କନ୍ଧମାଳ: ବୁଲଡୋଜରକୁ ନେଇ ବର୍ତ୍ତମାନ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। ଦିଲ୍ଲୀରେ ଜବରଦଖଲ ହେଉ ଅବା ୟୁପି, ମଧ୍ୟପ୍ରଦେଶରେ ଅସାମାଜିକ ତଥା ଅପରାଧୀଙ୍କ ସାବାଡ କରିବା ପାଇଁ ସ୍ଥାନୀୟ ପ୍ରଶାସନ ବୁଲଡୋଜରର ସହାୟତା ନେଇଛି। ବୁଲଡୋଜର ଲଗାଇ ସେଠାରେ ଉଚ୍ଛେଦ କିମ୍ବା ଅପରାଧିଙ୍କ ଘର ଭଙ୍ଗାଯାଉଛି। କିନ୍ତୁ ବୁଧବାର କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ସାଧାରଣ ଲୋକ ବୁଲଡୋଜର ସାହାର୍ଯ୍ୟରେ ସରକାରୀ ସ୍କୁଲର ପାଚେରୀ ଭାଙ୍ଗିଛନ୍ତି। ତେବେ ଏହି ପାଚେରୀ ଭଙ୍ଗା ସମୟରେ ସେଠାରେ କୌଣସି ରାଜସ୍ୱ ଅଧିକାରୀ ଉପସ୍ଥିତ ନ ଥିଲେ।


COMMERCIAL BREAK
SCROLL TO CONTINUE READING

ବୁଧବାର ସକାଳୁ ସକାଳୁ ବାଲିଗୁଡା ସହରରେ ସରକାରୀ ଶିକ୍ଷା ଅନୁଷ୍ଠାନର ନୁଆସାହି ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟର ପାଚେରୀକୁ ଲିଙ୍ଗରାଜ ଦାସ ନାମକ ବ୍ୟକ୍ତି ଜେସିବି ଲଗାଇ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛନ୍ତି। ସ୍କୁଲରେ ୧୦୦ ଶଯ୍ୟା ବିଶିଷ୍ଟ କସ୍ତୁରବା ଗାନ୍ଧୀ ଛାତ୍ରାବାସ ରହିଛି। ସ୍କୁଲ ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଏବେ ବାଲିଗୁଡା ସହରରେ ଆଲୋଚନାର ବିଷୟ ପାଲଟିଛି। ଯେତେବେଳେ ଲିଙ୍ଗରାଜ, ସରକାରୀ ଶିକ୍ଷାନୁଷ୍ଠାନର ପାଚେରୀକୁ ଜେସିବି ଲଗାଇ ଭାଙ୍ଗୁଥିଲେ ସେତେବେଳେ ପୋଲିସ ଉପସ୍ଥିତ ରହିଥିଲା। କିନ୍ତୁ ଜମି ଓଥରିଟି ବାଲିଗୁଡା ତହସିଲଦାର, ଆରଆଇ କିମ୍ବା ଅମିନ ଭଳି ରାଜସ୍ୱ ଅଧିକାରୀ ଅନୁପସ୍ଥିତ ଥିଲେ।


Also Read: ଗଛ ଲଗାଇ ପାଗଳ ସାଜିଥିବା ବ୍ୟକ୍ତିଙ୍କୁ ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ


ପୋଲିସର କହିବାନୁସାରେ, ବହୁଦିନ ହେଲା ବାଲିଗୁଡା ସିଭିଲ କୋର୍ଟରେ ଏହି ଜମି ବାବଦଜର ବିଚାର ଚାଲୁଛିଲା। କିଛି ଦିନ ପୁର୍ବେ ଲିଙ୍ଗରାଜ ଦାସ ସପକ୍ଷରେ କୋର୍ଟ ରାୟ ଦେଇଥିଲେ। ବାଲିଗୁଡା ପୋଲିସକୁ ମଧ୍ୟରେ କୋର୍ଟ ପକ୍ଷରୁ ଚିଠି କରାଯାଇଛି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଯହେଲା ଯେତେବେଳେ,ଜମିବାଡ଼ି ବିବାଦ ଉପରେ  କୋର୍ଟଙ୍କ ରାୟ ଆସେ ତେବେ ସେହି ଅଞ୍ଚଳର ତହସିଲଦାରଙ୍କ ପାଖକୁ ମଧ୍ୟ ଚିଠି ହୁଏ। ଆଉ ନିଜେ ତହସିଲଦାର ଉପସ୍ଥିତ ରହି ସ୍ଥାନୀୟ ପୋଲିସର ସହଯୋଗରେ ଉକ୍ତ ଜମିର ଉଚ୍ଛେଦ ପକ୍ରିୟା କରିଥାନ୍ତି।



ବାଲିଗୁଡା ଘଟଣାରେ କିନ୍ତୁ ପୋଲିସ ଉପସ୍ଥିତ ରହିଥିବା ବେଳେ ତହସିଲଦାର ଅନପସ୍ଥିତ ଥିଲେ। ଆଉ ଜମିର ମାଲିକ ବୋଲାଉ ଥିବା ଲିଙ୍ଗରାଜ ଦାସ ନିଜେ ଜସିବି ଲଗାଇ ସ୍କୁଲ ପାଚେରୀ ଭାଙ୍ଗିବା କେତେଦୂର ଯୁକ୍ତିଯୁକ୍ତ? ସ୍କୁଲରେ ଶତାଧିକ ବାଳିକା ପାଠ ପଢୁଥିବା ବେଳେ, ସେଠାରେ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଅଛି। ଏଭଳି ପରିସ୍ଥିତିରେ ଏହି ଅନୁଷ୍ଠାନର ରହୁଥିବା ଅନ୍ତେବାସୀଙ୍କୁ କିଭଳି ସୁରକ୍ଷା ଦିଆଯିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।