ଏଣିକି ସୁବିଧାରେ ମିଳିବ ଲଘୁଜାତ ଦ୍ରବ୍ୟ; ଉପକୃତ ହେବେ ଗ୍ରାମାଞ୍ଚଳ ଲୋକେ
Advertisement
Article Detail0/zeeodisha/odisha889277

ଏଣିକି ସୁବିଧାରେ ମିଳିବ ଲଘୁଜାତ ଦ୍ରବ୍ୟ; ଉପକୃତ ହେବେ ଗ୍ରାମାଞ୍ଚଳ ଲୋକେ

ଫୁଲବାଣୀ ବନଖଣ୍ଡ ପକ୍ଷରୁ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ରର ଉଦଘାଟନ କରାଯାଇଛି।

ଏଣିକି ସୁବିଧାରେ ମିଳିବ ଲଘୁଜାତ ଦ୍ରବ୍ୟ; ଉପକୃତ ହେବେ ଗ୍ରାମାଞ୍ଚଳ ଲୋକେ

କନ୍ଧମାଳ: ଫୁଲବାଣୀ ବନଖଣ୍ଡ ପକ୍ଷରୁ ସ୍ଥାନୀୟ ବନବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଫୁଲବାଣୀ  ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ। ଜିଲ୍ଲାରେ ଉତ୍ପାଦନ ହେଉଥିବା ଫୁଲ ଝାଡୁ, ମହୁ, ଝୁଣା, ଖଲି ପତ୍ର, ଆଦି ବିଭିନ୍ନ ବନ୍ୟଜାତ ଦ୍ରବ୍ୟକୁ ଏହି କେନ୍ଦ୍ରରେ ବିକ୍ରି କରାଯିବା। 

ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଦ୍ଵାରା ଜଙ୍ଗଲରୁ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଗ୍ରାମାଞ୍ଚଳର ଆଦିବାସୀ ମହିଳା ଏଣିକି ଉପଯୁକ୍ତ ମୂଲ୍ୟ ପାଇବେ ବୋଲି କହିଛନ୍ତି ଡିଏଫଓ। ପୂର୍ବରୁ ସେମାନେ ସେମାନଙ୍କ ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟକୁ କମ ଦରରେ ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ। ବର୍ତ୍ତମାନ ମହିଳା ସ୍ଵୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ସରକାରଙ୍କ ଧାର୍ଯ୍ୟ ମୁଲ୍ୟରେ ଲଘୁବନ ଜାତ ଦ୍ରବ୍ୟ କ୍ରୟ କରିବେ। ଯାହା ଫଳରେ ସେମାନେ ଉପଯୁକ୍ତ ମୁଲ୍ୟ ପାଇବେ ଆଉ ସେମାନଙ୍କର ସାମାଜିକ ଅର୍ଥନୈତିକ ଉନ୍ନତି ଘଟିବ। 

Also Read: ପହଞ୍ଚି ପାରିନାହିଁ ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ରର ଉଦଘାଟନୀ ଉତ୍ସବରେ ଫୁଲବାଣୀ ଡିଏଫଓ ବେହେରାଙ୍କ ସମେତ ଫରେଷ୍ଟ ଏଏସିଏଫ, ରେଞ୍ଜର ସଚିଦାନନ୍ଦ ସେଠୀ, 'ପାହାଡ' ସ୍ବେଚ୍ଛାସେବୀ ସଙ୍ଗଠନର ମୁଖ୍ୟ ପରିଚାଳକ ପଞ୍ଚାନନ ମିଶ୍ରଙ୍କ ସମେତ ବିଭାଗୀୟ କର୍ମଚାରୀ, ସ୍ଵୟଂସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ। ଏଠାରେ ଏକ ଲଘୁ ବନଜାତ ବିକ୍ରୟକେନ୍ଦ୍ର ଖୋଲିବା ପାଇଁ ବହୁ ପୂର୍ବରୁ ଦାବି ହୋଇ ଆସୁଥଲେ ମଧ୍ୟ ଖୋଲାଯାଇ ପାରିନଥିଲା। ହେଲେ ଫୁଲବାଣୀ ଡିଏଫଓ ଲକ୍ଷ୍ମୀନାରାୟଣ ବେହେରାଙ୍କ ବ୍ୟକ୍ତିଗତ ଉଦ୍ୟମ ଏବଂ ଆନ୍ତରିକତା କାରଣରୁ ଫୁଲବାଣୀ ଡିଭିଜନ ଅଧିନରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଖୋଲାଯାଇ ପାରିଛି।