ବିଶୃଙ୍ଖଳିତ ନେତାଙ୍କୁ କାରଣ ଦର୍ଶାଅ ଜାରିକଲା ବିଜେଡି
Advertisement
Article Detail0/zeeodisha/odisha2452984

ବିଶୃଙ୍ଖଳିତ ନେତାଙ୍କୁ କାରଣ ଦର୍ଶାଅ ଜାରିକଲା ବିଜେଡି

ରାଜଧାନୀର ୪ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଜୁ ଜନତା ଦଳ। ବହୁତ ଦିନ ହେଲା ଏହି ନେତାମାନେ ଅସନ୍ତୁଷ୍ଟ ରହି କିଛି ନେତାଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଏହାକୁ ଦଳ ଭିତରେ ବିଶୃଙ୍ଖଳା ବୋଲି ଅଭିହିତ କରି ଦଳର ଭୁବନେଶ୍ୱର ସଭାପତି  ସୁଶାନ୍ତ ରାଉତ ଜବାବ ମାଗିଛନ୍ତି। 

ବିଶୃଙ୍ଖଳିତ ନେତାଙ୍କୁ କାରଣ ଦର୍ଶାଅ ଜାରିକଲା ବିଜେଡି

ଭୁବନେଶ୍ୱର: ରାଜଧାନୀର ୪ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଜୁ ଜନତା ଦଳ। ବହୁତ ଦିନ ହେଲା ଏହି ନେତାମାନେ ଅସନ୍ତୁଷ୍ଟ ରହି କିଛି ନେତାଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଏହାକୁ ଦଳ ଭିତରେ ବିଶୃଙ୍ଖଳା ବୋଲି ଅଭିହିତ କରି ଦଳର ଭୁବନେଶ୍ୱର ସଭାପତି  ସୁଶାନ୍ତ ରାଉତ ଜବାବ ମାଗିଛନ୍ତି। 

ଏହି ୪ ନେତାଙ୍କ ଭିତରେ ରହିଛନ୍ତି ୨ ଜଣ କର୍ପୋରେଟର। ସେମାନେ ହେଲେ ୪୫ ନମ୍ବରଓ୍ୱାର୍ଡ କର୍ପୋରେଟର ଅମରେଶ ଜେନା ଏବଂ ୫୯ ନମ୍ବର ଓ୍ୱାର୍ଡ କା୍ପୋରେଟର ବିରଞ୍ଚି ମହାସୁପକାର। ଅନ୍ୟ ଦୁଇଜଣ ହେଉଛନ୍ତି ବିଜୁ ଯୁବ ଜନତା ଦଳର ସଦସ୍ୟ ରାଜେଶ ପାତ୍ର ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବିବେକ ସ୍ୱାଇଁ। 

ଏସମସ୍ତଙ୍କୁ ପୃଥକ ପୃଥକ ଚିଠିରେ ଶ୍ରୀ ରାଉତ କହିଛନ୍ତି, ଦଳର ସଭାପତିଙ୍କ ନିର୍ଦ୍ଦେଶରେ ଏହି ନୋଟିସ ଜାରି କରାଯାିଛି। ଏଥିରେ ୧୫ ଦିନ ଭିତରେ ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଭିତ୍ତିକରି ତାଙ୍କ ବିରୁଦ୍ଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନନିଆଯିବ ସେ ସମ୍ପର୍କରେ ଜଣାଇବାକୁ କୁହାଯାଇଛି। 

ସବୁଠାରୁ ବଡ଼ କଥା ହେଲେ ଯେଉଁ ପ୍ରସଙ୍ଗରେ ଏମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବା ଏମାନେ ପାର୍ଟିର ଶୃଙ୍ଖଳା କ୍ଷୁର୍ଣ୍ଣ କରିଛନ୍ତି ବୋଲି ଅଭିଯୋଗ କରାଯାଇଛି ସେ ପ୍ରସଙ୍ଗ ବାବଦରେ ଚିଠି ନିରବ ରହିଛି। 

ଗତ କିଛିଦିନ ହେଲା ଭୁବନେଶ୍ୱର ମହାନଗର ନିଗମରେ ଏମାନଙ୍କ ଗୋଷ୍ଠୀ ବେଶ୍‍ ଚଳ ଚଞ୍ଚଳ ହୋଇଛନ୍ତି। ବିଭିନ୍ନ କ୍ଷେତ୍ରରେ ଏମାନେ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରଶ୍ନ ଉଠାଇଛନ୍ତି। ଏହି ଦୁଇ କର୍ପୋରେଟରଙ୍କ ସପକ୍ଷରେ ବିଏମ୍‍ସିର ଅନେକ କର୍ପୋରେଟର ରହିଛନ୍ତି।

Also Read- Video: କୋଏଲ୍ ବାନାର୍ଜୀଙ୍କୁ ନେଇ ପୁଣି ମୁହଁ ଖୋଲିଲେ ଅଭିନେତା ବବି ମିଶ୍ର