Keonjhar News In Odia : ଘଟଗାଁ ରାଣୀ(ghatgaon)  ମାଆ ତାରିଣୀ (maa tarini) । ମନ୍ଦାର ନଡିଆ ଯାହାଙ୍କ ପ୍ରିୟ । ମାଆ ଘଟଗାଁ ( ghatgaon) ତାରଣୀଙ୍କ ଅନେକ ଗୁଡିଏ ପର୍ବ ମଧ୍ୟରୁ ଚଇତି ପର୍ବ ଅନ୍ୟତମ (chaiti festival of maa tarini) । ଏ-ବର୍ଷର ଚଇତି ପର୍ବ (chaiti festival) ଆଜିଠାରୁ ଆରମ୍ଭ ହୋଇଛି ।  ମାଜଣା, ସୁନାବେଶ, ଷୋଡଶ ଉପଚାର ପୂଜା, ମଙ୍ଗଳ ଆରତି, ହୋମଯଜ୍ଞ, ନାମ ସଙ୍କୀର୍ତନରେ କମ୍ପୁଛି ଘଟଗାଁ ପୀଠ । ଏଥିପାଇଁ ଘଟଗାଁରେ ତାରିଣୀଙ୍କ ପୀଠରେ ଭିଡ ବଢିବାରେ ଲାଗିଛି। ଚଇତି ପର୍ବ ଦିନ ମା ତାରିଣୀଙ୍କ ଆବିର୍ଭାବ ହୋଇଥିଲା ବୋଲି କୁହାଯାଏ । ଏ-ହି ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ଆଜିଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ପାଳନ କରାଯାଇଥାଏ ।


COMMERCIAL BREAK
SCROLL TO CONTINUE READING

ଏଣୁ ଏହି ପବିତ୍ର ଦିନଟିରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ଅଛି । ତେଣୁ ଏହି ଦିନରେ ମା’ଙ୍କ ଦର୍ଶନ ଲାଗି ଦୁର ଦୁରାନ୍ତରୁ ଭକ୍ତ ମାନଙ୍କର ସୁଅ ଘଟଗାଁ ମା ତାରିଣୀଙ୍କ ପିଠକୁ ଛୁଟିଥାଏ । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବୀ ମା ତାରିଣୀଙ୍କ ଘଟଗାଁ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ (chaiti festival)। ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଅବସରରେ ଦିର୍ଘ ୮୭ ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି । ବାର୍ଷିକ ଉତ୍ସବ ଅବସରରେ ମା’ ଙ୍କର ପବିତ୍ର ସୁନା ବେଶ (Suna Besa)ଆୟୋଜିତ ହୋଇଥାଏ।



Also Read : Salman Khan Net Worth: କୋଟି କୋଟି ଟଙ୍କାରେ ଖେଳନ୍ତି ଭାଇଜାନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ହେଉଛନ୍ତି ସଲମାନ?


Also Read : Noodles: ନୁଡୁଲ୍ସ ଖାଉଥିଲେ ସାବଧାନ୍, ଜୀବନ ନେଇଯିବ ଏହି ଖାଦ୍ୟ!


ଏହି ଅବସରରେ ମା’ଙ୍କର ସୁନା ବେଶ (Suna Besa) ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଇତି ପର୍ବ ଅବସରରେ ମଗଣାରେ ୭ ଦିନ ଧରି ଅନ୍ନ ପ୍ରସାଦ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ବହୁ ସଂଖ୍ୟକ ଭକ୍ତଙ୍କର ଆଗମଙ୍କୁ ଦେଖି ଟ୍ରାଫିକ ବ୍ୟବସ୍ଥା,ସୁରକ୍ଷା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଚଇତି ପର୍ବ ଅବସରରେ ଭଜନ ସମାରୋହ, ପାଲା, ପୁରାତନ ଲୋକନୃତ୍ୟ, ପାଇକ ଆଖଡା, ସମ୍ବଲପୁରୀ ନାଚ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । 


ଚଇତି ପର୍ବ :


ଚଇତି ପର୍ବ ଘଟଗାଁ ତାରିଣୀ ବେଢ଼ାରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହି ସମୟରେ ମାଜଣା, ଷୋଡ଼ଷ ଉପଚାର, ମଙ୍ଗଳ ଆଳତି ଓ ବଡ଼ସଂହାର ପରେ ତାରିଣୀଙ୍କ ସୁନାବେଶ ହୋଇଥାଏ । ଭୋର ୫ରୁ ୬ ଘଟିକା ଯାଏ ଚଇତି ପହଡ଼ ଖୋଲିଥାଏ । ପହଡ଼ ଖୋଲିଲେ ଭକ୍ତମାନେ ଧାଡ଼ି କରି ଦର୍ଶନ ପାଇଁ ଯାଇଥାନ୍ତି । ୨୦୧୬ ମସିହାରେ ଏପ୍ରିଲ ୯ ତାରିଖରେ ଏହି ପର୍ବ ପାଳନ ବେଳେ ୩୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଏଥି ପୂର୍ବରୁ ଚଇତିପର୍ବ ପଣା ସଂକ୍ରାନ୍ତି ଦିନ କେବଳ ଗୋଟିଏ ଦିନ ପାଇଁ ପାଳିତ ହୋଇ ଆସୁଥିବା ବେଳେ ୧୯୩୭ ମସିହାରୁ ଏହା ୭ଦିନ ଧରି ପାଳନ କରାଯାଉଛି । ଚଇତିପର୍ବରେ ପ୍ରତିଦିନ ମା'ଙ୍କ ସୁନାବେଶ ହେବା ସହ ସକାଳ ଓ ସନ୍ଧ୍ୟା ସମୟରେ ସ୍ୱତନ୍ତ୍ର ଭାବେ ମଙ୍ଗଳଆଳତୀ, ଭାଗବତ ପାଠ, ଚଣ୍ଡିପାଠ, ହୋମଯଜ୍ଞ ଓ ସତ୍ୟନାରାୟଣଙ୍କ ଆସ୍ଥାନ ପୂଜା ବିଧି ମତେ କରାଯାଇଥାଏ ।


ତାରିଣୀ ମନ୍ଦିର ଓ ଘଟଗାଁ ସମ୍ପର୍କରେ ଆଉ କିଛି ତଥ୍ୟ :


ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା । ମା ତାରିଣୀଙ୍କଠାରେ ମନାସିକ କାଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଥାଏ ।


କୁହାଯାଏ ସେ ପ୍ରଥମେ ବନବାଈ କନ୍ଧଙ୍କଦ୍ୱାରା ପୂଜା ପାଇ ଆସୁଥିଲେ। ପ୍ରକୃତରେ ମାଆ ଦୁର୍ଗା ଦଶଭୁଜା ଏବଂ ମାଆ ତାରିଣୀ ଚତୁର୍ଭୁଜା। ମାଆ ତାରିଣୀଙ୍କର ଚାରି ହାତରୁ ବାମପାଖ ଉପର ହସ୍ତରେ ସେ ଚକ୍ର ଧାରଣ କରିଛନ୍ତି। ବାମ ପାଖ ତଳ ହସ୍ତରେ ତ୍ରିଶୁଳ ରହିଥାଏ। ସେହିପରି ଦକ୍ଷିଣ ପାଖ ଉପର ହସ୍ତରେ ସେ ଖଡ୍‌ଗ ଧାରଣ କରିଥିବା ବେଳେ ତଳ ହସ୍ତଟି ତାଙ୍କର ଶୂନ୍ୟ ଥାଏ। ଏହି ହାତରେ ମାଆ ତାରିଣୀ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି । କିନ୍ତୁ ତାଙ୍କର ପ୍ରତ୍ୟେକ ମୂର୍ତ୍ତି ବା ଚିତ୍ରରେ ଏହିସବୁ ଅସ୍ତ୍ର ନଥାଏ। ଚିତ୍ରକରମାନେ ନିଜନିଜର ପସନ୍ଦ ଅନୁଯାୟୀ ମାଆଙ୍କୁ ଭିନ୍ନଭିନ୍ନ ଅସ୍ତ୍ରରେ ସଜ୍ଜିତ କରାଇଥାନ୍ତି ।


ପୌରାଣିକ କଥା  :


ମା’ତାରିଣୀଙ୍କର ମୂର୍ତ୍ତିରେ ଆବିର୍ଭାବ ସମ୍ବନ୍ଧରେ ଏକ କିମ୍ବଦନ୍ତୀ ରହିଛି। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଙ୍କର ବନବାସ ସମୟରେ ଦୁଷ୍ଟ ରାକ୍ଷସ ରାବଣଦ୍ୱାରା ସୀତାଙ୍କୁ ହରଣ କରି ନେଇଯିବା ପରେ ରାମ, ଲକ୍ଷ୍ମଣ ଶୋକାତୁର ହୋଇ ସର୍ବଶକ୍ତିମୟୀ ମାଆ ଦୁର୍ଗାଙ୍କୁ ଆରାଧନା କରିଥିଲେ। ପୂଜାରେ ସନ୍ତୁଷ୍ଟ ହୋଇ ଦେବୀ ଶୂନ୍ୟବାଣୀ କରିଥିଲେ- ‘ବତ୍ସ’ । ମୁଁ ତୁମ ସମ୍ମୁଖରେ ସଙ୍କଟ ହାରିଣୀ ତାରିଣୀ ରୂପେ ଆବିର୍ଭୂତ ହେବି। ମାତ୍ର ତୁମେ ଯଦି ମୋତେ ଦେଖିବାକୁ ପ୍ରୟାସ କରିବ ତେବେ ମୁଁ ପାଷାଣରେ ପରିଣତ ହେବି। ଦେବୀଙ୍କ ଅଭୟ ବାଣୀ ପାଇ ଶ୍ରୀରାମ ଓ ଲକ୍ଷ୍ମଣ ପୂଜାରେ ଧ୍ୟାନମଗ୍ନ ହେଲେ। ଦେବୀଙ୍କ ଉପସ୍ଥିତିକୁ ଅନୁଭବ କରି ପ୍ରଭୁ ଶ୍ରୀରାମଚନ୍ଦ୍ର ଚରଣ ସ୍ପର୍ଶ କରିବା ଉଦ୍ଦେଶ୍ୟରେ ମାତାଙ୍କ ପାଦ ସ୍ପର୍ଶ କରିବା ସମୟରେ ଅଜ୍ଞାତରେ ତାଙ୍କର ଚକ୍ଷୁ ଖୋଲି ଯାଇଥିଲା। ଦେବୀଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିଥିଲେ ରାମଚନ୍ଦ୍ର । ଦେବୀ ସ୍ମିତହାସ୍ୟ ପୂର୍ବକ ସମସ୍ତ ସଙ୍କଟ ହରଣ କରିବାର ଅଭୟ ପ୍ରତିଶ୍ରୁତି ଦେଇ ପୂର୍ବ ସର୍ତ୍ତ ଅନୁସାରେ ପାଷାଣରେ ପରିଣତ ହୋଇଯାଇଥିଲେ । ସେହିଦିନରୁ ମାଆ ଦୁର୍ଗା, ମାଆ ତାରିଣୀ ନାମରେ ସାର୍ବଜନ ବିଦିତା।