(ପୁରୀ,ସଞ୍ଜୟ ମହାପାତ୍ର) Puri News: ବଲିଉଡ଼ର ଭେଟେରାନ ଅଭିନେତ୍ରୀ ଜୟପ୍ରଦା (Bollywood Actress Jaya Prada)ପୁରୀ (Puri) ଆସି ମହାପ୍ରଭୁଙ୍କୁ ( lord jagannath ) ଦର୍ଶନ କରିଚନ୍ତି। ତାଙ୍କ ପୁଅ ସମ୍ରାଟ୍ ଙ୍କ ସହ ଜୟପ୍ରଦା (Jaya Prada) ପୁରୀ ଆସି ମହାପ୍ରଭୁଙ୍କ( lord jagannath ) ଆଶୀର୍ବାଦ ନେଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ ପରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସହ ବେଢ଼ା ଭିତରେ ଥିବା ମାଆ ବିମଳା,ମାଆ ଲକ୍ଷ୍ମୀଙ୍କ ମନ୍ଦିର ସମେତ ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ଦର୍ଶନ କରିବା ଶହ ପୂଜାର୍ଚ୍ଚନା କରିଛନ୍ତି। ତେବେ ପବିତ୍ର ରାମ ନବମୀ ରେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ  ବେଶ୍ ଖୁସି ଥିବା କହିଛନ୍ତି। ସମସ୍ତଙ୍କ ମଙ୍ଗଳ କାମନା କରି ମହାପ୍ରଭୁଙ୍କୁ( lord jagannath )  ପ୍ରାର୍ଥନା କରିଥିବା ସେ କହିଥିଲେ। 


COMMERCIAL BREAK
SCROLL TO CONTINUE READING

ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ସବୁ ମନୋସ୍କାମନା ପୂର୍ଣ୍ଣ ହୁଏ। ଏଣୁ ତାଙ୍କର ବି ମନୋସ୍କାମନା ପୂରଣ ହେବ ବୋଲି ତାଙ୍କର ଦୃଢ଼ ଆଶା ଥିବା କହିଛନ୍ତି। ତାଙ୍କର ଆଗାମୀ ଲକ୍ଷ୍ୟ କ'ଣ ରହିଛି ବୋଲି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ସେ କହିଥିଲେ ମହାପ୍ରଭୁଙ୍କ ଯାହା ନିର୍ଦ୍ଦେଶ ଥିବା ତାହା ହିଁ ହେବ। ଜୟପ୍ରଦା ଶ୍ରୀ ମନ୍ଦିର ସିଂହ ଦ୍ଵାର ନିକଟରେ ପହଞ୍ଚିବା ପରେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ସ୍ଵାଗତ କରିଥିଲେ। ପରେ ସେ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ବାଇସି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। 


 



Also Read : Rath Yatra 2023: ରଥଯାତ୍ରା ନିମନ୍ତେ ବସିଲା ପ୍ରସ୍ତୁତି ବୈଠକ, ବିଭାଗୀୟ ଅଧିକାରୀଙ୍କୁ ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ ନେଇ ନିର୍ଦ୍ଦେଶ


Also Read : Puri News: ଶ୍ରୀମନ୍ଦିରର ଶାଢ଼ୀବନ୍ଧା ପରମ୍ପରା କେବେଠୁ ଆରମ୍ଭ ହୋଇଛି? ଜାଣନ୍ତୁ ଏହି ରିପୋର୍ଟରୁ...


ତେବେ ମହାପ୍ରଭୁଙ୍କୁ ଦର୍ଶନ କରିବା ଅବସରରେ ସେବାୟତ ମାନେ ଜୟପ୍ରଦା ମହାପ୍ରଭୁଙ୍କ ଲାଗି ହୋଇ ଥିବା ଖଣ୍ଡୁଆ ସହିତ ମହାପ୍ରସାଦ ପ୍ରଦାନ କରିଥଲେ। ଓଡ଼ିଶା ଗସ୍ତରେ ଥିବା ଜୟପ୍ରଦା ଗତକାଲି(ଗୁରୁବାର) କଟକ ଯାଇ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିଥିଲେ। ସେ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ସେ ଜୀବନରେ ଅନେକ ସଫଳତା ପାଇଥିବା ବେଳେ ଓଡ଼ିଶା ଆସି ଥିବାରୁ ସେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କୁ ନିଶ୍ଚିତ ଦର୍ଶନ କରିବାକୁ ଯିବେ ବୋଲି କହିଥିଲେ। ଆଜି ସେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । 


Also Read : Weather Update: ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ନେଇ ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି


Also Read : Sambalpur Accident: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଅକାଳରେ ଚାଲିଗଲା ୬ ଜୀବନ


Also Read : Crime News In Odisha: ଅପହରଣ ପରେ ଟଙ୍କା ପାଇଁ ବ୍ୟବସାୟୀଙ୍କ ପୁଅକୁ ମାରିଦେଲେ ପଡ଼ୋଶୀ !