Bhubaneswar to Jeypore air service, ଭୁବନେଶ୍ୱର: ବସ ଭଡା ଠାରୁ ମଧ୍ୟ ଶସ୍ତାରେ କରିହେବ ବିମାନ ଯାତ୍ରା। ଏହି କଥାଟି ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ସତ। ଆସନ୍ତା ୩୧ ତାରିଖରୁ ଜୟପୁର-ଭୁବନେଶ୍ୱର ଓ ଭୁବନେଶ୍ୱର-ଜୟପୁରକୁ ବିମାନ ସେବା ଆରମ୍ଭ ହେଉଛି। ଆଉ ଏହାର ଟିକଟ ମାତ୍ର ୯୯୯ ଟଙ୍କା ରଖାଯାଇଛି। ଇଣ୍ଡିଆ ୱାନ୍ ଏୟାର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।  


COMMERCIAL BREAK
SCROLL TO CONTINUE READING

ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ସୀମାନ୍ତ ଛତିଶଗଡ ଓ ତେଲେଙ୍ଗାନାବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି। କାରଣ ଅକ୍ଟୋବର ୩୧ ତାରିଖରୁ ଜୟପୁର-ଭୁବନେଶ୍ୱର ଓ ଭୁବନେଶ୍ୱର-ଜୟପୁରକୁ ବିମାନ ସେବା ଆରମ୍ଭ ହେଉଛି। ଆଉ ଏହାର ଟିକଟ ଦାମ ମାତ୍ର ୯୯୯ ଟଙ୍କା ରଖାଯାଇଛି, ଯାହା ବସ ଭଡା ଠାରୁ ମଧ୍ୟ କମ। ତବେ ସୀମିତ ସମୟ ପାଇଁ ଏହି ଅଫର ଅଛି। ଶୁକ୍ରବାର ଟ୍ୱିଟ କରି India One Air ପକ୍ଷରୁ ସୂଚନା ଦିଆଯାଇଛି। 


Also Read: Super Cyclone 1999: ମହାବତ୍ୟାକୁ ୨୩ ବର୍ଷ, ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର


India One Air ଟ୍ୱିଟ କରି କହିଛି ଯେ, ଅକ୍ଟୋବର ୩୧ ତାରିଖରେ କମ୍ପାନୀ ଭୁବନେଶ୍ୱର-ଜୟପୁରକୁ ବିମାନ ସେବା ଉଦଘାଟନ କରିବ। http://indiaoneair.com ୱେବସାଇଟରେ ଟିକଟ ବୁକିଂ ଆରମ୍ଭ ହୋଇଯାଇଛି। ସୀମିତ ସମୟ ପାଇଁ ଟିକଟ ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି। କେବଳ ପ୍ରଥମ ଉଡାଣର ଉତ୍ସବ ପାଇଁ ଏହି ମୂଲ୍ୟ ଧାର୍ଯ୍ୟ କରାଯାଇଛି। India One Air ପକ୍ଷରୁ ରାତ୍ରି ୧୨ଟା ୫୪ରେ ଏଭଳି ଟ୍ୱିଟ କରାଯାଇଥିଲା। ଯାହା ପରେ ଅଭିଭକ୍ତ କୋରାପୁଟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।



ତେବେ ଏହାର କିଛି ମୁହୂର୍ତ୍ତ ମଧ୍ୟରେ India One Air ଆଉ ଏକ ଟ୍ୱିଟ କରିଥିଲା, ଯାହା ଲୋକଙ୍କ ଖୁସିରେ ପାଣି ମିଶାଇ ଦେଇଥିଲା। କାରଣ କମ୍ପାନୀ କରିଥିଲା ଯେ, ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଟିକଟ ବୁକିଂ ସୀମା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କିଛି ଘଣ୍ଟା ମଧ୍ୟରେ ସମସ୍ତ ସିଟ୍ ଫୁଲ୍ ହୋଇଯାଇଛି। ଯେଉଁମାନେ ଟିକଟ ବୁକ କରିପାରି ନାହାନ୍ତି ସେମାନଙ୍କୁ India One Air କ୍ଷମା ମାଗିବ ସହ, ଏଥିରେ ଖୁବଶୀଘ୍ର ସହାଯ୍ୟ କରାଯିବ ବୋଲି କହିଛି।


Also Read: Satabhaya High School: ଦୁର୍ବଳ ହେଲାଣି ବିଦ୍ୟାଳୟର ମେରୁଦଣ୍ଡ, ସ୍ଥିତି ସୁଧାରିବ କିଏ


ଅନ୍ୟପଟେ indiaoneair.com ୱେବସାଇଟକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି। କାରଣ କମ୍ପାନୀ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ବିମାନ ଟିକଟ ବୁକ ହେବ ବୋଲି କହିଛି। କିନ୍ତୁ ୱେବସାଇଟରେ ସେହି ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର-ଜୟପୁର କିମ୍ବା ଜୟପୁର-ଭୁବନେଶ୍ୱର କିମ୍ବା ଉଭୟ ସହରରୁ ଭିଶାଖାପାଟନମକୁ କୌଣସି ଟିକଟ ବୁକ୍ ହୋଇନାହିଁ। ଅନ୍ୟପଟେ India One Airର ଅନଭେରିଭାଏଡ୍ ଟ୍ୱିଟର ଆକାଉଣ୍ଟ @IndiaoneA ର ସତ୍ୟାତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। @IndiaoneAକୁ କୋରାପୁଟ ଜିଲ୍ଲାପାଳ ଓ ରାଜ୍ୟ ପରିବହନ ବିଭାଗ ସହ ମାତ୍ର ୫୧୨ ଜଣ ଫଲୋ କରୁଛନ୍ତି। 


ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେବ ଜୟପୁରରୁ ଭୁବନେଶ୍ୱରକୁ ବିମାନ ସେବା  ପାଇଁ ଦାବି ହେଇ ଆସୁଛି। ଉଡାନ ଯୋଜନା ମଧ୍ୟରେ ରାଜ୍ୟ ରାଜଧାନୀ ସହ ଉପାନ୍ତ ଅଞ୍ଚଳକୁ ଯୋଡିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜୟପୁରରୁ ଭୁବନେଶ୍ୱରକୁ ବସ ଭଡା ୧୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଟ୍ରେନର ଦ୍ୱିତୀୟ ଶ୍ରେଣୀ ଏସିର ଟିକଟ ୧୫୫୦ ଟଙ୍କା ରହିଛି। ଉଭୟ ବସ ଓ ଟ୍ରେନରେ ଭୁବନେଶ୍ୱରରୁ ଜୟପୁରକୁ ୧୨ରୁ ୧୪ ଘଣ୍ଟା ସମୟ ଲାଗୁଛି। କିନ୍ତୁ ବିମାନ ସେବା ଆରମ୍ଭ ହେଲେ ଲୋକେ ସହଜରେ ମାତ୍ର ୨ ଘଣ୍ଟା ମଧ୍ୟରେ କୋରାପୁଟରୁ ଭୁବନେଶ୍ୱରରେ ପହଞ୍ଚି ପାରିବେ ବୋଲି କୁହାଯାଉଛି।