟଙ୍କା ଖର୍ଚ୍ଚ କରାଯାଇଛି ତାହାର କୌଣସି ମୂଲ୍ୟ ମିଳିନାହିଁ। ଆଉ ଏବେ ମାଟି ଉପରେ କେବଳ ଶୁଖିଲା କାଠ ଗଣ୍ଡି ଠିଆହୋଇଥିବା ବେଳେ ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଯଦି ଆଗାମୀ ଦିନରେ ଗଛ ପୁନଃପ୍ରତିରୋପଣ କରାଯାଏ ଏହା କେତେ ଫଳପ୍ରଦ ହେବ ତାହା ସମୟ କହିବ।