Sambalpur Accident: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଅକାଳରେ ଚାଲିଗଲା ୬ ଜୀବନ
Advertisement
Article Detail0/zeeodisha/odisha1633506

Sambalpur Accident: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଅକାଳରେ ଚାଲିଗଲା ୬ ଜୀବନ

Sambalpur Accident:  ମୃତ୍ୟୁ ଏମିତି ବି ଆସେ । ଖୁସି ହୋଇ ବିବାହ ଭୋଜିରୁ ଫେରୁଥିବା ବେଳେ ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ କେନାଲକୁ ଖସିପଡ଼ିଲା ବରଯାତ୍ରୀ ଗାଡ଼ି । ଅକାଳରେ ଚାଲିଯାଇଛି ୬ ଜୀବନ । 

ସୌ(ସୋସିଆଲ ମିଡିଆ)

Sambalpur Accident: ସମ୍ବଲପୁର(Sambalpur) ଜିଲ୍ଲା ଶାସନ କେନାଲ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କେନାଲକୁ ଏକ ବରଯାତ୍ରୀ ଗାଡ଼ି ଖସିପଡ଼ିବାକୁ ଅକାଳରେ ଚାଲିଯାଇଛି ୬ ଜୀବନ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା(Accident) ଘଟିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବରଯାତ୍ରୀ ଗାଡ଼ିଟି ଭାରସାମ୍ୟ ହରାଇ ଶାସନ କେନାଲୁ ଖସି ପଡ଼ିବାରୁ ପାଣିରେ ବୁଡ଼ି ୬ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଜଣେ ନିଖୋଜ ଥିବା ନେଇ ସୂଚନା ମିଳିଛି । ତେବେ ଆହତ ୨ ଜଣଙ୍କୁ ଉଦ୍ଧାର କରାଯାଇ ତାଙ୍କ ଚିକିତ୍ସା ଜାରି ରହିଛି । ପ୍ରକାଶଥାଉ କି, କିଛି ଲୋକେ ବରଯାତ୍ରୀ ଭାବେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଝାରସୁଗୁଡ଼ାରୁ( Jharsuguda) ସମ୍ବଲପୁରର ପାରମାଣପୁରକୁ ଆସିଥିଲେ । ତେବେ ବିବାହ ଭୋଜି ପରେ ଘରକୁ ଫେରୁଥିବା ବାଟରେ ଗତ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଶାସନ କେନାଲ(Canal) ନିକଟରେ ଗାଡ଼ଟି ଭାରସାମ୍ୟ ହରାଇ କେନାଲ ମଧ୍ଯକୁ ଖସି ପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ଛଅ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ( Six Dead) ଘଟିଥିଲା । ମୃତକ ହେଲେ ଅଜିତ ଖମରି, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବ୍ରତ ଭୋଇ ଓ ରମାକାନ୍ତ ଭୁୟାଁ । ସେପଟେ ଦୁର୍ଘଟଣା ପରେ ଶାସନ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି କେନାଲରୁ ବୋଲେରୋ ଗାଡ଼ି ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ସେହିପରି ନୟାଗଡ଼ ଓଡ଼ଗାଁରେ( Nayagarh odagaon) ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାମ ନବମୀ ଯାତ୍ରା ଦେଖି ଫେରୁଥିବା ବେଳେ କୋମଣ୍ତ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ଥିବା ଏକ ବର ଗଛ ସହ ବାଇକ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ୩ ଜଣଙ୍କ ମୃତ୍ଯୁ ହୋଇଛି । ସୂଚନା ଅନୁଯାୟୀ, ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ବରପୁର ଗ୍ରାମ ସ୍କୁଲ ସାହିର ମାଧବ ପ୍ରଧାନ, କେଦାର ପ୍ରଧାନ ଓ ସୂର୍ଯ୍ୟକାନ୍ତ ପ୍ରଧାନ ରାମ ନବମୀ ଯାତ୍ରା(Ram navami) ଦେଖିବା ଲାଗି ରାତି ୮ଟାରେ ଘରୁ ବାହାରି ଥିଲେ । ଯାତ୍ରା ଦେଖି ବିଳମ୍ବିତ ରାତିରେ ବାଇକ ଯୋଗେ ଘରକୁ ଫେରିବା ସମୟରେ ପଥରା ବୃଦ୍ଧାଶ୍ରମ ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଏକ ବରଗଛକୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ୩ ଜଣ ଗୁରୁତରଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଗୁରୁତର ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା( Nayagarh ) ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ମାଧବ ପ୍ରଧାନ  ଓ କେଦାର ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ ।