ଚିତ ରଞ୍ଜନ ନାୟକ ,କନ୍ଧମାଳ: ବାଲିଗୁଡା ଉପଜିଲ୍ଲାପାଳଙ୍କ ମହାନତା। ଅଞ୍ଚଳରେ ସଟଡାଉନ ରହିଥିବା ବେଳେ ହଠାତ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ନିଜ ହାତରେ ଉଠାଇ ମେଡିକାଲ ପହଞ୍ଚାଇ ଜନସାଧାରଣଙ୍କ ମନକୁ ଜିତିପାରିଛନ୍ତି ବାଲିଗୁଡା ଉପଜିଲ୍ଲାପାଳ IAS ଶୁଭଙ୍କର ମହାପାତ୍ର।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ ଗତକାଲି ବାଲିଗୁଡା (Baliguda) ଫୁଲବାଣୀ ରାସ୍ତା ଗୋଇବନ୍ଧା ପାଶ୍ୱରେ ଏକ ସଡକ ଦୁର୍ଘଟଣା (Road accident) ହୋଇଥିଲା। ଅଞ୍ଚଳରେ ସଟଡାଉନ (Shutdown) ପାଇଁ ଜନସାଧାରଣ ଆହତଙ୍କୁ ଉଠାଇ ମେଡିକାଲକୁ ଯିବା ପାଇଁ ଭୟ କରିଥିଲେ। ଅନ୍ୟ ପାଶ୍ୱରେ ଆମ୍ବୁଲାନ୍ସ ଅନ୍ୟ ଜଣେ ରୋଗୀକୁ ନେଇ ଯାଇଥିଲା।


Also Read: ଗ୍ରୀଷ୍ମର ପ୍ରକୋପ ସହ ବଢୁଛି ଜଳକଷ୍ଟ; ଦକ୍ଷତା ଅଭାବରୁ ଅଚଳ ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ


 


କିନ୍ତୁ IAS ଶୁଭଙ୍କର ମହାପାତ୍ର (Baliguda sub collector) ନିଜର ଗାଡି ଅଟକାଇ ଆହତଙ୍କୁ ନିଜେ ଉଠାଇ ନିଜ ଗାଡିରେ ରଖିଥିଲେ। ପରେ ସେ ସେମାନଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ। ଉପଜିଲ୍ଲାପାଳଙ୍କ ଏହି ମାନବିକତାକୁ ଖୁବ ପ୍ରଶଂସା କରାଯାଉଛି। ସେପଟେ ଠିକଣା ସମୟରେ ଆହତଙ୍କୁ ହସ୍ପିଟାଲ ପହଞ୍ଚାଇନଥିଲେ ସେମାନଙ୍କ ଜୀବନ ଯିବାର ଆଶଙ୍କା ଥିଲା।