ଗଛ ଲଗାଇ ପାଗଳ ସାଜିଥିବା ବ୍ୟକ୍ତିଙ୍କୁ ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ
Advertisement
Article Detail0/zeeodisha/odisha1166638

ଗଛ ଲଗାଇ ପାଗଳ ସାଜିଥିବା ବ୍ୟକ୍ତିଙ୍କୁ ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ

ପରିବେଶ ପାଇଁ ଚିନ୍ତା କରି ବୃକ୍ଷ ରୋପଣ କରୁଥିବା ରାଜେନ୍ଦ୍ରଙ୍କୁ ଗଛ ଲଗାଇବା ପାଇଁ ୨୦୧୭ରେ ଜରିମାନା ଦେବାକୁ ପଡ଼ିଥିଲା । ସରକାରୀ ଭୂମିରେ କାହିଁକି ଗଛ ଲଗାଉଛ ବୋଲି ପ୍ରଶ୍ନ କରି ସ୍ଥାନୀୟ ଆଳି ତହସିଲ ପ୍ରଶାସନ ରାଜେନ୍ଦ୍ରଙ୍କ ଠାରୁ ଆର୍ଥିକ ଜୋରିମାନା ଆଦାୟ କରିଥିଲେ । ଯାହାର ରସିଦ ମଧ୍ୟ ପାଖରେ ଧରି ଅଛି । କିନ୍ତୁ ରାଜେନ୍ଦ୍ରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନାହିଁ କି କୌଣସି ପ୍ରୋତ୍ସାହନ କରାଯାଇଛି । 

ଗଛ ଲଗାଇ ପାଗଳ ସାଜିଥିବା ବ୍ୟକ୍ତିଙ୍କୁ ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ

କେନ୍ଦ୍ରାପଡା: ବିଶ୍ଵର ଉଷ୍ଣତା ବୃଦ୍ଧି ଓ ଗ୍ଲୋବାଲ ୱାର୍ମିଂ ଆଜି ସମଗ୍ର ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଗ୍ଲୋବାଲ ୱାର୍ମିଂ ଓ ପରିବେଶ ସନ୍ତୁଳନକୁ ରକ୍ଷା କରିବା ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ (Tree Planting) ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି । କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ସେପଟେ ସରକାରଙ୍କ ସାହାଯ୍ୟ ବିନା ନିଜ ଟଙ୍କା ଖର୍ଚ୍ଚ କରି ଗଛ ଲଗାଉଥିବା ଲୋକଙ୍କ ସଂଖ୍ୟା ବହୁତ କମ୍ ରହିଛି । ଏପରି ଜଣେ ମଣିଷ ହେଉଛନ୍ତି ରାଜେନ୍ଦ୍ର, ଯିଏ ନିଜ ଘରର ଶିଶୁଟିକୁ ପାଳିବା ପରି ଗଛକୁ ଭଲ ପାଆନ୍ତି । ଏଥି ପାଇଁ ତାଙ୍କୁ ଲୋକମାନେ ଗଛ ମଣିଷ ବୋଲି କହନ୍ତି ।

ରାଜେନ୍ଦ୍ର ପାଖରେ ସମ୍ବଳ ଓ ସଞ୍ଚୟ କହିଲେ କିଛି ନାହିଁ । କିନ୍ତୁ କେବଳ ଗୋଟିଏ ନିଶା କେମିତି ଅଧିକରୁ ଅଧିକ ଗଛ ଲଗାଇବେ । କେନ୍ଦ୍ରାପଡ଼ା (Kendrapara) ର ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତ ମାଳପାଟଣା ଗାଁର ରାଜେନ୍ଦ୍ର ଲେଙ୍କା (Rajendra Lenka) ଓରଫ ଟେରୁ ବେଶଭୁଷାରୁ ପାଗଳ ଭଳି ଦିଶୁଥାଏ । କିନ୍ତୁ ତାଙ୍କର ପେଶା ହେଉଛି ମୂଲ ଲାଗିବା ଆଉ ଚାଷ କରିବା । କିନ୍ତୁ ନିଶା ଯୋଗୁଁ ସେ ଆଜି ହତାଶ ହୋଇପଡିଛନ୍ତି ଓ ଏ ନିଶା କୌଣସି ମାଦକ ଦ୍ରବ୍ୟର ନୁହେଁ ଏ ହେଉଛି ଗଛ ଲଗାଇବା (Tree Planting) ର ନିଶା । ୨୦୧୨ ମସିହାରୁ ରାଜେନ୍ଦ୍ର ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଗଛ ଲଗାଇଛନ୍ତି ଓ ସୃଷ୍ଟି କରିଛନ୍ତି ଜଙ୍ଗଲ ।

ସେ ଛୋଟ ଗଛ ଲଗାଇ ଏହାର ରକ୍ଷଣାବେକ୍ଷଣ କରନ୍ତି । ସେ ଗଛ ଲଗାଇବା ସମୟରେ ଗଛରେ ପାଣି ଦେବା ଓ ମୂଳରେ ମାଟି ଦେବା ପାଇଁ ଗୋଟିଏ ପୋଖରୀ ମଧ୍ୟ ଖୋଲିଛନ୍ତି । ରାଜେନ୍ଦ୍ର କହିଛନ୍ତି ଯେ, ଗୋଟିଏ ମଣିଷ ପାଇଁ ଗୋଟିଏ ଗଛର ଆବଶ୍ୟକତା ରହିଛି ଓ ଗଛ ଲଗାଇବା ଦ୍ୱାରା ଅମ୍ଳଜାନର ଅଭାବ ରହେନାହିଁ । ଏହାସହ ଗଛ ଲଗାଇବା ଦ୍ୱାରା ଶିବ ଲୋକରେ ସ୍ଥାନ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ସେ ଗଛ ଲଗାଉଥିବା କହିଛନ୍ତି ।

ଏହା ବି ପଢ଼ନ୍ତୁ:-ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ବୈଠକରେ କାନ୍ଦିବାକୁ ଲାଗିଲେ କମ୍ପାନୀର ପଲିସି ହେଡ୍

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ ଅଭିଯୋଗରେ ୱେବ୍ ମିଡିଆ ପ୍ରତିନିଧି ଗିରଫ

ପରିବେଶ ପାଇଁ ଚିନ୍ତା କରି ବୃକ୍ଷ ରୋପଣ କରୁଥିବା ରାଜେନ୍ଦ୍ରଙ୍କୁ ଗଛ ଲଗାଇବା ପାଇଁ ୨୦୧୭ରେ ଜରିମାନା ଦେବାକୁ ପଡ଼ିଥିଲା । ସରକାରୀ ଭୂମିରେ କାହିଁକି ଗଛ ଲଗାଉଛ ବୋଲି ପ୍ରଶ୍ନ କରି ସ୍ଥାନୀୟ ଆଳି ତହସିଲ ପ୍ରଶାସନ ରାଜେନ୍ଦ୍ରଙ୍କ ଠାରୁ ଆର୍ଥିକ ଜୋରିମାନା ଆଦାୟ କରିଥିଲେ । ଯାହାର ରସିଦ ମଧ୍ୟ ପାଖରେ ଧରି ଅଛି । କିନ୍ତୁ ରାଜେନ୍ଦ୍ରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନାହିଁ କି କୌଣସି ପ୍ରୋତ୍ସାହନ କରାଯାଇ ନାହିଁ । ସେପଟେ ଅଞ୍ଚଳବାସୀ ରାଜେନ୍ଦ୍ରଙ୍କ ଏହି କାର୍ଯ୍ୟର ଖୁବ୍ ପ୍ରଶଂସା କରୁଛି ।